ନନ୍ଦରାଜା
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ନନ୍ଦରାଜା ଭୂମିକାରେ ଅଭିନୟ କରୁଥିବା କଳାକାର ସତ୍ୟନାରାୟଣ ପୋଢ଼ଙ୍କର ଗୁରୁବାର ଭୋରରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।
ବୁଧବାର ବିଳମ୍ବିତ ରାତିରେ ସତ୍ୟନାରାୟଣଙ୍କର ହୃତଘାତ ହୋଇଥିଲା। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ସତ୍ୟନାରାୟଣ ପୋଢ଼ଙ୍କର ଦେହାନ୍ତ ଖବର ପାଇ ଧନୁଯାତ୍ରାର କଳାକାରଙ୍କ ସହିତ ବିଭିନ୍ନ ବର୍ଗର ଲୋକେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସତ୍ୟନାରାୟଣଙ୍କ ପୂର୍ବରୁ ତାଙ୍କ ବାପା ବାସୁଦେବ ପୋଢ଼ ବରଗଡ଼ ଧନୁଯାତ୍ରାରେ ନନ୍ଦରାଜ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ମୃତ୍ୟୁ ପରେ ଗଲା ୨୦ ବର୍ଷ ହେଲାଣି ସତ୍ୟନାରାୟଣ ପୋଢ଼ ବରଗଡ଼ ଧନୁଯାତ୍ରାରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/29/nanda-2026-01-29-20-12-21.jpg)