Advertisment

Rajya Sabha elections: ଭକ୍ତ ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ଗ୍ରହଣ କରିନେଲେ ନବୀନ

ଶେଷରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦେଇଥିବା ପ୍ରାର୍ଥୀଙ୍କୁ ମୋହର ମାରିଦେଲେ ନବୀନ ପଟ୍ଟନାୟକ। ଆଜି ନବୀନ ଦୁଇ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଜଣେ ହେଲେ ଡକ୍ଟର ସଂତୃପ୍ତ ମିଶ୍ର ଆଉ ଜଣେ ହେଲେ ଡାକ୍ତର ଦତ୍ତେଶ୍ୱର ହୋତା।

author-image
OR Desk
CONG
  • ଭକ୍ତଙ୍କ ପ୍ରାର୍ଥୀଙ୍କୁ କାହିଁକି ନବୀନ ଚତୁର୍ଥ ପ୍ରାର୍ଥୀ ଘୋଷଣା କଲେ?  
  • କି ବେଳ ଆସିଲା ଶେଷରେ କଂଗ୍ରେସ ପ୍ରସ୍ତାବିତ ପ୍ରାର୍ଥୀଙ୍କୁ ମୋହର ମାରିଲେ ନବୀନ
  • ଭକ୍ତ ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ଗ୍ରହଣ କରିନେଲେ ନବୀନ
  • ସୋମବାର ଭେଟି ନବୀନଙ୍କୁ ପ୍ରସ୍ତାବ ଦେଇଥିଲେ ଭକ୍ତ
  • ଶନିବାର ଭକ୍ତ ଦେଇଥିବା ୭ ନାଁ ମଧ୍ୟରୁ ନବୀନ ବାଛିଲେ ଜଣଙ୍କୁ
  • ସମଦୂରତା କହୁଥିବା ନବୀନ ବାବୁ ଶେଷରେ କଂଗ୍ରେସ ଦଳ ପାଖରେ କମ୍ପ୍ରମାଇଜ୍ କଲେ 
Advertisment

ଶେଷରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦେଇଥିବା ପ୍ରାର୍ଥୀଙ୍କୁ ମୋହର ମାରିଦେଲେ ନବୀନ ପଟ୍ଟନାୟକ। ଆଜି ନବୀନ ଦୁଇ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଜଣେ ହେଲେ ଡକ୍ଟର ସଂତୃପ୍ତ ମିଶ୍ର ଆଉ ଜଣେ ହେଲେ ଡାକ୍ତର ଦତ୍ତେଶ୍ୱର ହୋତା। ଡକ୍ଟର ସଂତୃପ୍ତ ମିଶ୍ର ବିଜେଡିର ପ୍ରାର୍ଥୀ ହୋଇଥିବା ବେଳେ ଦତ୍ତେଶ୍ବର ହୋତା ହେବ ଚତୁର୍ଥ ପ୍ରାର୍ଥୀ ।

ଦତ୍ତେଶ୍ୱର କମନ କ୍ୟାଣ୍ଡିଡେଟ୍ ହେବେ ବୋଲି ଘୋଷଣା କରିଛନ୍ତି ନବୀନ। ଦଳରେ ଅନେକ ଲୋକଙ୍କ ନାଁ ଚର୍ଚ୍ଚା କରାଯାଉଥିବା ବେଳେ ଶେଷରେ ନବୀନ ତାଙ୍କର ପଲଟିକାଲ ସଚିବ ସଂତୃପ୍ତ ମିଶ୍ରଙ୍କୁ ବାଛିଛନ୍ତି। ଏହାକୁ ନେଇ ଏବେ ଦଳ ଭିତରେ ପ୍ରବଳ ଅସନ୍ତୋଷ ଆରମ୍ଭ ହୋଇଗଲାଣି। ବିଜେଡି ପାଖରେ ଚତୁର୍ଥ ପ୍ରାର୍ଥୀ ପାଇଁ ସଂଖ୍ୟା ଗରିଷ୍ଠତା ନଥିବା ବେଳେ ଦଳ ନିଶ୍ଚିତ ଭାବେ କଂଗ୍ରେସର ସାହାଯ୍ୟ ଲୋଡିବ। ତେବେ କଂଗ୍ରେସ ଯଦି ବିଜେଡିକୁ ସମର୍ଥନ କରେ ତେବେ ବିଜେଡିର ସମଦୂରତା ନୀତିକୁ ନେଇ ନିଶ୍ଚେ ପ୍ରଶ୍ନବାଚୀ ସୃଷ୍ଟି ହେବ।

Advertisment

ସେପଟେ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ସେ ଦେଇଥିବା ପ୍ରାର୍ଥୀକୁ ବିଜେଡି ଘୋଷଣା କରିଛି। ଏ ନେଇ ସେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ଗତ ସୋମବାର ନବୀନଙ୍କୁ ଭେଟି ସେ ୭ ଜଣ ବିଶିଷ୍ଚ ବ୍ୟକ୍ତିଙ୍କ ନାଁ ଦେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ଲଳିତ ମାନସିଂ, ପି.କେ ରାୟ, ପ୍ରଭାସ ପଟ୍ଟନାୟକ, ସୁବ୍ରତ ଆଚାର୍ଯ୍ୟ, ସାମ୍ବାଦିକ ରାଜେଶ ମହାପାତ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତା। ଆଉ ନବୀନ ଏହି ନାମ ଗୁଡିକ ମଧ୍ୟରୁ ଦତ୍ତେଶ୍ୱର ହୋତାଙ୍କୁ ବାଛି ଚୁତର୍ଥ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି। ସେପଟେ ଭକ୍ତ କହିଛନ୍ତି ଆମେ ଦେଖିବୁ ଯେମିତି ଚତୁର୍ଥ ପ୍ରାର୍ଥୀ ତାଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହର ନ କରନ୍ତି। 

ତେବେ ତୃତୀୟ ପ୍ରାର୍ଥୀ ପାଇଁ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ଥିବା ବେଳେ ଚତୁର୍ଥ ପ୍ରାର୍ଥୀ ପାଇଁ ସଂଖ୍ୟାଗରିଷ୍ଠତା ବିଡେଜି ଏବଂ କଂଗ୍ରେସ ମିଶିଲେ ହେଉଛି। ତେବେ ଦୁଇ ଦଳ ମିଶି ରାଜ୍ୟସଭାକୁ ପ୍ରାର୍ଥୀ ପଠାଇ ପାରୁଛନ୍ତି ନା ନାହିଁ ତାହା ଦେଖିବା କଥା।

ଭୁବନେଶ୍ବରରୁ ସ୍ୱାତୀ ଜେନାଙ୍କ ସହ ଦିଲ୍ଲୀରୁ ଶିବାନନ୍ଦ ରାଉତଙ୍କ ରିପୋର୍ଟ