Advertisment

ଘଞ୍ଚ ଜଙ୍ଗଲରେ ଚାରିଦିନ ଧରି ତପସ୍ୟା କରୁଛନ୍ତି ମହିଳା, ଆଉ କହୁଛନ୍ତି...

ନବରଙ୍ଗପୁର (ନବଘନ ବିଷୋୟୀ): ଘଞ୍ଚ ଜଙ୍ଗଲରେ ତପସ୍ୟାରେ ମଗ୍ନ ଅଛନ୍ତି ମହିଳା। ଆଉ କହୁଛନ୍ତି, ମୋ ଦେହରେ ବାସୁକୀ ମାତା ଆସିଛନ୍ତି। ମାତାଙ୍କ ସ୍ୱପ୍ନାଦେଶ ପାଇ ମୁଁ ଜଙ୍ଗଲରେ ତପସ୍ୟା କରିବାକୁ ଆସିଛି। ଆଉ ଚାରିଦିନ ହେଲା ଜଙ୍ଗଲରେ ତପସ୍ୟାରେ କରୁଛନ୍ତି। ସେହି ମହିଳାଙ୍କ ନିକଟରେ ପୂଜାର୍ଚ୍ଚନା ବି ଚାଲିଛି। ତେଣେ କିଛି ଲୋକ ଅଭିଯୋଗ କରିଛନ୍ତି ଯେ ମହିଳା ଜଣକ ବିକୃତ ମସ୍ତିସ୍କ। ଏପରି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ […]

ଘଞ୍ଚ ଜଙ୍ଗଲରେ ଚାରିଦିନ ଧରି ତପସ୍ୟା କରୁଛନ୍ତି ମହିଳା, ଆଉ କହୁଛନ୍ତି...

tapasya

Advertisment

ନବରଙ୍ଗପୁର (ନବଘନ ବିଷୋୟୀ): ଘଞ୍ଚ ଜଙ୍ଗଲରେ ତପସ୍ୟାରେ ମଗ୍ନ ଅଛନ୍ତି ମହିଳା। ଆଉ କହୁଛନ୍ତି, ମୋ ଦେହରେ ବାସୁକୀ ମାତା ଆସିଛନ୍ତି। ମାତାଙ୍କ ସ୍ୱପ୍ନାଦେଶ ପାଇ ମୁଁ ଜଙ୍ଗଲରେ ତପସ୍ୟା କରିବାକୁ ଆସିଛି। ଆଉ ଚାରିଦିନ ହେଲା ଜଙ୍ଗଲରେ ତପସ୍ୟାରେ କରୁଛନ୍ତି। ସେହି ମହିଳାଙ୍କ ନିକଟରେ ପୂଜାର୍ଚ୍ଚନା ବି ଚାଲିଛି। ତେଣେ କିଛି ଲୋକ ଅଭିଯୋଗ କରିଛନ୍ତି ଯେ ମହିଳା ଜଣକ ବିକୃତ ମସ୍ତିସ୍କ। ଏପରି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଗ୍ରାମ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲରେ। ଯେଉଁଠାରେ ଅନ୍ଧବିଶ୍ୱାସ ଆଗରେ ହାର୍ ମାନିଛି ବିଜ୍ଞାନ।

Advertisment

ଦଳେଇଗୁଡା ଗ୍ରାମର ସିଙ୍ଗି ହରିଜନଙ୍କ ପତ୍ନୀ ବାଲମତି ହରିଜନ। ସ୍ୱାମୀ ସିଙ୍ଗି ହରିଜନ ଗାଈ ଚରାଉ ଥିବା ବେଳେ ସ୍ତ୍ରୀ ବାଲମତି ଝଡ଼ା ଫୁଙ୍କା ଆଦି କାମ କରି ପରିବାର ପୋଷନ୍ତି। ହେଲେ ଶନିବାର ବିଳମ୍ବିତ ରାତିରେ ବାଲମତି ଜଙ୍ଗଲକୁ ତପସ୍ୟା କରିବାକୁ ଚାଲିଗଲେ। ବାସୁକୀ ମାତାଙ୍କର ସ୍ୱପ୍ନାଦେଶ ପାଇବା ପରେ ସେ ଜଙ୍ଗଲ ଯାଇଥିବା ତାଙ୍କ ସ୍ୱାମୀ କହିଛନ୍ତି। ରାତି ପ୍ରାୟ ୨ଟାରୁ ସେ ଘରୁ ବାହାରିଥିଲେ।

ସକାଳୁ ସକାଳୁ ଘର ଲୋକ ତାଙ୍କୁ ଖୋଜା ଖୋଜି କରିବା ପରେ ପାଇନଥିଲେ। ପରେ ନିକଟସ୍ଥ ଢାମଣାପଦର ବାହାଲି ଜଙ୍ଗଲର ଏକ ଛୋଟିଆ ପଥର ପାହାଡ଼ରେ ମହିଳାଙ୍କୁ ତପସ୍ୟା ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଆଖପାଖ ଅଞ୍ଚଳର ଗ୍ରାମବାସୀଙ୍କ ଭିଡ଼ ଜମିଯାଇଥିଲା। ଲୋକେ ବାଲଙ୍କ ନିକଟରେ ନଡ଼ିଆ କଦଳୀ ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ବାଲ ତପସ୍ୟାରତ ଥିବାରୁ ତାଙ୍କ ସୁରକ୍ଷା ଲାଗି ସ୍ୱାମୀ ସିଙ୍ଗି ନିକଟସ୍ଥ ସ୍ଥାନରେ ଜଗି ରହିଛନ୍ତି। ବାଲ ଦୁଇ ଚାମଚ କ୍ଷୀର ପିଉ ଥିବା ବେଳେ ପାହାନ୍ତିଆ ୩ଟାରେ ଗାଧୋଇବାକୁ ଯାଉଥିବା ଭକ୍ତ ମାନେ କହିଛନ୍ତି। ଉଭୟ ଅଲେଖ ଧର୍ମ ଗ୍ରହଣ କରିଛନ୍ତି।

Advertisment

ଗୋଟିଏ ପଟେ ତପସ୍ୟାରତ ମହିଳା କାହା ସହ କଥା ହେଉନଥିବା ଭକ୍ତ ମାନେ କହୁଥିଲା ବେଳେ କ୍ୟାମେରା ସାମ୍ନାରେ ସେ ଘର, ମନ୍ଦିର ଓ ନଳକୂପ ପାଇଁ ଦାବି କରିଛନ୍ତି। ଏଥିସହ କ୍ୟାମେରାରେ ସେ କରୁଥିବା ସ୍ତୁତିକୁ ରେକର୍ଡିଂ କରିବାକୁ କହିଥିଲେ। ଯାହାକୁ ନେଇ ସ୍ଥାନୀୟ ଲୋକେ ଉକ୍ତ ମହିଳା ଜଣକ ବାହାନା କରି ଏଭଳି କରୁଥିବା ଅଭିଯୋଗ କରିଛନ୍ତି।

ସେହିଭଳି ପାପଡାହାଣ୍ଡି ଗ୍ରାମର ସୁଶାନ୍ତ ବେହେରା ଅଭିଯୋଗ ଆଣିଛନ୍ତି ଯେ ମହିଳାଙ୍କ ମସ୍ତିଷ୍କ ଖରାପ ଅଛି। ତେଣୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସତ୍ୟକୁ ଉଜାଗର କରିବାକୁ ସେ ଦାବି କରିଛନ୍ତି। ଏହା ଅନ୍ଧ ବିଶ୍ୱାସ ନା ଭଗବାନ ପ୍ରେମ ତାହା ଜଣା ପଡୁନଥିବା ବେଳେ ଲୋକଙ୍କ ଭିଡ଼ ଦେଖି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe