Advertisment

ଜେଲ ଗେଟ ପାଖରୁ ଚମ୍ପଟ ମାରିଲା କଏଦୀ

ଚମ୍ପଟ ମାରିଥିବା କଏଦୀ ଲୁକୁକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମାତ୍ର ବର୍ତ୍ତମାନ ତା’ର ପତ୍ତା ପାଇନାହିଁ।

ଅଦ୍ୟତନ ହୋଇଛି
Nabarangpur

Nabarangpur

Advertisment

କୋର୍ଟରେ ହାଜର ହୋଇ ଜେଲ୍‌କୁ ଆସୁଥିଲା ଡକାୟତି ମାମଲାରେ ଗିରଫ ହୋଇଥିବା କଏଦୀ। ହେଲେ ଜେଲ୍‌ ଗେଟ୍‌ ପାର୍ଶ୍ୱରୁ ପୁଲିସ୍‌କୁ ଚକମା ଦେଇ ଚମ୍ପଟ ମରିଲା। ଆଜି ଅପରାହ୍ନରେ ଏପରି ଘଟଣା ନବରଙ୍ଗପୁରରେ ଘଟିଛି। ୩ ଘଣ୍ଟାର ଅପରେସନ୍‌ ପରେ ଚମ୍ପଟ ମାରିଥିବା କଏଦୀକୁ ଧରିବାରେ ସକ୍ଷମ ହୋଇଛି ପୁଲିସ୍‌। 

Advertisment

ଡକାୟତ ମାମଲାରେ ଖାତିଗୁଡ଼ା ଥାନା ପୁଲିସ୍‌ ହାତରେ ଧରା ପଡ଼ି ଜେଲ୍‌ ଯାଇଥିଲା ଲୁକୁ ଭୁମିଆ। ସେ ନବରଙ୍ଗପୁର ସବ୍‌ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିଲା। ଆଜି କୋର୍ଟରେ ହାଜର ହେବା ପାଇଁ ପୁଲିସ୍‌ ଭ୍ୟାନରେ ନବରଙ୍ଗପୁର କୋର୍ଟକୁ ନିଆଯାଇଥିଲା। କୋର୍ଟରେ ହାଜର ପରେ ଭ୍ୟାନ୍‌ରେ ଜେଲ୍‌କୁ ଫେରୁଥିଲା। ତେବେ ଜେଲ୍‌ ପାର୍ଶ୍ୱରେ ରାସ୍ତା କାମ ଚାଲୁଥିବା ଭିତରକୁ ଯାଇପାରିନଥିଲା ଭ୍ୟାନ୍‌। ତେଣୁ ସେଠାରେ ଗାଡ଼ି ଅଟକିଥିଲା। ଏହାର ସୁଯୋଗ ନେଇ ଲୁକୁ ସେଠାରୁ ଚମ୍ପଟ ମାରିଥିଲା। ତା’ପଛରେ ପୁଲିସ କର୍ମଚାରୀମାନେ ଦୌଡ଼ିଥିଲେ। ମାତ୍ର ତାକୁ ଧରିପାରିନଥିଲେ।

ଚମ୍ପଟ ମାରିଥିବା କଏଦୀ ଲୁକୁକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ଜମାଲା କଲୋନୀରେ ଚଢ଼ଉ କରିଥିଲା। ସେ ଗଛ ମୂଳରେ ଛପି ରହିଥିବା ବେଳେ ପୁଲିସ ମାଡ଼ି ବସିଥିଲା। ପରେ ତାକୁ ଜେଲ୍‌ରୁ ଆଣିଛି। 

Advertisment

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋଇ

Crime Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe