Advertisment

ଦୁଷ୍କର୍ମର ଚିତ୍ର କଏଦ ହେଲା ସିସିଟିଭିରେ

ଦିବ୍ୟାଙ୍ଗ ମହିଳାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରି ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଥିଲା।

author-image
Manoranjan Sial
Rape

Rape

ରାକ୍ଷସ ପାଲଟିଗଲା ଏ ମଣିଷ! ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ରାସ୍ତାରୁ ଟାଣି ଆଣି ଦୋକାନ ଆଗରେ ଦୁଷ୍କର୍ମ କଲା। ଯାହା ସିସିଟିଭିରେ କଏଦ ହୋଇଗଲା। ଏବେ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିବା ପରେ ପୁଲିସ୍‌ ପଞ୍ଝାରେ ପଡ଼ିଛି ଅଭିଯୁକ୍ତ ସଫିଦ ଉଲ୍ଲା ଖାନ। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲାରୁ ଆସିଛି।

Advertisment

ରାଇଘର ସହରରେ ଜଣେ ଦିବ୍ୟାଙ୍ଗ ମହିଳା ଘୂରି ବୁଲୁଥିଲେ। ହେଲେ ଗତ କିଛି ଦିନ ହେଲା ସମ୍ପୃକ୍ତ ମହିଳାଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଦୋକାନୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହା ପରେ ଜଣେ ଦୋକାନୀ ନିଜ ଦୋକାନ ବାହାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ। ସେଥିରେ ସେ ଯାହା ଦେଖିଥିଲା, ତାହା ତାଙ୍କୁ ଚକିତ କରିଥିଲା। ରାତିର ଅନ୍ଧକାରରେ ସମ୍ପୃକ୍ତ ଅସହାୟ ମହିଳାଙ୍କୁ ଜଣେ ବ୍ୟକ୍ତି ଜବରଦସ୍ତ ରାସ୍ତାରୁ ଟାଣି ନେଇ ଦୋକାନ ପାଖରେ ଦୁଷ୍କର୍ମ କରୁଥିଲା। ଥରେ କି ଦୁଇ ଥର ନୁହେଁ, ବାରମ୍ୱାର ଦୁଷ୍କର୍ମ କରୁଥିଲା। ଯାହା ସିସିଟିଭିରେ କଏଦ ହୋଇଥିଲା।

ଦିବ୍ୟାଙ୍ଗ ମହିଳାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରି ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଥିଲା। ତା’ପରେ ଦୁଷ୍କର୍ମକାରୀ ଅଭିଯୁକ୍ତ ସଫିଦ ଉଲ୍ଲା ଖାନକୁ ଗିରଫ କରିଥିଲା ପୁଲିସ୍‌। ତେବେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ପୁଲିସ୍‌ ତାହା ଉପରେ ତଦନ୍ତ ଚଳାଇଛି। ଏନେଇ ସୂଚନା ଦେଇଛନ୍ତି ଉମରକୋଟ ଏସ୍‌ଡିପିଓ ସୁଭେନ୍ଦୁ କୁମାର ସବର।

Advertisment

ରିପୋର୍ଟ-ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Crime Nabarangpur