Advertisment

ଜାଲରେ ପଡ଼ିଥିବା ଅତିରିକ୍ତ ଉପ-ଜିଲ୍ଲାପାଳ କେଉଁଠୁ ଆଣିଲେ ଏତେ ଟଙ୍କା?

ଏହାକୁ ନେଇ ନାନା ଚର୍ଚ୍ଚା ହେଉଥିବା ଭାରତମାଳା ପ୍ରକଳ୍ପ ପାଇଁ କାମ ଦେବା ଉଦ୍ଦେଶ୍ୟରେ କିଛି ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ବାବୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହେଉଛି। ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ ଘରୁ ପୂଳା ପୂଳା ଟଙ୍କା ବାହାରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି।

ଅଦ୍ୟତନ ହୋଇଛି
Vigilance

Vigilance

Advertisment

ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ଉପ-ଜିଲ୍ଲାପାଳ କେଉଁଠୁ ଆଣିଲେ ଏତେ ଟଙ୍କା? ଏହାକୁ ନେଇ ନାନା ଚର୍ଚ୍ଚା ହେଉଥିବା ଭାରତମାଳା ପ୍ରକଳ୍ପ ପାଇଁ କାମ ଦେବା ଉଦ୍ଦେଶ୍ୟରେ କିଛି ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ବାବୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହେଉଛି। ଅତିରିକ୍ତ ଉପ-ଜିଲ୍ଲାପାଳଙ୍କ ଘରୁ ପୂଳା ପୂଳା ଟଙ୍କା ବାହାରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଉମରକୋଟ ବ୍ଲକ୍ ବୁର୍ଜା ପଞ୍ଚାୟତ ଶୀତଳଡଙ୍ଗରୀ ଓ କୋପେନା ପଂଚାୟତ କେସରିବେଡ଼ାଠାରେ ଅମୃତ ସରୋବର ନିର୍ମାଣ ପ୍ରସଙ୍ଗରେ ଭୁଲ୍ ତଥ୍ୟ ଦେଇ ଅତିରିକ୍ତ ଉପ-ଜିଲ୍ଲାପାଳ କୋଟି କୋଟି ଟଙ୍କାର ପଥର ଲୁଟରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ଏପରିକି ବିନା ଗ୍ରାମସଭାରେ ତହସିଲ ପକ୍ଷରୁ ବିନା ଲିଜ୍ ଓ ପଲ୍ୟୁସନ୍ ବୋର୍ଡର ଅନୁମତି ନନେଇ ପ୍ରକଳ୍ପ ପାଇଁ ପ୍ରଶାନ୍ତ କୁମାର ରାଉତ ଅନୁମତି ଦେଇଥିବା ଅଭିଯୋଗ ହୋଇଛି।

Advertisment

ନବରଙ୍ଗପୁର ଅତିରିକ୍ତ ଉପ-ଜିଲ୍ଲାପାଳ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ। ଆଜି ସେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୋରରୁ ଭୁବନେଶ୍ୱର, ନବରଙ୍ଗପୁର ଓ ଭଦ୍ରକ ଜିଲ୍ଲାର ପ୍ରାୟ ୯ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ। ରୋଚକ କଥା ହେଉଛି, ରାଜଧାନୀର କାନନବିହାର ବାସଭବନରେ ଚଢ଼ଉ ବେଳେ ପ୍ରଶାନ୍ତଙ୍କ ପଡ଼ୋଶୀଙ୍କ ଛାତ ଉପରୁ ମିଳିଥିଲା ଛଅ ପେଟି ଟଙ୍କା। ଭିଜିଲାନ୍ସ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବା ଜାଣିପାରି ପ୍ରଶାନ୍ତଙ୍କ ଘରୁ କିଏ ଜଣେ ପଡ଼ୋଶୀଙ୍କ ଏହି ଛାତ ଉପରକୁ ଟଙ୍କା ଫୋପାଡ଼ି ଦେଇଥିଲେ। ଆଉ ପଡ଼ୋଶୀ ମଧ୍ୟ ସେସବୁ ଉଠାଇ ଆଣି ନିଜ ଘରେ ରଖିଦେଲେ।

ତେବେ ଶବ୍ଦ ଶୁଣି ଭିଜିଲାନ୍ସ ପ୍ରଥମେ ପଡ଼ୋଶୀଙ୍କ ଘରେ ପଶି ଖାନତଲାସି କରିଥିଲା ଓ ଜବତ କରିଥିଲା ନଗଦ ୨ କୋଟି ୨୫ ଲକ୍ଷ ଟଙ୍କା। ନବରଙ୍ଗପୁର DRDA କଲୋନୀର ବାସଭବନରୁ ମଧ୍ୟ ପେଟିଭର୍ତ୍ତି ୫୬ ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରଶାନ୍ତ ନିଜ ଆଡୁ ଏକାଧିକ ବେନାମୀ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିବା ବେଳେ ଗୋଟିଏ ଆକାଉଣ୍ଟରେ ୨୦୧୯ରୁ ୨୬ ଲକ୍ଷରୁ ଅଧିକ ଟଙ୍କା ପୈଠ ହୋଇଥିବା ଭିଜିଲାନ୍ସ ତଥ୍ୟ ପାଇଛି। ଆଜି ଅପରାହ୍ନ ସୁଦ୍ଧା ଭିଜିଲାନ୍ସ ପାଇଛି ୨ କୋଟି ୯୧ ଲକ୍ଷରୁ ଅଧିକ ଟଙ୍କା। ଖୋଳତାଡ଼ ଜାରି ରହିଥିବାରୁ ଆହୁରି ଟଙ୍କା ସହ ସଂପତ୍ତି ଧରାପଡ଼ିବ ବୋଲି ଭିଜିଲାନ୍ସ ଅଧିକାରୀମାନେ କହିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗତ ୪ ବର୍ଷ ତଳେ ପ୍ରଶାନ୍ତ ରାଉତ ସୁନ୍ଦରଗଡ଼ ବିଶ୍ରାରେ ବିଡ଼ିଓ ଥିବାବେଳେ ବିରିପାଣୀ ପଞ୍ଚାୟତ ଅଧିକାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ଗିରଫ ହୋଇଥିଲେ। ଏହାସତ୍ତ୍ୱେ ସେ ପ୍ରମୋସନ ପାଇଛନ୍ତି ଓ ବର୍ଷେ ହେଲା ନବରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି। ଚର୍ଚ୍ଚା ହେଉଛି, ଅସତ୍‌ ଉପାୟରେ ଅର୍ଜିତ ଟଙ୍କା କିଛି ବାଲି ମାଫିଆ, ଜମି ମାଫିଆ ଓ ଠିକାଦାରଙ୍କର। ତେବେ ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପଛରେ କିଏ ଅଛନ୍ତି? କାହା ଛତ୍ରଛାୟାରେ ବାବୁ ଆଦାୟ କରୁଛନ୍ତି ଅମାପ ଅର୍ଥ? ସେନେଇ ଭିଜିଲାନ୍ସ ଖୋଳତାଡ଼ କରୁଛି।

Bhubaneswar Vigilance Raid Odisha Vigilance Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe