Advertisment

ଠିକାଦାର ହତ୍ୟା ମାମଲାର ପର୍ଦ୍ଦାଫାସ, ୫ ଗିରଫ

ଲମତାପୁଟ(ଜଗତ ଜୀବନ): ଠିକା କାମକୁ ନେଇ ସୃଷ୍ଟି ହୋଇଥିଲା ଶତ୍ରୁତା। ପରେ ପଥରରେ ଛେଚି ହତ୍ୟା କରି ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଆଜି ଏହି ମାମଲାର ପର୍ଦ୍ଦାଫାସ ହୋଇଛି। ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋରାପୁଟ ପୁଲିସ୍‌। ନନ୍ଦପୁର ଥାନା ତୋଟାଗୁଡା  ଗାଁର ମସୁରୀ  ପାଙ୍ଗି ଜଣେ ଠିକାଦାର। ମସୁରୀ ଚାଲାକ ଓ ଚତୁର ଥିବାରୁ ଗ୍ରାମାଞ୍ଚଳରେ ହେଉଥିବା ଉନ୍ନୟନ କାମର ଠିକା ନେଉଥିଲେ। ଯେଉଁଥିପାଇଁ ତାଙ୍କ ପିଲା ଦିନର ସାଙ୍ଗଙ୍କ ସହିତ […]

ଠିକାଦାର ହତ୍ୟା ମାମଲାର ପର୍ଦ୍ଦାଫାସ, ୫ ଗିରଫ

Nandapur

Advertisment

ଲମତାପୁଟ(ଜଗତ ଜୀବନ): ଠିକା କାମକୁ ନେଇ ସୃଷ୍ଟି ହୋଇଥିଲା ଶତ୍ରୁତା। ପରେ ପଥରରେ ଛେଚି ହତ୍ୟା କରି ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଆଜି ଏହି ମାମଲାର ପର୍ଦ୍ଦାଫାସ ହୋଇଛି। ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋରାପୁଟ ପୁଲିସ୍‌।

Advertisment

ନନ୍ଦପୁର ଥାନା ତୋଟାଗୁଡା  ଗାଁର ମସୁରୀ  ପାଙ୍ଗି ଜଣେ ଠିକାଦାର। ମସୁରୀ ଚାଲାକ ଓ ଚତୁର ଥିବାରୁ ଗ୍ରାମାଞ୍ଚଳରେ ହେଉଥିବା ଉନ୍ନୟନ କାମର ଠିକା ନେଉଥିଲେ। ଯେଉଁଥିପାଇଁ ତାଙ୍କ ପିଲା ଦିନର ସାଙ୍ଗଙ୍କ ସହିତ ଶତ୍ରୁ ସୃଷ୍ଟି ହୋଇଥିଲା। ତେଣୁ ମସୁରୀକୁ ରାସ୍ତାରୁ ହଟାଇବା ପାଇଁ ଖେମୁଣ୍ଡୁ ପାଙ୍ଗି, କେଶବ ପାଙ୍ଗି, ସୁବାସ ଖରା, କମୁଲୁ ପାଙ୍ଗି ଓ କାଙ୍ଗୁ ପାଙ୍ଗି ଯୋଜନା କରିଥିଲେ।

ଗତ ୫ ତାରିଖରେ ଦଶହରା ପର୍ବ ଥିଲା। ମସୁରୀଙ୍କୁ ତାଙ୍କ ବନ୍ଧୁ ଖେମୁଣ୍ଡୁ ପାଙ୍ଗି, କେଶବ ପାଙ୍ଗି, ସୁବାସ ଖରା, କମୁଲୁ ପାଙ୍ଗି ଓ କାଙ୍ଗୁ ପାଙ୍ଗି ଡାକିଥିଲେ। ପରେ ସମସ୍ତେ ଏକ କମାଣ୍ଡର ଜିପ୍‌ରେ ଦଶହରା ପୂଜା ଦେଖିବା ପାଇଁ ଯାଇଥିଲେ। ପୂର୍ବ ଯୋଜନା ମୁତାବକ ହାଡ଼ିଗୁଡା ଜଙ୍ଗଲ ନିକଟରେ ଅଟକିଲା ଗାଡି। ସେଠାରେ ମସୁରୀକୁ ପଥରରେ ଚେଛି ହତ୍ୟା କରିଥିଲେ। ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଘରକୁ ପଳାଇ ଯାଇଥିଲେ ୫ ବନ୍ଧୁ।

Advertisment

ଅନ୍ୟପକ୍ଷରେ ମସୁରୀ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ମାତ୍ର ତାଙ୍କ ପତ୍ତା ପାଇନଥିଲେ। ମସୁରୀକୁ ନପାଇ ପରିବାର ଚୁପ୍‌ଚାପ୍‌ ଘରେ ଥିଲେ। ତେବେ ୧୪ ତାରିଖରେ ହାଡିଗୁଡା ଜଙ୍ଗଲରୁ ପୁଲିସ୍‌ ଗୋଟିଏ ମୃତଦେହ ଉଦ୍ଧାର କରିଥିଲା। ମୃତଦେହର ପରିଚୟ ମିଳିପାରି ନଥିବାରୁ ଦୁଇ ଦିନ ରଖିଥିଲା। ଏନେଇ ଆଖପାଖ ଗାଁ ଓ ଥାନାକୁ ସୂଚନା ଦେଇଥିଲା ପୁଲିସ୍‌।

ମସୁରୀଙ୍କ ପରିବାର ଲୋକ ଥାନାରେ ପହଞ୍ଚି ମୃତଦେହ ଚିହ୍ନି ଥିଲେ। ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ଖେମୁଣ୍ଡୁ ପାଙ୍ଗି, କେଶବ ପାଙ୍ଗି, ସୁବାସ ଖରା, କମୁଲୁ ପାଙ୍ଗି ଓ କାଙ୍ଗୁ ପାଙ୍ଗିଙ୍କୁ ଅଟକ ରଖି ଜେରା କରିଥିଲା। ଜେରା ବେଳେ ସେମାନେ ନିଜ ଦୋଷ ସ୍ୱୀକାର କରିଥିଲେ। ଏହା ପରେ ୫ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe