କୋର୍ଟରେ ହାଜର ହୋଇ ଜେଲ୍କୁ ଆସୁଥିଲା ଡକାୟତି ମାମଲାରେ ଗିରଫ ହୋଇଥିବା କଏଦୀ। ହେଲେ ଜେଲ୍ ଗେଟ୍ ପାର୍ଶ୍ୱରୁ ପୁଲିସ୍କୁ ଚକମା ଦେଇ ଚମ୍ପଟ ମରିଲା। ଆଜି ଅପରାହ୍ନରେ ଏପରି ଘଟଣା ନବରଙ୍ଗପୁରରେ ଘଟିଛି। ୩ ଘଣ୍ଟାର ଅପରେସନ୍ ପରେ ଚମ୍ପଟ ମାରିଥିବା କଏଦୀକୁ ଧରିବାରେ ସକ୍ଷମ ହୋଇଛି ପୁଲିସ୍।
ଡକାୟତ ମାମଲାରେ ଖାତିଗୁଡ଼ା ଥାନା ପୁଲିସ୍ ହାତରେ ଧରା ପଡ଼ି ଜେଲ୍ ଯାଇଥିଲା ଲୁକୁ ଭୁମିଆ। ସେ ନବରଙ୍ଗପୁର ସବ୍ଜେଲ୍ରେ ବନ୍ଦୀ ଜୀବନ କାଟୁଥିଲା। ଆଜି କୋର୍ଟରେ ହାଜର ହେବା ପାଇଁ ପୁଲିସ୍ ଭ୍ୟାନରେ ନବରଙ୍ଗପୁର କୋର୍ଟକୁ ନିଆଯାଇଥିଲା। କୋର୍ଟରେ ହାଜର ପରେ ଭ୍ୟାନ୍ରେ ଜେଲ୍କୁ ଫେରୁଥିଲା। ତେବେ ଜେଲ୍ ପାର୍ଶ୍ୱରେ ରାସ୍ତା କାମ ଚାଲୁଥିବା ଭିତରକୁ ଯାଇପାରିନଥିଲା ଭ୍ୟାନ୍। ତେଣୁ ସେଠାରେ ଗାଡ଼ି ଅଟକିଥିଲା। ଏହାର ସୁଯୋଗ ନେଇ ଲୁକୁ ସେଠାରୁ ଚମ୍ପଟ ମାରିଥିଲା। ତା’ପଛରେ ପୁଲିସ କର୍ମଚାରୀମାନେ ଦୌଡ଼ିଥିଲେ। ମାତ୍ର ତାକୁ ଧରିପାରିନଥିଲେ।
ଚମ୍ପଟ ମାରିଥିବା କଏଦୀ ଲୁକୁକୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ଜମାଲା କଲୋନୀରେ ଚଢ଼ଉ କରିଥିଲା। ସେ ଗଛ ମୂଳରେ ଛପି ରହିଥିବା ବେଳେ ପୁଲିସ ମାଡ଼ି ବସିଥିଲା। ପରେ ତାକୁ ଜେଲ୍ରୁ ଆଣିଛି।
ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋଇ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।