Advertisment

୫ ଦିନ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ୩୦ରୁ ଜାନୁଆରୀ ୩ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ। ଅର୍ଥାତ୍ ପର୍ଯ୍ୟଟକଙ୍କ ପାଇଁ ୫ ଦିନ ନନ୍ଦନକାନନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିବ। ଆଗକୁ ନୂଆ ବର୍ଷ ଆସୁଛି। ନୂଆ ‍ବର୍ଷରେ ନନ୍ଦନକାନନରେ ଅହେତୁକ ଭିଡ଼ ଦେଖିବାକୁ ମିଳିବ। ଆଉ ଭିଡ଼ ହେଲେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କାଲିଠୁ ନନ୍ଦନକାନନ କାଉଣ୍ଟରରେ ମିଳିବନି ଟିକେଟ୍

nandankanan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ୩୦ରୁ ଜାନୁଆରୀ ୩ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ। ଅର୍ଥାତ୍ ପର୍ଯ୍ୟଟକଙ୍କ ପାଇଁ ୫ ଦିନ ନନ୍ଦନକାନନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିବ।

Advertisment

ଆଗକୁ ନୂଆ ବର୍ଷ ଆସୁଛି। ନୂଆ ‍ବର୍ଷରେ ନନ୍ଦନକାନନରେ ଅହେତୁକ ଭିଡ଼ ଦେଖିବାକୁ ମିଳିବ। ଆଉ ଭିଡ଼ ହେଲେ ସଂକ୍ରମଣ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି। ତେଣୁ କିପରି ସଂକ୍ରମଣକୁ କିପରି ବ୍ୟାପିବାରୁ ରୋକାଯାଇ ପାରିବ, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନନ୍ଦନକାନନ ସମେତ ବଟାନିକାଲ ଗାର୍ଡେନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ପୂର୍ବରୁ ରାଜ୍ୟ ସରକାର ବଡ଼ଦିନ ଓ ନୂଆ ବର୍ଷ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଥିଲେ। ଗାଇଡଲାଇନ୍ ମୁତାବକ, ନୂଆ ବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇପାରିବ ନାହିଁ। ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ସେଲିବ୍ରେସନ କରିବାକୁ ରାଜ୍ୟ ସରକାର ସିଧାସଳଖ ମନା କରିଛନ୍ତି। ହୋଟେଲ୍, ରେଷ୍ଟୁରାଣ୍ଟ, କ୍ଲବ୍, ପାର୍କରେ ଜିରୋ ନାଇଟ୍ ପାଳନକୁ ମନା କରାଯାଇଛି।

Advertisment

ସେହିପରି ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଲିବ୍ରେସନ୍ କରିବାକୁ ବାରଣ କରାଯାଇଛି। ଏହାସହ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ପିକନିକ୍ କରିବାକୁ ମଧ୍ୟ ସରକାର ବାରଣ କରିଛନ୍ତି। କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ପୂରା ଦେଶ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା ପ୍ରବେଶ କରିସାରିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ନନ୍ଦନକାନନ ଜୈବ ଉଦ୍ୟାନ ଆଜି ୬୨ ବର୍ଷରେ ପାଦ ଥାପିଛି। ଏହି ଅବସରରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିସହ ପ୍ରତିଷ୍ଠା ଉତ୍ସବ ଅବସରରେ ନାଁ ପାଇଛନ୍ତି ନବଜାତ ୬ ବାଘ ଛୁଆ ବାଘୁଣୀ। ମେଘାର ୩ ଶାବକଙ୍କୁ ସୋହିନୀ, ବିବେକ ଓ ଅଭୟ ଏବଂ ବାଘୁଣୀ ବିଜୟାର ୩ ଶାବକଙ୍କୁ ରକି, ବଂଶୀ ଓ ରକେଶ ଭାବେ ନାମିତ କରାଯାଇଛି। ୬ଟି ଯାକ ବାଘଛୁଆ ସୁସ୍ଥ ଅଛନ୍ତି ଏବଂ ଆସନ୍ତା ମଙ୍ଗଳବାରଠୁ ସେମାନଙ୍କୁ ଖୁଆଡ଼କୁ ଛଡ଼ାଯିବ ବୋଲି ସୂଚନା ମିଳିଛି।

ଗତବର୍ଷ ନନ୍ଦନକାନନକୁ ୯ଟି ଜନ୍ତୁ ଅନ୍ୟ ରାଜ୍ୟରୁ ଆସିଥିବା ବେଳେ ଏଠାରୁ ୬ଟି ଜନ୍ତୁ ବାହାରକୁ ଯାଇଛନ୍ତି। ୨୭୩ଟି ଜନ୍ମ ହୋଇଛନ୍ତି ଏବଂ ବିଭିନ୍ନ କାରଣରୁ ୭୪ଟି ଜୀବଙ୍କ ଜୀବନ ଯାଇଛି। ଚଳିତବର୍ଷ ରୋପ୍ ୱେ ଓ ଟୟ୍ ଟ୍ରେନ୍‌କୁ ପୁନଃ କାର୍ଯ୍ୟକ୍ରମ କରାଯିବା ସହ ପାର୍କିଂ ବ୍ୟବସ୍ଥା ସଂପୂର୍ଣ୍ଣ ହେବ ଏବଂ ଖୁଆଡ଼ ସୌନ୍ଦର୍ଯ୍ୟକରଣ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।