Advertisment

ବେକ କାଟିଦେଲେ ମାନସିକ ବିକୃତ ଯୁବକ, କହିଲେ- ମେଡିକାଲ କୋଠାରୁ ଡେଇଁ ପଡ଼ିବି

ପ୍ରଥମେ ସେ ଏକ ବ୍ଲେଡରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ସେ ଉକ୍ତ କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ।

author-image
Niharika Rout
Suicide Attempt

Suicide Attempt

ମାନସିବ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ । ପ୍ରଥମେ ଏକ ବ୍ଲେଡରେ ନିଜ ଗଳାକୁ କାଟି ଦେଲେ। ପରେ ୨ ମହଲା କୋଠାର ଛାତକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ। ହେଲେ ଠିକ୍‌ ସମୟରେ ଅଗ୍ନିଶମ କର୍ମଚାରୀଙ୍କ ହସ୍ତକ୍ଷେପ ଯୋଗୁ ଯୁବକଙ୍କ ଜୀବନ ବଞ୍ଚି ଯାଇଥିବା ଜଣାଯାଇଛି। ଏପରି ଅସ୍ୱାଭାବିକ ଘଟଣା ଆଜି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି।

Advertisment

ଯୁବକଜଣକଙ୍କ ନାଁ ଶ୍ୟାମ ହରିଜନ ବୋଲି ଜଣାଯାଇଛି। ତାଙ୍କର ମାନସିକ ବିକୃତି ଥିବା ଜଣାପଡ଼ିଥିବା ବେଳେ  ଆଜି ସକାଳେ ସେ ହଠାତ୍‌ ମେଡିକାଲ କ୍ୟାମ୍ପସ୍‌ରେ ପଶି ଯାଇଥିଲେ। ଏହାପରେ ସେ ଦୁଇ ମହଲା ବିଶିଷ୍ଠ ରୋଗୀ ସମ୍ପର୍କୀୟଙ୍କ ବିଶ୍ରାମ ଗୃହ ଉପରେ ଚଢ଼ି ଯାଇଥିଲେ। ସେଠାରେ ସେ ପ୍ରଥମେ ଏକ ବ୍ଲେଡରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ସେ ଉକ୍ତ କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ।

ଏହାଦେଖି ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇ ସମ୍ପୃକ୍ତ ଯୁବକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକଜଣକ ବୁଝିବା ଅବସ୍ଥାରେ ନ ଥିବା ବେଳେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

Advertisment

ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ୱାବସ୍ଥା ବିପଦମୁକ୍ତ ଥିବା ଜଣାଯାଇଛି।

ଏନେଇ ନବରଙ୍ଗପୁର ଅଗ୍ନିଶମ ବାହିନୀ ଅଧିକାରୀ କମଳା କାନ୍ତ ଦାଶ କହିଛନ୍ତି, ଯୁବକଜଣକ ନିଜ ବେକ କାଟି ଦେଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି।

ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ୱେ ଯୁବକଜଣକ କିପରି ଉକ୍ତ ଚଢିବାକୁ ସକ୍ଷମ ହେଲା ତାହା ବର୍ତ୍ତମାନ ପ୍ରଶ୍ନବାଚୀ ଉଠିଛି l

Suicide Threat