Advertisment

କଂସା ଥାଳିର ଦାମ ୩୪ କୋଟି ଟଙ୍କା

ଖାତିଗୁଡା ଥାନା ଗୌଡ଼ଦେଓପାଲି ଗାଁରେ ବାସ କରନ୍ତି ଚନ୍ଦ୍ର ଗଉଡ଼। ତାଙ୍କ ପାଖରେ ଗୋଟିଏ କଂସା ଥାଳି ଓ ୪ଟି ତାମ୍ୱା ମୁଦ୍ରା ରହିଥିଲା। ଯାହାକି ତାଙ୍କ ପୂର୍ବ ପୁରୁଷଙ୍କ ପ୍ରଦତ୍ତ। ସେଗୁଡ଼ିକୁ ସେମାନେ ପୂଜାର୍ଚ୍ଚନା କରି ଆସୁଥିଲେ।

Nabarangpur

Nabarangpur

Advertisment

ଗୋଟିଏ କଂସା ଥାଳିର ଦାମ ୩୪ କୋଟି ଟଙ୍କା। ଏପରି ଗୁଜର ପ୍ରଚାର ହୋଇଥିଲା। ଏହା ପରେ ସେହି କଂସା ଥାଳି ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ନବରଙ୍ଗପୁର ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଚୋରି ହୋଇଥିବା କଂସା ଥାଳିକୁ ଉଦ୍ଧାର କରିଥିଲା।

Advertisment

ଖାତିଗୁଡା ଥାନା ଗୌଡ଼ଦେଓପାଲି ଗାଁରେ ବାସ କରନ୍ତି ଚନ୍ଦ୍ର ଗଉଡ଼। ତାଙ୍କ ପାଖରେ ଗୋଟିଏ କଂସା ଥାଳି ଓ ୪ଟି ତାମ୍ୱା ମୁଦ୍ରା ରହିଥିଲା। ଯାହାକି ତାଙ୍କ ପୂର୍ବ ପୁରୁଷଙ୍କ ପ୍ରଦତ୍ତ। ସେଗୁଡ଼ିକୁ ସେମାନେ ପୂଜାର୍ଚ୍ଚନା କରି ଆସୁଥିଲେ। ତେବେ ଚନ୍ଦ୍ରଙ୍କ ସେହି କଂସା ଥାଳିର ମୂଲ୍ୟ ପ୍ରାୟ ୩୪ କୋଟି ଟଙ୍କା ବୋଲି ସ୍ଥାନୀୟ ଅଞ୍ଚଳରେ ଗୁଜବ ପ୍ରଚାର କରାଯାଇଥିଲା। ଏହା ପରେ କେତେକ ଗୋଷ୍ଠୀ ସେହି ଥାଳିକୁ ହାତେଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ତେବେ ସବୁଠାରୁ ଆଗରେ ଥିଲେ ଚନ୍ଦ୍ରଙ୍କ ଭାଉଜ ଆଇନାଲ ଗୌଡ଼। କଂସା ଥାଳି ଲୁଟ୍‌ କରିବା ପାଇଁ ସେ ସଞ୍ଜୀବ ନାୟକଙ୍କ ସହଯୋଗ ଲୋଡ଼ିଥିଲା। ସେ ରାଜେନ୍ଦ୍ର ହରିଜନ(ଚିଣ୍ଟୁ)ଙ୍କ ସହିତ ଯୋଗାଯୋଗ ନେଇଥିଲା।

ଯୋଜନା ମୁତାବକ ସଞ୍ଜୀବ, ରାଜେନ୍ଦ୍ରଙ୍କ ସମେତ ୧୦ ଅଭିଯୁକ୍ତ ମାର୍ଚ୍ଚ ୫ ତାରିଖ ବିଳମ୍ବିତ ରାତିରେ ଚନ୍ଦ୍ରଙ୍କ ଘରେ ପଶିଥିଲେ। ସେମାନେ ଖଣ୍ଡା, କାତି ଦେଖାଇ ଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ଭୟଭୀତ କରାଇଥିଲେ। ପରେ ଘରେ ଥିବା ନଗଦ ୮୦ ହଜାର ଟଙ୍କା, ଗୋଟିଏ ସୁନା ଚେନ, ପୂଜା ପାଉଥିବା କଂସା ଥାଳି, ୪ଟି ପୁରୁଣା କଏନ ଓ ଗୋଟିଏ ମୋବାଇଲ ଫୋନ ଲୁଟି ନେଇଥିଲେ। ଚନ୍ଦ୍ର ଗୌଡ଼ ଏନେଇ ଖାତିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

Advertisment

ଖାତିଗୁଡା ଥାନା ଅଧିକାରୀ ଦୀପକ କୁମାର ଲେଙ୍କା ଘଟଣାର ତଦନ୍ତ କରୁଥିଲେ। ତେବେ ତାଙ୍କ ସନ୍ଦେହୀ ଆଖି ଯାଇଥିଲା ଚନ୍ଦ୍ରଙ୍କ ଭାଉଜ ଆଇନାଲ୍‌ଙ୍କ ଉପରକୁ। ପରେ ପୁଲିସ୍‌ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ଘନଘନ ଜେରା ପରେ ସେ ସତ ମାନିଥିଲା। ଆଉ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୁଲିସ୍‌ ଜଣିବାକୁ ପାଇଥିଲା। ତା’ ବୟାନ୍‌ ଆଧାରରେ ପୁଲିସ ରାଜେନ୍ଦ୍ର ହରିଜନ ଓରଫ ଚିଣ୍ଟୁ, ସାମସନ ହରିଜନ ଓରଫ ବୁଡୁ, ଲକ୍ଷ୍ମଣ ହରିଜନ, ସଂଜୀବ ନାୟକ, ପରମଜିତ ସୋଗାରିଆ ଓରଫ ଲିପୁନ ଓ ଅଇଁଳା ଗୌଡ଼କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ସେହିପରି ଅଭିଯୁକ୍ତଙ୍କଠାରୁ କଂସା ଥାଳି ଓ ପୁରାତନ ତମ୍ୱା ମୁଦ୍ରା ପୁଲିସ ଜବତ କରିଛି। ତେବେ ଏହି ଡକାୟତି ମାମଲାରେ ସମ୍ପୃକ୍ତ ଅନ୍ୟ ପାଞ୍ଚ ଜଣ ଦୁର୍ବୃତ୍ତ ଫେରାର ଅଛନ୍ତି। ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ

Crime Story Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe