Advertisment

ରିଲ୍ ପାଇଁ ବିପଦକୁ ଡାକିଲେ, ଆଜବେଷ୍ଟସ ଉପରକୁ ଡେଇଁ ଛାତ୍ର ହିନସ୍ତା

ରିଲ୍ ବନେଇବା ପାଇଁ ସ୍କୁଲ ଛାତ ଉପରେ ଚଢ଼ି ହତ୍ତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ୱାର୍ଟର୍ସର ଆଜେବେଷ୍ଟସ ଉପରକୁ ଡିଆଁ ମାରିଥିଲେ।

author-image
Tapaswini Nayak
Risky stunts

Risky stunts

ରିଲ୍ ବନେଇବା ପାଇଁ ଆଜିକାଲିର ଯୁବପୀଢ଼ି ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରୁଛନ୍ତି। ତାକୁ ସୋଶାଲ ମିଡିଆରେ ପୋଷ୍ଟ କରୁଛନ୍ତି। ଯୁବପୀଢ଼ିଙ୍କ ଏହି ଭିଡିଓ ଦେଖି ଛାତ୍ରଛାତ୍ରମାନେ ଏଥିରୁ ବାଦ ପଡୁ ନାହାନ୍ତି। ସେମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ରିଲ୍ ବନେଇବା ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର।

Advertisment

୧୪ ତାରିଖ ଦିନ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ହେବାର ଥିଲା। କାର୍ଯ୍ୟକ୍ରମ ପାଇଁ ସ୍କୁଲକୁ ଶୀଘ୍ର ଛୁଟି କରାଯାଇଥିଲା। ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ପଳାଇଯାଇଥିବା ବେଳେ କିଛି ପିଲା ଘରକୁ ନ ଯାଇଥିଲେ। ରିଲ୍ ବନେଇବା ପାଇଁ ସ୍କୁଲ ଛାତ ଉପରେ ଚଢ଼ି ହତ୍ତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ୱାର୍ଟର୍ସର ଆଜେବେଷ୍ଟ ଉପରକୁ ଡିଆଁ ମାରିଥିଲେ। କିଛି ଛାତ୍ର ଡିଆଁଡେଇଁ କରୁଥିବା ବେଳେ ଆଉ କିଛି ଛାତ୍ର ଭିଡିଓ କରୁଥିଲେ। ସ୍କଲ ଛାତ୍ରରୁ ୧୦ ଫୁଟ୍‌ ଦୂରତାରେ ଥିବା ଆଜବେଷ୍ଟକୁ ଡେଇଁଲା ବେଳେ ଜଣେ ପିଲା ତଳେ ଖସିପଡ଼ିଥିଲା। ସୌଭାଗ୍ୟବଶଃତ ସେହି ପିଲାଟିର କିଛି ହୋଇ ନଥିଲା।

ପରେ ପିଲାମାନେ ଭିଡିଓଟିକୁ ଫେସବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ୍‌ କରିଥିଲେ। ଉକ୍ତ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓଟିକୁ ସ୍କୁଲର ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ନଜରକୁ ଆସିଥିଲା। ଉକ୍ତ ଭିଡିଓ କରିଥିବା ୭ ଜଣ ଛାତ୍ରଙ୍କୁ ବିଦ୍ୟାଳୟକୁ ପ୍ରଧାନଶିକ୍ଷକ ସୁଶଂକର ମିସ୍ତ୍ରୀ ଚିହ୍ନଟ କରି ଟିସି ଦେଇ ବାହାର କରିଥିଲେ। ପରେ ଛାତ୍ରଙ୍କ ଅଭିଭାବକମାନେ ଭୁଲ ସ୍ୱୀକାର କରିବା ସହ ପରୀକ୍ଷା ପର୍ଯ୍ୟନ୍ତ ପିଲାଙ୍କୁ ବାହାର ନକରିବାକୁ ଅନୁରୋଧ କରିଥିଲେ।

Advertisment

ରାଇଘର ବିଇଓ ଇଶ୍ୱର ମାଝି କହିଛନ୍ତି, ଘଟଣାର ତଦନ୍ତ ପାଇଁ ସ୍କୁଲକୁ ଯିବି। ପିଲାମାନଙ୍କୁ ତାଗିଦ୍ କରିବା ପାଇଁ ତାଙ୍କର ଅଭିଭାବକମାନଙ୍କୁ ଡକାଯାଇ କୁହାଯିବ।

Nabarangpur Risky Stunts Student