ପହିଲାରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲିବ ବୋଲି ଜଣାପଡ଼ିଛି। ପ୍ରାୟ ୩ ମାସ ଧରି ନନ୍ଦନକାନନ ବନ୍ଦ ରହିଥିଲା। ନନ୍ଦନକାନନ କର୍ତ୍ତୃପକ୍ଷଙ୍କଠୁ ମିଳିଥିବା ସୂଚନା ଅନୁସାରେ, କୋଭିଡ୍ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଭାବେ ମାନି ନନ୍ଦନକାନନ ଖୋଲାଯିବ । ପର୍ଯ୍ୟଟକଙ୍କ ପାଇଁ କୋଭିଡ୍ ଗାଇଡ୍‌ଲାଇନ ବାଧ୍ୟତାମୂଳକ କରାଯିବ। ପର୍ଯ୍ୟଟକଙ୍କୁ ଥଣ୍ଡା, କାଶ ଥିଲେ ନନ୍ଦନକାନନ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ପର୍ଯ୍ୟଟକଙ୍କ ପାଇଁ ମାସ୍କ, ସାମାଜିକ ଦୂରତାକୁ ମାନିବା ବାଧ୍ୟତାମୂଳକ […]

nandankana

nandankana

Ordigital Desk
  • Published: Friday, 30 July 2021
  • Updated: 30 July 2021, 10:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲିବ ବୋଲି ଜଣାପଡ଼ିଛି। ପ୍ରାୟ ୩ ମାସ ଧରି ନନ୍ଦନକାନନ ବନ୍ଦ ରହିଥିଲା।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କଠୁ ମିଳିଥିବା ସୂଚନା ଅନୁସାରେ, କୋଭିଡ୍ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଭାବେ ମାନି ନନ୍ଦନକାନନ ଖୋଲାଯିବ । ପର୍ଯ୍ୟଟକଙ୍କ ପାଇଁ କୋଭିଡ୍ ଗାଇଡ୍‌ଲାଇନ ବାଧ୍ୟତାମୂଳକ କରାଯିବ। ପର୍ଯ୍ୟଟକଙ୍କୁ ଥଣ୍ଡା, କାଶ ଥିଲେ ନନ୍ଦନକାନନ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ପର୍ଯ୍ୟଟକଙ୍କ ପାଇଁ ମାସ୍କ, ସାମାଜିକ ଦୂରତାକୁ ମାନିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଗେଟରେ ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯିବ। ଏହାସହିତ ଜୀବଜନ୍ତୁ ରହୁଥିବା ସ୍ଥାନ ବା ସେମାନଙ୍କ ଚାରିପଟେ ଘେରାଯାଇଥିବା ବ୍ୟାରିକେଡକୁ ମଧ୍ୟ ସ୍ପର୍ଶ ନକରିବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କୋଭିଡର ଦ୍ୱିତୀୟ ଲହର ପାଇଁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିବାପରେ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos