Advertisment

ପେନସନ୍‌ ପାଇଁ ବୃଦ୍ଧାଙ୍କ ସଂଘର୍ଷ ଦେଖି ଉଦବେଗ ପ୍ରକାଶ କରିଛନ୍ତି ସୀତାରମଣ

ଚାଲିବାକୁ ପାଦରେ ଶକ୍ତି ନ ଥିବା ବେଳେ ଛିଡ଼ା ହେବାକୁ ବଳ ନାହିଁ। ଏପରି ସ୍ଥିତିରେ ପରିଣତ ବୟସରେ ପହଞ୍ଚି ସାରିଥିବା ଜଣେ ବୃଦ୍ଧା ପେନସନ୍‌ ଗଣ୍ଡାକ ପାଇଁ ଏକ ଚେୟାରକୁ ଆଶାବାଡ଼ି କରି ମାଇଲ ବାଟ ଚାଲୁଥିବା ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହେଉଥିଲା।

ଅଦ୍ୟତନ ହୋଇଛି
Advertisment

ଚାଲିବାକୁ ପାଦରେ ଶକ୍ତି ନ ଥିବା ବେଳେ ଛିଡ଼ା ହେବାକୁ ବଳ ନାହିଁ। ଏପରି ସ୍ଥିତିରେ ପରିଣତ ବୟସରେ ପହଞ୍ଚି ସାରିଥିବା ଜଣେ ବୃଦ୍ଧା ପେନସନ୍‌ ଗଣ୍ଡାକ ପାଇଁ ଏକ ଚେୟାରକୁ ଆଶାବାଡ଼ି କରି ମାଇଲ ବାଟ ଚାଲୁଥିବା ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହେଉଥିଲା। ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଜଣେ ବୃଦ୍ଧାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବୃଦ୍ଧାଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ବାଣୁଆଗୁଡା ଗାଁର ସୂର୍ଯ୍ୟ ହରିଜନ । ପେନସନ୍‌ ପାଇଁ ଜଣେ ବୃଦ୍ଧାଙ୍କ ଅସହାୟତା ପ୍ରକାଶ କରୁଥିବା ଏହି ଭିଡିଓ ଅର୍ଥ ମନ୍ତ୍ରୀ ସୀତାରମଣଙ୍କୁ ଖୁବ୍‌ ବ୍ୟଥିତ କରିଥିବା ବେଳେ ମାନବିକତା ଦୃଷ୍ଟିକୋଣରୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ପଚାରିଛନ୍ତି। 

Advertisment

Odisha Poverty Nirmala Sitharaman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe