Advertisment

ଘରୁ ଉଠାଇ ନେଇ ମାରିଦେଲେ, ଦୁଇ ଏସ୍‌ପିଙ୍କୁ ଦାୟୀ କଲେ

ନକ୍ସଲଙ୍କ ଉଦନ୍ତି ଏରିଆ କମିଟିର ସଦସ୍ୟମାନେ ଚନ୍ଦନଙ୍କୁ ଗତକାଲି ରାତିରେ ତାଙ୍କ ଘରୁ ଡାକି ନେଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Dead Body

Dead Body

ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ହାତୀଗାଁରେ।

Advertisment

ମୃତ ଯୁବକଙ୍କ ନାଁ ଚନ୍ଦନ ମଲ୍ଲିକ। ନକ୍ସଲଙ୍କ ଉଦନ୍ତି ଏରିଆ କମିଟିର ସଦସ୍ୟମାନେ ଚନ୍ଦନଙ୍କୁ ଗତକାଲି ରାତିରେ ତାଙ୍କ ଘରୁ ଡାକି ନେଇଥିଲେ। ଆଉ ଆଜି ସକାଳେ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଚନ୍ଦନଙ୍କ ମୃତଦେହ ମିଳିଥିଲା। ନକ୍ସଲମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

Naxal Posterନକ୍ସଲମାନେ ଘଟଣାସ୍ଥଳରେ ମାରିଥିବା ପୋଷ୍ଟର

ଏହା ସହିତ ନକ୍ସଲମାନେ ଘଟଣାସ୍ଥଳରେ ପୋଷ୍ଟର ମାରି ଏହି ଘଟଣା ପାଇଁ ନବରଙ୍ଗପୁର ଏସ୍‌ପି, ଛତିଶଗଡ଼ର ଗରିଆବନ୍ଧ ଏସ୍‌ପି ଓ ପୁଲିସ୍‌ର ଗୁଇନ୍ଦା ବିଭାଗକୁ ଦାୟୀ କରିଛନ୍ତି। ଚନ୍ଦନ ସେମାନଙ୍କୁ ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ଦେଉଥିଲେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

Advertisment

ନକ୍ସଲମାନେ ପୋଷ୍ଟରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ପୁଲିସ୍‌କୁ ଖବର ଦେଉଥିବାରୁ ଚନ୍ଦନକୁ ଥରେ ଜନଅଦାଲତକୁ ଡାକି ଚେତାବନୀ ଦିଆଯାଇଥିଲା। କିନ୍ତୁ ତା’ ସତ୍ତ୍ୱେ ସେ ପୁଲିସ୍‌କୁ ଖବର ଦେବା କାମରୁ ନିବୃତ୍ତ ହୋଇନଥିଲା। ସେଥିପାଇଁ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଇଛି।

Odisha Police Naxal Attack Naxal Nabarangpur