Advertisment

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ କରି ଚମ୍ପଟ ମାରିଥିଲା ଅଭିଯୁକ୍ତ, ଧରାପଡ଼ିଲା

ବଡ଼ ଭଉଣୀକୁ ଦୁଷ୍କର୍ମ କରି ଧମକାଇ କହିଥିଲା, କହିଲେ ମାରିଦେବି।

ଅଦ୍ୟତନ ହୋଇଛି
undefined

allegedly raped

Advertisment

ଘରେ କେହି ନଥିବା ବେଳେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ କରି ଚମ୍ପଟ ମାରିଥିଲା ଅଭିଯୁକ୍ତ। ପୀଡିତାଙ୍କ ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଦାସପୁର ଟୋଲା ଗାଁର ସଚିନ ହାଲଦାର।

Advertisment

ସୂଚନା ମୁତାବକ, ଗତକାଲି ପୀଡିତାଙ୍କ ବାପାମା’ ମାମୁ ଘରକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଭିନ୍ନକ୍ଷମ ନାବାଳିକା ଜଣଙ୍କ ନିଜ ସାନ ଭଉଣୀ ସହ ଘରେ ଥିଲେ। ଗତକାଲି ଦିନ ପ୍ରାୟ ୨ଟା ସମୟରେ ଘରେ କେହି ନଥିବାରୁ ସଚିନ ଏହି ସୁଯୋଗରେ ଘରେ ପଶି ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ସାନ ଭଉଣୀ ବିରୋଧ କରିବାରୁ ତାଙ୍କୁ ମାରପିଟ୍‌ କରିଥିଲା ଅଭିଯୁକ୍ତ। କାହାରିକୁ ଜଣାଇଲେ ଜୀବନରେ ମାରିଦେବ ବୋଲି ଧମକ ଦେଇ ସେଠାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ।

ପରେ ପୀଡ଼ିତାଙ୍କ ସାନ ଭଉଣୀ ଗ୍ରାମବାସୀଙ୍କୁ ଡାକି ସବୁକଥା କହିଥିଲା। ଗ୍ରାମବାସୀ ସଚିନଙ୍କୁ ଧରିବାକୁ ପିଛା କରିଥିଲେ। କିନ୍ତୁ ସଚିନ ଗ୍ରାମବାସୀଙ୍କୁ ଚକମା ଦେଇ ଚମ୍ପଟ ମାରିଥିଲା। ବାପାମା’ ଘରକୁ ଫେରିବା ପରେ ସାନ ଭଉଣୀ ସବୁକଥା କହିଥିଲା। ପରେ ପୀଡ଼ିତାଙ୍କ ପରିବାର ଲୋକେ ଏନେଇ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପୀଡ଼ିତା ନାବାଳିକାର ଡାକ୍ତରୀମାଇନା କରିବା ସହ ଘଟଣାର ତଦନ୍ତ କରି ସଚିନକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଥିଲା।

Advertisment
Rape Minor Raped Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe