Advertisment

ସାଂସଦ ରମେଶ ମାଝୀ ପ୍ରତିନିଧିଙ୍କ ବିବାଦୀୟ ବୟାନ: କହିଲେ ଗାନ୍ଧି ସିଗାରେଟ୍ ପିଇଥିଲେ, ଆମ ସାଂସଦ ସେତକ ବି ଛୁଇଁନାହାନ୍ତି

ଉମରକୋଟ (କାର୍ତ୍ତିକ ମଲ୍ଲିକ): ମହାତ୍ମା ଗାନ୍ଧିଙ୍କୁ ନେଇ ବିଜେଡିର ଦଳୀୟ ସଭାରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି ସାଂସଦ ପ୍ରତିନିଧି। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ ମହାତ୍ମା ଗାନ୍ଧିଙ୍କ ନାଁରେ ଦେଇଛନ୍ତି ଆପତ୍ତିଜନକ ମନ୍ତବ୍ୟ। ଯେଉଁ କାରଣରୁ ତାଙ୍କ ନାଁରେ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି ଆଇନଜିବୀ ଖେମରାଜ ବାଘ। ସୂଚନା ଅନୁଯାୟୀ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ସ୍ଥିତ ବାସ ଭବନରେ […]

ଅଦ୍ୟତନ ହୋଇଛି
ସାଂସଦ ରମେଶ ମାଝୀ ପ୍ରତିନିଧିଙ୍କ ବିବାଦୀୟ ବୟାନ: କହିଲେ ଗାନ୍ଧି ସିଗାରେଟ୍ ପିଇଥିଲେ, ଆମ ସାଂସଦ ସେତକ ବି ଛୁଇଁନାହାନ୍ତି

MP-ramesh-majhi-and-his-Representative

Advertisment

ଉମରକୋଟ (କାର୍ତ୍ତିକ ମଲ୍ଲିକ): ମହାତ୍ମା ଗାନ୍ଧିଙ୍କୁ ନେଇ ବିଜେଡିର ଦଳୀୟ ସଭାରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି ସାଂସଦ ପ୍ରତିନିଧି। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ ମହାତ୍ମା ଗାନ୍ଧିଙ୍କ ନାଁରେ ଦେଇଛନ୍ତି ଆପତ୍ତିଜନକ ମନ୍ତବ୍ୟ। ଯେଉଁ କାରଣରୁ ତାଙ୍କ ନାଁରେ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି ଆଇନଜିବୀ ଖେମରାଜ ବାଘ।

Advertisment

ସୂଚନା ଅନୁଯାୟୀ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ସ୍ଥିତ ବାସ ଭବନରେ ଆୟୋଜିତ ଏକ ଦଳୀୟ ବୈଠକରେ ସାଂସଦଙ୍କ ଉପସ୍ଥିତିରେ ତାଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନେଇ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ।

ସାଂସଦଙ୍କୁ ଖୁସି କରାଇବାକୁ ଯାଇ ପ୍ରମୋଦ ପାଢୀ କହିଥିଲେ, 'ସାଂସଦ ରମେଶ ମାଝୀ ଏଭଳି ଜଣେ ବ୍ୟକ୍ତି, ଯାହାଙ୍କ ନାଁରେ କଳଙ୍କ ନାହିଁ। ତାଙ୍କ ମନରେ ଅଂହକାର ନାହିଁ କି ଗର୍ବ ନାହିଁ କି ହିଂସା ନାହିଁ। ମୁଁ ତ କହିବି ସେ ଜଣେ ପୁରୁଷ ନୁହେଁ। ସେ ହେଉଛନ୍ତି ମହାତ୍ମା ଗାନ୍ଧିଙ୍କ ଭଳି ମହାପୁରୁଷ। ମହାତ୍ମା ଗାନ୍ଧି ତ ପିଲାବେଳେ ସିଗାରେଟ୍ ପିଇ ଦେଇଥିଲେ। କିନ୍ତୁ ରମେଶ ଭାଇ ସିଗାରେଟ୍ କି ବିଡି ପିଇନାହାନ୍ତି। ତେଣୁ ଆମ ନେତା ରମେଶ ଭାଇ ଜଣେ ମହାନ ପୁରୁଷ।'

Advertisment

ସାଂସଦ ପ୍ରତିନିଧିଙ୍କ ଉକ୍ତ ଭିଡିଓ ଭାଇରାଲ ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରମୋଦଙ୍କ ଏଭଳି ମନ୍ତବ୍ୟ ମହାତ୍ମା ଗାନ୍ଧିଙ୍କ ପ୍ରତି ଏହା ଘୋର ଅପମାନ ବୋଲି କହିବା ସହ ଆଇନଜୀବୀନ ଖେମରାଜ ବାଘ ଚନ୍ଦାହାଣ୍ଡି ଥାନାରେ ସାଂସଦ ପ୍ରତିନିଧି ପ୍ରୋମଦ ପାଢୀଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ଉକ୍ତ ଘଟଣାର ତଦନ୍ତ କରି ସାଂସଦଙ୍କ ପ୍ରତିନିଧିଙ୍କୁ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଆଇନଜିବୀ ଖେମରାଜ ବାଘ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe