Advertisment

କଫ୍ ସିରପ ନାଁରେ ୩ ବର୍ଷର ପୁଅକୁ ବିଷ ଦେଇ ଦେଲା ସାବତ ବାପା!

ଔଷଧ ଖାଇବାର କିଛି ସମୟ ପରେ ଛୁଆଟି ବାନ୍ତି କରିଥିଲା ଓ ତା’ ଅବସ୍ଥା ଗୁରୁତର ହୋଇଯାଇଥିଲା।

Police

Police

Advertisment

୩ ବର୍ଷର ପୁଅକୁ ସାବତ ବାପା କାଶ ଔଷଧ ବଦଳରେ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ସାଂଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଅଞ୍ଚଳରୁ। ନିଜେ ଶିଶୁର ମା’ ଏହି ଅଭିଯୋଗ ଆଣି ଏତଲା ଦେଇଥିବା ବେଳେ କୁନ୍ଦେଇ ପୁଲିସ୍ ଅଭିଯୁକ୍ତ ସାବତ ବାପାକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ବିଶ୍ୱନାଥ ଗଣ୍ଡ। ସେ ଜଣେ କ୍ୱାକ୍‌।

Advertisment

ରାଇଘର ବ୍ଲକ୍ ଅନ୍ତର୍ଗତ ଜଡ଼ାପାରା କଲୋନୀ ଗ୍ରାମର ଭଜନାଥ ଗଣ୍ଡଙ୍କ ବଡ଼ ଝିଅ ଗାୟତ୍ରୀ ଗଣ୍ଡଙ୍କର ଜଣେ ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ସେମାନଙ୍କର ଏକ ପୁତ୍ର ସନ୍ତାନ ଥିଲା। ତେବେ ସେମାନେ ଏକାଠି ରହୁ ନଥିଲେ। ଗାୟତ୍ରୀ ପୁଅ ସହିତ ତାଙ୍କ ବାପ ଘରେ ରହୁଥିଲେ। ପୁଅକୁ ୩ ବର୍ଷ ହୋଇଯାଇଥିବା ବେଳେ ୟା ଭିତରେ ଗାୟତ୍ରୀ ଅନ୍ୟ ଜଣେ ଯୁବକ (ବିଶ୍ୱନାଥ ଗଣ୍ଡ)ଙ୍କ ପ୍ରେମରେ ପଡ଼ି ଯାଇଥିଲେ। ୩ ମାସ ତଳେ ସେ ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ ଆମାବେଡ଼ା ଗାଁର ବାସିନ୍ଦା ବିଶ୍ୱନାଥ ଗଣ୍ଡଙ୍କୁ ବିବାହ କରିଥିଲେ।

ଗତ କିଛି ଦିନ ତଳେ ଗାୟତ୍ରୀ ତାଙ୍କ ବାଘରକୁ ବୁଲିବାକୁ ଆସିଥିଲେ। ସାଙ୍ଗରେ ପୁଅକୁ ଆଣିଥିଲେ। ହେଲେ ଗତ ରବିବାର ଦିନ ତାଙ୍କ ପୁଅ ଅସୁସ୍ଥ ହୋଇପଡ଼ିଥିଲା। ତାକୁ ଥଣ୍ଡା ଓ କାଶ ହୋଇଥିଲା। ଏହା ଦେଖି ଗାୟତ୍ରୀ ତାଙ୍କ ସ୍ୱାମୀ ବିଶ୍ୱନାଥ ଗଣ୍ଡଙ୍କୁ ଔଷଧ ଆଣି ଦେବାକୁ କହିଥିଲେ। ବିଶ୍ୱନାଥ ଜଣେ କ୍ୱାକ୍। ସେ ଗାଁ ଗାଁ ବୁଲି ଲୋକଙ୍କୁ ଔଷଧ ଦିଏ। ଗତକାଲି (ସୋମବାର) ସକାଳ ପ୍ରାୟ ୧୧ଟା ବେଳେ ବିଶ୍ୱନାଥ ଔଷଧ ଆଣି ଗାୟତ୍ରୀଙ୍କୁ ଦେଇଥିଲେ। ସେହି ଔଷଧକୁ ଗାୟତ୍ରୀ ତାଙ୍କ ପୁଅକୁ ଦେଇଥିଲେ। ତେବେ ଔଷଧ ଖାଇବାର କିଛି ସମୟ ପରେ ଛୁଆଟି ବାନ୍ତି କରିଥିଲା ଓ ତା’ ଅବସ୍ଥା ଗୁରୁତର ହୋଇଯାଇଥିଲା। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଆଶା କର୍ମୀ ଓ ହାଟଭରଣ୍ଡି ଚିକିତ୍ସାଧିକାରୀ ଗାୟତ୍ରୀଙ୍କ ଘରେ ପହଞ୍ଚିଥିଲେ। ଯାଞ୍ଚ କରିବା ପରେ ହାଟଭରଣ୍ଡି ଚିକିତ୍ସାଧିକାରୀ ଛୁଆଟିକୁ ମୃତ ଘୋଷଣା କରିଥିଲେ। ଏହା ସହିତ ଘଟଣାଟି ଅସ୍ୱାଭାବିକ ଲାଗିବାରୁ କୁନ୍ଦେଇ ପୁଲିସକୁ ସୂଚନା ଦେଇଥିଲେ।

Advertisment

ଖବର ପାଇ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତାକୁ ଦିଆଯାଇଥିବା ଔଷଧ ଜବତ କରିଥିଲେ। କଫ୍ ସିରପ ନାଁରେ ବିଶ୍ୱନାଥ ଗଣ୍ଡ ବିଷ ଦେଇଥିଲେ ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ। ପରେ ସେ ଏନେଇ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। 

ଏହି ଘଟଣା ପରେ ପୁଲିସ୍ ଅଭିଯୁକ୍ତ ବିଶ୍ୱନାଥ ଗଣ୍ଡଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଦେଖାଇଥିଲା। ତେଣୁ ପୁଲିସ୍‌ର ବି ସନ୍ଦେହ ହୋଇଥିଲା। ଫେରାର ହେବାକୁ ପ୍ରୟାସ କରୁଥିବା ବିଶ୍ୱନାଥଙ୍କୁ ପୁଲିସ୍ ଛତିଶଗଡ଼ ସୀମାରୁ ଧରିଥିଲା।

କଫ୍ ସିରପରେ ଆଉ କିଛି ଜିନିଷ ମିଶାଇ ବିଶ୍ୱନାଥ ଗଣ୍ଡ ସାବତ ପୁଅକୁ ମାରି ଦେଇଥାଇପାରେ ବୋଲି ପୁଲିସ୍ ମଧ୍ୟ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଛୁଆଟିର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

Murder Police Poison Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe