Advertisment

ବାଡ଼େଇ ହେଲା ଦୁଇ ବାଇକ୍; ଜଣେ ମୃତ, ୪ ଗୁରୁତର

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ପୁରୁଲା ଛକରେ ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି।

representational image

representational image

Advertisment

ସାମ୍ନାସାମ୍ନୀ ବାଡ଼େଇ ହେଲା ଦୁଇ ବାଇକ୍। ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକର ମୃତ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ପୁରୁଲା ଛକରେ ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଗତିଗୁଡା ଗ୍ରାମର ଜିତୁ ଗୌଡ। ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ପରେ ୩ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment

ଜିତୁ ଗୌଡ ଓ ତାଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ବାଇକ୍‌ରେ ପାପଡାହାଣ୍ଡି କୌଣସି କାମରେ ଯାଉଥିଲେ। ରାସ୍ତାର ଅପରପାର୍ଶ୍ୱରୁ ସାରିଆଭାଟ୍ଟା ଗ୍ରାମର ମନୋଜ ଜାନି, ସରୋଜ ଜାନି ଏବଂ ଅନ୍ୟ ଜଣେ ଯୁବକ ଗୋଟିଏ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ। ପୁରୁଲା ଛକ ନିକଟରେ ଉଭୟ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଡାକ୍ତରଖାନା ନେଇଥିଲା। ପରେ ଘଟଣାର ତଦନ୍ତ ଚଳାଇଛି। ଏହି ଅଂଚଳରେ ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଜନିତ ଜୀବନହାନୀ ବଢ଼ୁଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ ହୋଇଛି।

Advertisment

ରିପୋର୍ଟ- ଉମରକୋର୍ଟରୁ କାର୍ତ୍ତିକ ମଲ୍ଲିକ୍

Unnatural Death Road Accident Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe