Advertisment

ସୁରକ୍ଷା କର୍ମୀଙ୍କ ଗୁଳିରେ ନକ୍ସଲ କମାଣ୍ଡାଣ୍ଟ ନନ୍ଦଲାଲ ଖତମ

ମୃତ ନକ୍ସଲର ନାଁ ହେଉଛି ନନ୍ଦଲାଲ। ସେ ହେଉଛି ଉଦନ୍ତି ଏଲଓଏସର ଡେପୁଟି କମାଣ୍ଡାଣ୍ଟ ବୋଲି ଦେଓଭୁକ ପୁଲିସ ସୂଚନା ଦେଇଛି। ମୃତ ନକ୍ସଲ ପାଖରୁ ପୁଲିସ୍‌ ଗୋଟିଏ ୩୦୩ ବନ୍ଧୁକ ଓ କିଛି ମାଓ ସାମଗ୍ରୀ ଜବତ କରିଛି। ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Naxal

Naxal

ନକ୍ସଲ କମାଣ୍ଡାଣ୍ଟ ନନ୍ଦଲାଲ୍‌ର ଖେଳ ଖତମ ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ନନ୍ଦଲାଲର ମୃତ୍ୟୁ ହୋଇଛି। ଆଜି ଏପରି ଖବର ଆସିଛି ଛତିଶଗଡ଼ ରାଜ୍ୟର ଗରିଆବନ୍ଦ ଜିଲ୍ଲା ଜୁଗାଡ ଥାନା ଅନ୍ତର୍ଗତ କରଲାଝର ଓ ନାଗେଶ ଜଙ୍ଗଲରୁ।

Advertisment

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତବର୍ତ୍ତୀ ଛତିଶଗଡ଼ ରାଜ୍ୟର କରଲାଝର ଓ ନାଗେଶ ଜଙ୍ଗଲରେ ୧୨ରୁ ୧୫ ସଶସ୍ତ୍ର ନକ୍ସଲ ଆଡ୍ଡା ଜମାଉଥିଲେ। ଏ ସମ୍ପର୍କରେ ଖବର ପାଇ କୋବ୍ରା, ଈ-୩୦ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ କମ୍ୱିଂ ଅପରେସନ୍‌ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେଇଥିଲ ସୁରକ୍ଷା କର୍ମୀ। ଦୀର୍ଘ ସମୟଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ନକ୍ସଲ କମାଣ୍ଡାଣ୍ଟର ମୃତ୍ୟୁ ଘଟିଥିଲା।

ମୃତ ନକ୍ସଲର ନାଁ ହେଉଛି ନନ୍ଦଲାଲ। ସେ ହେଉଛି ଉଦନ୍ତି ଏଲଓଏସର ଡେପୁଟି କମାଣ୍ଡାଣ୍ଟ ବୋଲି ଦେଓଭୁକ ପୁଲିସ ସୂଚନା ଦେଇଛି। ମୃତ ନକ୍ସଲ ପାଖରୁ ପୁଲିସ୍‌ ଗୋଟିଏ ୩୦୩ ବନ୍ଧୁକ ଓ କିଛି ମାଓ ସାମଗ୍ରୀ ଜବତ କରିଛି। ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ।

Advertisment

ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ହାଇ ଆର୍ଲଟ ଜାରି କରାଯାଇଛି। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିଜି ଅପରେସନ୍‌ ଅମିତାଭ ଠାକୁର। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଆମ ରାଜ୍ୟକୁ ୯୦ ପ୍ରତିଶତ ନକ୍ସଲ ଛତିଶଗଡରୁ ଆସିଥାନ୍ତି। ତେଣୁ ଏହି ଘଟଣା ପରେ ଛତିଶଗଡରୁ କିଭଳି ନକ୍ସଲମାନେ ରାଜ୍ୟକୁ ନଆସିବେ ସେ ନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ୍‌ କରିଦିଆଯାଇଛି। ସୀମାନ୍ତ ଜିଲ୍ଲାର ଏସ୍‌ପିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ଥିତିର ଅନୁଧ୍ୟାନ କରାଯାଉଛି। ନକ୍ସଲ କ୍ୟାମ୍ପରେ ମହିଳା ନକ୍ସଲଙ୍କୁ ଯୌନ ଶୋଷଣ କରାଯାଉଛି। ଯେତେବେଳେ ମହିଳା ନକ୍ସଲ ଆତ୍ମ ସମର୍ପଣ କରୁଛନ୍ତି, ସେମାନେ ଏହିଭଳି କାହାଣୀ ପୁଲିସ ଆଗରେ କହୁଛନ୍ତି। ତେଣୁ ସମସ୍ତ ନକ୍ସଲଙ୍କୁ ଅପିଲ କରୁଛି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଶ୍ରୀ ଠାକୁର କହିଛନ୍ତି।

ରିପୋର୍ଟ-ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Naxal Attack Naxal Naxal Dead Nabarangpur