Advertisment

ନକ୍ସଲ କ୍ୟାମ୍ପରେ ମହିଳାଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା; ମିଳିଲା ଗର୍ଭନିରୋଧକ ଓ ଗର୍ଭ ପରୀକ୍ଷା କୀଟ୍‌

ନକ୍ସଲ କ୍ୟାମ୍ପରେ ୨୦ ରୁ ୨୫ ଜଣ ସଶସ୍ତ୍ର ନକ୍ସଲ ଥିଲେ। ସେଥିରେ ହାର୍ଡକୋର ନକ୍ସଲ କୋରମାଓ ସିସିଏମ୍‌ ମୂରଲୀ, ଏସ୍‌ସିଏମ କାର୍ତ୍ତିକ, ଏସ୍‌ସିଏମ୍‌ ନନ୍ଦ ଲାଲ୍‌, ଏସ୍‌ସିଏମ୍‌ ଗୁଡୁ, ଏସ୍‌ସିଏମ୍‌ ଆକାଶଙ୍କ ସମେତ ଅନ୍ୟମାନେ ଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Naxal

Naxal

ରକ୍ତର ହୋଲି ଖେଳୁଥିବା ନକ୍ସଲଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସିଛି। ମହିଳା ଓ ଝିଅମାନଙ୍କୁ ସଙ୍ଗଠନରେ ସାମିଲ କରାଇ ଘଞ୍ଚ ଜଙ୍ଗଲରେ ସେମାନଙ୍କ ସହିତ ରଖୁଥିଲେ ଶାରୀରିକ ସମ୍ପର୍କ। ଆଉ ଦେଇଥିଲେ ଯୌନ ନିର୍ଯାତନା। ନକ୍ସଲ କ୍ୟାମ୍ପରୁ ଗର୍ଭନିରୋଧକ ଓ ଗର୍ଭ ପରୀକ୍ଷା କୀଟ୍‌ ମିଳିବା ପରେ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି। ଏନେଇ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସ୍‌ପି ଏସ୍‌.ସୁଶ୍ରୀ।

Advertisment

ଓଡ଼ିଶାର ରାଇଘର ଓ ଛତିଶଗଡ଼ ଗୋରିଆବନ୍ଧ ଜିଲ୍ଲାର ଶୋଭାଠାରେ ମନ୍‌ପୁରା (ଉଦନ୍ତି ) ନକ୍ସଲ ସଙ୍ଗଠନର ଗତିବିଧି ଥିବା ସୂଚନା ମିଳିଥିଲା। ଏହା ପରେ ଦୁଇଟି ଏସ୍‌ଓଜି ଟିମ୍‌ ରାଇଘର ଓ ଶୋଭା ଯାଇଥିଲେ। ତେବେ ବୁଧବାର ସକାଳ ପ୍ରାୟ ସାଢ଼େ ୯ଟା ଶୋଭାରେ ପହଞ୍ଚିଥିଲେ ସୁରକ୍ଷା କର୍ମୀ। ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲେ। ଏହାର ଜବାବ ଦେଇଥିଲେ ସୁରକ୍ଷା କର୍ମୀ। ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ହୋଇଥିଲା ଘମାଘୋଟ୍‌ ଗୁଳି ବିନିମୟ। ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ତା’ପରେ ଯବାନମାନେ ସର୍ଚ୍ଚ ଅପରେସନ୍‌ କରିଥିଲେ।

ସର୍ଚ୍ଚ ଅପରେସନ୍‌ ବେଳେ ଜଙ୍ଗଲରେ ନକ୍ସଲଙ୍କ ଏକ ଶିବିର ଠାବ କରିଥିଲେ। ଶିବିରରୁ ବହୁ ମାରଣାସ୍ତ୍ର ସହ ଆପତ୍ତିଜନକ ଜିନିଷ ମିଳିଛି। ବିପୁଳ ପରିମାଣର ଗର୍ଭନିରୋଧକ ମିଳିଛି। ଏଥିସହ ଗର୍ଭ ପରୀକ୍ଷା କୀଟ ଜବତ ହୋଇଥିଲା। ଏଥିରୁ ଜଣାପଡୁଛି, କ୍ୟାମ୍ପରେ ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିଲେ। ଝିଅଙ୍କୁ ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିବା ଜଣାପଡୁଛି ବୋଲି ଏସ୍‌ପି କହିଛନ୍ତି।

Advertisment

ନବରଙ୍ଗପୁର ଏସ୍‌ପି ଏସ୍‌.ସୁଶ୍ରୀଙ୍କ କହିବା ଅନୁସାରେ କ୍ୟାମ୍ପରେ ୨୦ ରୁ ୨୫ ଜଣ ସଶସ୍ତ୍ର ନକ୍ସଲ ଥିଲେ। ସେଥିରେ ହାର୍ଡକୋର ନକ୍ସଲ କୋରମାଓ ସିସିଏମ୍‌ ମୂରଲୀ, ଏସ୍‌ସିଏମ କାର୍ତ୍ତିକ, ଏସ୍‌ସିଏମ୍‌ ନନ୍ଦ ଲାଲ୍‌, ଏସ୍‌ସିଏମ୍‌ ଗୁଡୁ, ଏସ୍‌ସିଏମ୍‌ ଆକାଶଙ୍କ ସମେତ ଅନ୍ୟମାନେ ଥିଲେ। ଏହି କ୍ୟାମ୍ପରେ ପୁରୁଷ ଓ ମହିଳାମାନେ ଥିଲେ। ପୂର୍ବରୁ ନବରଙ୍ଗପୁରରେ ଘଟିଥିବା ହତ୍ୟାକାଣ୍ଡରେ ଏମାନଙ୍କ ହାତ ଥିବା ଅନୁମାନ କରାଯାଉଛି। ପୋଷ୍ଟର ଓ ବ୍ୟାନର ଲଗାଇ ସାଧାରଣ ଲୋକଙ୍କ ସହିତ ଯୋଗାଯୋଗ କରୁଥିଲେ ବୋଲି ଏସ୍‌.ସୁଶ୍ରୀ କହିଛନ୍ତି।

ଦାନ୍ତେୱାଡ଼ା ଆକ୍ରମଣରେ ଏମାନଙ୍କର ସମ୍ପୃକ୍ତି ରହିଛି କି ପ୍ରଶ୍ନରେ ଏସ୍‌ପି କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ପରେ ଜଣାପଡ଼ିବ। ବର୍ତ୍ତମାନ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରତି ମୁହୂର୍ତ୍ତରେ ନକ୍ସଲଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଆଉ ନିୟମିତ ଭାବେ ଅପରେସନ୍‌ କରାଯାଉଛି ବୋଲି ଏସ୍‌.ସୁଶ୍ରୀ କହିଛନ୍ତି।

ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ

Naxal Naxal Activities Nabarangpur