ନିଆଳି ମାଧବ ଗାଁର ମସଜିଦ୍ ଓ ଇଦ୍‌ଗା ପରିସରରେ ୧୪୪ ଧାରା ଜାରି

କଟକ: କଟକ ଜିଲ୍ଲା ନିଆଳି ମାଧବ ଗାଁରେ ଥିବା ମସଜିଦ୍ ଓ ଇଦ୍‌ଗା ପରିସରରେ ୧୪୪ ଧାରା ଜାରି କରାଯାଇଛି। ଗତ ଏପ୍ରିଲ ୧୧ ତାରିଖରେ ମସଜିଦରେ ନମାଜ ପଢ଼ାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ପୋଲିସ୍ ଓ ଶାନ୍ତି କମିଟି ସହାୟତାରେ ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଘଟଣାର ସମାଧାନ ହୋଇ ପାରି ନ ଥିଲା। ଆଇନଶୃଙ୍ଖଳାର ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ପୋଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା […]

dargha

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 02:02 PM IST

କଟକ: କଟକ ଜିଲ୍ଲା ନିଆଳି ମାଧବ ଗାଁରେ ଥିବା ମସଜିଦ୍ ଓ ଇଦ୍‌ଗା ପରିସରରେ ୧୪୪ ଧାରା ଜାରି କରାଯାଇଛି। ଗତ ଏପ୍ରିଲ ୧୧ ତାରିଖରେ ମସଜିଦରେ ନମାଜ ପଢ଼ାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ପୋଲିସ୍ ଓ ଶାନ୍ତି କମିଟି ସହାୟତାରେ ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଘଟଣାର ସମାଧାନ ହୋଇ ପାରି ନ ଥିଲା। ଆଇନଶୃଙ୍ଖଳାର ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ପୋଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ରାମଜାନ ମାସ ଚାଲିଥିବାରୁ ମୁସଲିମ ସମ୍ପ୍ରଦାୟର ଲୋକେ ଅନ୍ୟ ସ୍ଥାନରେ ନମାଜ ପାଠ କରୁଛନ୍ତି।

Related story