Advertisment

ପ୍ରଧାନଶିକ୍ଷକ ବଦଳିଲେ ବୋଲି ଭୋ ଭୋ କାନ୍ଦିଲେ ଛାତ୍ରଛାତ୍ରୀ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଗୁରୁ ଓ ଶିକ୍ଷ୍ୟର ସମ୍ପର୍କ ବେଶ୍ ପବିତ୍ର। ଜଣେ ଗୁରୁ କିପରି ନିଜ ଶିକ୍ଷ୍ୟକୁ ଉଚିତ୍ ମାର୍ଗରେ ନେବ, ସେଥିପ୍ରତି ଧ୍ୟାନ ଦିଅନ୍ତି। ଶିକ୍ଷ୍ୟ ମଧ୍ୟ ନିଜ ଗୁରୁଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଏ। ଆଜି ଆମେ ଏମିତି ଗୁରୁ-ଶିକ୍ଷ୍ୟର ମଧୁର ଉଦାହରଣ ଦେବୁ, ଯାହା ଦେଖିଲେ ଆଖିରୁ ଲୁହ ଝରିଯିବ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରୁ ଆସିଛି ଗୁରୁ-ଶିଷ୍ୟ ପରମ୍ପରାର ଏହି ମଧୁର ଚିତ୍ର। ଶିକ୍ଷକଙ୍କ ବଦଳି ଆଦେଶ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପ୍ରଧାନଶିକ୍ଷକ ବଦଳିଲେ ବୋଲି ଭୋ ଭୋ କାନ୍ଦିଲେ ଛାତ୍ରଛାତ୍ରୀ

student

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଗୁରୁ ଓ ଶିକ୍ଷ୍ୟର ସମ୍ପର୍କ ବେଶ୍ ପବିତ୍ର। ଜଣେ ଗୁରୁ କିପରି ନିଜ ଶିକ୍ଷ୍ୟକୁ ଉଚିତ୍ ମାର୍ଗରେ ନେବ, ସେଥିପ୍ରତି ଧ୍ୟାନ ଦିଅନ୍ତି। ଶିକ୍ଷ୍ୟ ମଧ୍ୟ ନିଜ ଗୁରୁଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଏ। ଆଜି ଆମେ ଏମିତି ଗୁରୁ-ଶିକ୍ଷ୍ୟର ମଧୁର ଉଦାହରଣ ଦେବୁ, ଯାହା ଦେଖିଲେ ଆଖିରୁ ଲୁହ ଝରିଯିବ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରୁ ଆସିଛି ଗୁରୁ-ଶିଷ୍ୟ ପରମ୍ପରାର ଏହି ମଧୁର ଚିତ୍ର। ଶିକ୍ଷକଙ୍କ ବଦଳି ଆଦେଶ ଶୁଣିବା ପରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ନିଜର ଅତି ପ୍ରିୟ ପ୍ରଧାନଶିକ୍ଷକଙ୍କ ଅକସ୍ମାତ ବଦଳି ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଛାତ୍ରଛାତ୍ରୀ। ନିଜର ଅତି ପ୍ରିୟଜନଙ୍କୁ ହରାଇଲା ପରେ ଯେପରି ଆତ୍ମୀୟ ସ୍ୱଜନ କାନ୍ଦିଥାନ୍ତି, ଠିକ୍ ସେଭଳି କିଛି ଦୃଶ୍ୟ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା। ଅଭିଭାବକ ଓ ଗ୍ରାମବାସୀ ଆସି ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଆଉ ଏହି ହୃଦୟସ୍ପର୍ଶୀ ଦୃଶ୍ୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଶିକ୍ଷକଙ୍କ ବଦଳି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଗାଁର ମେଦନା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ବାରିକଙ୍କୁ ରାଇଘର ବ୍ଲକକୁ ବଦଳି କରାଯାଇଛି। ଦୀର୍ଘ ବର୍ଷ ଧରି ଶିକ୍ଷାଦାନ ଦେଇ ଆସୁଥିବା ଜଣେ କର୍ମଠ, ନିଷ୍ଠାପର, ଓ ଗୁଣବାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପରେ ଭାବବିହ୍ୱଳ କରିଦେଇଥିଲା ଛାତ୍ରଛାତ୍ରୀଙ୍କୁ।

Advertisment

ପ୍ରଧାନ ଶିକ୍ଷକ ଦିବାକର ବାରିକ ବିଦ୍ୟାଳୟରେ ପହଞ୍ଚିବା କ୍ଷଣି ଭୋ ଭୋ ହୋଇ କାନ୍ଦିଥିଲେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ। ସାର୍ ଆମକୁ ଛାଡ଼ି ଯାଆନ୍ତୁ ନାହିଁ ବୋଲି କହି କାନ୍ଦି ଉଠିଥିଲେ। ଏପରି କାନ୍ଦିବା ଦେଖି ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଯାହା ପରେ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଆଜି ବିଇଓଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ ପାଇଁ ଦାବି କରିଛନ୍ତି।