/odisha-reporter/media/post_attachments/uploads/2020/04/890-765.jpg)
890-765
ଯାଜପୁର (ଗୁଲାମ ଗସ୍): କରୋନାକୁ ନେଇ ଆସିଲା ଉଦ୍ବେଗଜନକ ଖବର। ଯାଜପୁର ଜିଲ୍ଲାର ନାଏବ ସରପଞ୍ଚ ଓ ତାଙ୍କ ସ୍ୱମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଟାଉନ ଥାନା ରାହାସୋଇ ପଂଚାୟତ ରାହାସୋଇ ଗ୍ରାମରେ ଗତ ୨୯ ତାରିଖରେ ୫ ଜଣ ଯୁବକ କଲିକତାରୁ ଆସି ରହିଥିଲେ । ତେବେ ତାଙ୍କୁ ସ୍ଥାନୀୟ ନାଏବ ସଂରପଚ ସରକାରୀ କ୍ୱାରେନଟାଇନରେ ରହିବାକୁ କହିଥିଲେ ।
Advertisment
ଏଥିରେ ରାଗି ଯାଇ ଯୁବକମାନେ ଅନ୍ୟ ଯୁବକଙ୍କ ସହଯୋଗରେ ମହିଳା ନାଏବ ସରପଂଚ ଓ ଆଶା ଦିଦିଙ୍କୁ ଖରାପ ବ୍ୟବହାର କରିବା ସହ ନାଏବ ସରପଂଚ ଓ ସ୍ୱାମୀଙ୍କୁ ମାଡ ମାରିଥିଲେ । ଏନେଇ ଯାଜପୁର ଟାଉନ ଥାନାରେ ନାଏବ ସରପଞ୍ଚ ଜଲୀ ସାହୁ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
