Advertisment

ଘରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଘର ଭିତରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ନିରୁଣ୍ଡି ଗ୍ରାମରେ। ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଉମରକୋଟ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ମୁତାବକ୍ ଉମରକୋଟ ଥାନା ଅନ୍ତର୍ଗତ ନିରୁଣ୍ଡି ଗ୍ରାମର ମାଳି ଭତ୍ରାଙ୍କ ପୁଅ ନକୁଳ ଭତ୍ରା ଏବଂ ଖଗପତି ଭତ୍ରାଙ୍କ ଝିଅ ଈନ୍ଦୁମତୀ ଭତ୍ରା […]

author-image
Ranjit Kumar Jena
ଘରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ

Nabarangpur

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଘର ଭିତରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ନିରୁଣ୍ଡି ଗ୍ରାମରେ। ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଉମରକୋଟ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ପ୍ରାପ୍ତ ସୂଚନା ମୁତାବକ୍ ଉମରକୋଟ ଥାନା ଅନ୍ତର୍ଗତ ନିରୁଣ୍ଡି ଗ୍ରାମର ମାଳି ଭତ୍ରାଙ୍କ ପୁଅ ନକୁଳ ଭତ୍ରା ଏବଂ ଖଗପତି ଭତ୍ରାଙ୍କ ଝିଅ ଈନ୍ଦୁମତୀ ଭତ୍ରା ଦୁହେଁ ଗୋଟିଏ ଗ୍ରାମର। ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ଗତ ୩ ତାରିଖ ଦିନ ଉଭୟ ନକୁଳ ଓ ଈନ୍ଦୁମତୀ ନିଜ ନିଜ ଘର ଛାଡି କୁଆଡ଼େ ଚାଲିଯାଇଥିଲେ। ପାଖାପାଖି ୭ ଦିନ ଧରି ବାହାରେ ରହିବା ପରେ ନିଜ ଘରକୁ ଫେରିଥିଲେ।

ଘରକୁ ଫେରିବା ପରେ ଦୁହେଁ ନକୁଳ ଭତ୍ରାଙ୍କ ଘରେ ପରିବାର ସହ ରହୁଥିଲେ। ତେବେ ଗତ କାଲି ସନ୍ଧ୍ୟାରେ ଦୁହେଁ ନିଜ ଘରେ ବେକରେ ଏକ ରଶି ଲଗାଇ ଦେଇଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ଉଭୟଙ୍କ ପରିବାର ଲୋକେ ତୁରନ୍ତ ଉମରକୋଟ ପୁଲିସକୁ ଖବର ଦେଇଥିଲେ।

Advertisment

ଉମରକୋଟ ପୁଲିସ ଏବଂ କୋରାପୁଟରୁ ଏକ ସ୍ୱତନ୍ତ୍ର ଫରେନ୍ସିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଦୁହିଁଙ୍କ ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।