/odisha-reporter/media/post_attachments/uploadimage/library/16_9/16_9_0/Love_Bird_1676459659.jpg)
Love Bird
ବିବାହ କରିବା ପାଇଁ କେତେ ସ୍ୱପ୍ନ ଦେଖିଥିଲେ। ହେଲେ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ଭିନ୍ନ ଜାତି! ପରିବାର ଲୋକେ ରାଜି ହେଲେନି ବୋଲି ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ଭାଲେଣ୍ଟାଇନ ଡେ’ରେ ଝୁଲି ପଡ଼ିଲେ! ଏପରି ହୃଦୟ ବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୀମାନ୍ତ ମଇଦଲପୁର ଥାନାରୁ ଆସିଛି। ପୁଲିସ୍ ପ୍ରେମୀ ଯୁଗଳଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ମଇଦଲପୁର ପଞ୍ଚାୟତର ନୀଳାଦ୍ରୀଗୁଡା ଗାଁର ତ୍ରିପତି ମାଝୀ ଅନେକ ସମୟରେ ଭାଲୁଝର ଗ୍ରାମକୁ ଯା’ଆସ କରୁଥିଲେ। ତାହାରି ଭିତରେ ସେ ଉକ୍ତ ଗାଁର ବେଲ ମୁଦୁଲିଙ୍କୁ ଭଲ ପାଇଥିଲେ। ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ପରିବାର। ଭିନ୍ନ ଜାତି ହୋଇ ତ୍ରିପତିଙ୍କ ପରିବାର ଲୋକେ ବେଲଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ। ଯେଉଁଥିପାଇଁ ଉଭୟ ଭାଙ୍ଗି ପଡ଼ିଥିଲେ।
ମଙ୍ଗଳବାର ଥିଲା ଭାଲେଣ୍ଟାଇନ୍ ଡେ’। ସେହି ଦିନରେ ପ୍ରେମୀ ଯୁଗର ଚରମ ନିଷ୍ପତ୍ତି ନେଇଥିଲେ। ପ୍ରେମରେ ପରିବାର ଲୋକ କଣ୍ଟା ସାଜୁଥିବାରୁ ଅଫେରା ରାଇଜକୁ ଯିବା ପାଇଁ କଠୋର ନିଷ୍ପତ୍ତି ନେଲେ। ସନ୍ଧ୍ୟାରେ ଉଭୟ ମିଛ କଥା କହି ଘରୁ ବାହାରି ଆସିଥିଲେ। ଉଭୟ ଭାଲୁଝର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ମହୁଲ ଗଛରେ ଝୁଲି ପଡ଼ିଥିଲେ।
ଆଜି ସକାଳେ ଗାଁ ଲୋକେ ଝୁଲନ୍ତା ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ରିପୋର୍ଟର- ନବରଙ୍ଗପୁରରୁ ନବଘନ ବିଷୋୟୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
