Advertisment

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ଅଭିଯୋଗରେ ମହିଳା କିରାଣି ଗିରଫ

ଉମରକୋଟ (କାର୍ତ୍ତିକ ମଲ୍ଲିକ): କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଡାବୁଗାଁ ତହସିଲ କାର୍ଯ୍ୟାଳୟର ମହିଳା କିରାଣିଙ୍କୁ ଡାବୁଗାଁ ପୁଲିସ୍ ଗିରଫ କରିଛି। ନବରଙ୍ଗପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅଧିକାରୀ ଏବଂ ନବରଙ୍ଗପୁର ଥାନା ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍ ଆଜି ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରୁ ମହିଳା କିରାଣି ଚନ୍ଦନା ମଣ୍ଡଳଙ୍କୁ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ। ପ୍ରାପ୍ତ ସୂଚନା […]

author-image
Ranjit Kumar Jena
କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ଅଭିଯୋଗରେ ମହିଳା କିରାଣି ଗିରଫ

umarkote

ଉମରକୋଟ (କାର୍ତ୍ତିକ ମଲ୍ଲିକ): କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଡାବୁଗାଁ ତହସିଲ କାର୍ଯ୍ୟାଳୟର ମହିଳା କିରାଣିଙ୍କୁ ଡାବୁଗାଁ ପୁଲିସ୍ ଗିରଫ କରିଛି। ନବରଙ୍ଗପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅଧିକାରୀ ଏବଂ ନବରଙ୍ଗପୁର ଥାନା ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍ ଆଜି ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରୁ ମହିଳା କିରାଣି ଚନ୍ଦନା ମଣ୍ଡଳଙ୍କୁ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ।

Advertisment

ପ୍ରାପ୍ତ ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ନାଜିର୍ ଭାବେ କାର୍ଯ୍ୟରତ ଚନ୍ଦନା ମଣ୍ଡଳ କାର୍ଯ୍ୟାଳୟର ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଡାବୁଗାଁ ତହସିଲଦାର ଗତ ମେ ମାସ ୨୮ ତାରିଖରେ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ପରେ ରାଜସ୍ୱ ବିଭାଗ ପକ୍ଷରୁ ମଧ୍ୟ କରା ଯାଇଥିବା ତଦନ୍ତରେ ୧ କୋଟି ୪୫ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ନେଇ ରିପୋର୍ଟ ଆସିଥିଲା।

ଏହି ଘଟଣା ପଦାକୁ ଆସିବା ପର ଠାରୁ ଉକ୍ତ ମହିଳା କିରାଣି ଜଣକ ଫେରାର୍ ଥିଲେ। ଉକ୍ତ ରିପୋର୍ଟକୁ ଆଧାର କରି ଗତକାଲି ନବରଙ୍ଗପୁର ଏସପି ଙ୍କ ନିର୍ଦ୍ଧେଶ କ୍ରମେ ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର ବେହୁରିଆ ଏବଂ ନବରଙ୍ଗପୁର ଥାନା ଅଧିକାରୀ ତାରିକ୍ ଅହମ୍ମଦଙ୍କୁ ନେଇ ଗଠିତ ଏକ ଟିମ୍ ଡାବୁଗାଁ ସ୍ଥିତ ତାଙ୍କ ବାସଭବନ ଓ ଡାବୁଗାଁରେ ଥିବା ତାଙ୍କ ସ୍ୱାମୀଙ୍କ ଦୋକାନ ଉପରେ ଚଢଉ କରିବା ସହ ବିଭିନ୍ନ ବ୍ୟାଙ୍କରେ ଜମା ଥିବା ତାଙ୍କ ଆକାଉଣ୍ଟରୁ ମୋଟ ୨୭ ଲକ୍ଷ ଟଙ୍କା ଫ୍ରିଜ୍ କରିଥିଲେ।

Advertisment

ଆଜି ଚନ୍ଦନା ମଣ୍ଡଳଙ୍କୁ ଉକ୍ତ ସ୍ୱତନ୍ତ୍ର ଟିମ୍ ଛତିଶଗଡ଼ ରାଜ୍ୟର ସୁକୁମା ଅଞ୍ଚଳରୁ ଗିରଫ କରି ଉମରକୋଟ ଥାନାକୁ ଆଣିଥିବା ବେଳେ ଅଧିକ ତଦନ୍ତ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଏହାଛଡ଼ା ଦରକାର ପଡିଲେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ।