Advertisment

ଯୁବକଙ୍କୁ ଗୁଳି କରିଦେଲେ ନକ୍ସଲ, କହିଲେ- ଗଛ କାଟୁଥିବାରୁ ମାରିଲୁ

ଗତକାଲି ରାତିରେ କିଛି ନକ୍ସଲ ଲକ୍ଷ୍ମୀପୁର ଗାଁରେ ପହଞ୍ଚି ନାରାୟଣଙ୍କୁ ଘରକୁ ଡାକି ନେଇଥିଲେ। ପରେ ଗାଁ ନିକଟସ୍ଥ ଜଙ୍ଗଲରେ ଗୁଳିକରି ହତ୍ୟା କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
naxal

naxal

ନକ୍ସଲ ଘଟାଇଛନ୍ତି ବର୍ବରକାଣ୍ଡ। ଘରୁ ଡାକି ନେଇ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଘଘର ଅଞ୍ଚଳର ଲକ୍ଷ୍ମୀପୁର ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ଲକ୍ଷ୍ମୀପୁର ଗାଁର ନାରାୟଣ ନାଗେସ୍‌ ।

Advertisment

ଗତକାଲି ରାତିରେ କିଛି ନକ୍ସଲ ଲକ୍ଷ୍ମୀପୁର ଗାଁରେ ପହଞ୍ଚି ନାରାୟଣଙ୍କୁ ଘରୁ ଡାକି ନେଇଥିଲେ। ପରେ ଗାଁ ନିକଟସ୍ଥ ଜଙ୍ଗଲରେ ଗୁଳିକରି ହତ୍ୟା କରିଥିଲେ। ଆଜି ସ୍ଥାନୀୟ ଲୋକେ ନାରାୟଣଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ହେଲେ ଖବର ଲେଖାଯିବା ସୁଦ୍ଧା ଅର୍ଥାତ୍ ପ୍ରାୟ ମଧ୍ୟାହ୍ନ ସୁଦ୍ଧା  ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ। 

ନାରାୟଣଙ୍କ ମୃତଦେହ ନିକଟରେ ନକ୍ସଲ ପୋଷ୍ଟର ପଡ଼ିଛି। ଏହି ପୋଷ୍ଟରରେ ମେନପୁର-ନୂଆପଡ଼ା ଡିଭିଜନର ନକ୍ସଲ ନାଁ ରହିଥିଲା। ମେନପୁର-ନୂଆପଡ଼ା ଡିଭିଜନର ନକ୍ସଲମାନେ ନାରାୟଣଙ୍କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା।

Advertisment

ପୋଷ୍ଟରରେ ଆହୁରି ଉଲ୍ଲେଖ  କରାଯାଇଥିଲା ଯେ, ନାରାୟଣ ବନ ବିଭାଗ ସହ ମିଶି ଜଙ୍ଗଲରେ ଗଛ କାଟୁଥିଲା। ଜଙ୍ଗଲ କଟାଯାଇ ଜନ ବସତି ସ୍ଥାପନ କରାଯାଉଥିଲା। ଏଥିପାଇଁ ନାରାୟଣଙ୍କୁ ହତ୍ୟା କରାଯାଇଛି।  ନାରାୟଣଙ୍କୁ ନକ୍ସଲ ହତ୍ୟା କରିବା ପରେ  ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

 ସୂଚନାଯୋଗ୍ୟ, କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାର ହାତିବାରୀ ଗାଁରେ ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। 

Naxal Nabarangpur