Jayanarayan Mishra
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ବାବୁ ପାଇଛନ୍ତି କିଣା ଆଓ୍ୱାର୍ଡ। ଏହି ଆୱାର୍ଡ କେତେ ଟଙ୍କାରେ କିଣିଛନ୍ତି ଜଣାନାହିଁ। ନିର୍ବାଚନ ପାଖେଇ ଆସିଲେ ନବୀନ ବାବୁ ଏମିତି ଗୋଟେ ଗୋଟେ ଆଓ୍ୱାର୍ଡ କିଣନ୍ତି। ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ‘ଜୀବନବ୍ୟାପୀ ସାଧନା’ ସମ୍ମାନ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ଏହି ଅବସରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏପରି କହିଛନ୍ତି।
ସେ କହିଛନ୍ତି, ଯେଉଁ ସଂସ୍ଥାକୁ ଭାରତରେ କେହି ଜାଣି ନାହାନ୍ତି, ସିଏ ସେବା ସାଧକ ଆୱାର୍ଡ ଦେଇଛନ୍ତି। ଯାହା ଆମ ଓଡ଼ିଶା ପାଇଁ ବାଧକ। ଯେଉଁ ସଂସ୍ଥା ଏହି ଆଓ୍ୱାର୍ଡ ଦେଇଛନ୍ତି ତା’ର କ୍ରେଡିବିଲିଟି କ’ଣ ତା ବିଷୟରେ ମଧ୍ୟ ଜଣା ନାହିଁ।
ବିରୋଧୀ ଦଳ ନେତା ଆହୁରି କହିଛନ୍ତି, ଯେଉଁ ଲୋକ ସନ୍ଧ୍ୟା ୮ଟା ପରେ କେଉଁ ଅନ୍ଧାରୀ ଦୁନିଆରେ ନିଖୋଜ ହୋଇଯାନ୍ତି ସେ ହେଉଛନ୍ତି ସେବାର ସାଧକ। ଯେଉଁ ଲୋକ କୌଣସି କଥା ଆଜି ପର୍ଯ୍ୟନ୍ତ ବୁଝିନାହାଁନ୍ତି, ଆମ ଭାଷା ଜାଣି ନାହାନ୍ତି କି ଆମ ସଂସ୍କୃତି ଜାଣି ନାହାନ୍ତି ତାଙ୍କୁ ସେବା ସାଧକ ପୁରସ୍କାର ଦିଆଯାଇଛି। ଯେଉଁମାନେ ପୁରସ୍କୃତ କରିଛନ୍ତି ସେମାନେ ଧନ୍ୟ, ଯେଉଁମାନେ ପୁରସ୍କାର ପାଇଛନ୍ତି ସେମାନେ ଧନ୍ୟ।
ନିର୍ବାଚନ ପାଖେଇ ଆସିଲେ ନବୀନ ବାବୁ ଏମିତି ଗୋଟେ ଗୋଟେ ଆଓ୍ୱାର୍ଡ କିଣନ୍ତି। ଏହା ନୂଆ କଥା ନୁହେଁ, ଗତଥର ମଧ୍ୟ ଏପରି କରିଥିଲେ। ତେବେ ଏହାର ପ୍ରଭାବ କିଛି ପଡିବ ନାହିଁ। ନବୀନ ବାବୁଙ୍କ ଏହି ଡ୍ରାମାକୁ ଲୋକେ ବୁଝି ସାରିଛନ୍ତି। ନବୀନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ଏକ ପ୍ରହସନ ବୋଲି ବିରୋଧୀ ଦଳ ନେତା କହିଛନ୍ତି।
ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ପାଇ ଆଜି ପୂର୍ବାହ୍ନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏକ ଝଲକ ପାଇବାକୁ ତଥା ତାଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ବିମାନବନ୍ଦର ବାହାରେ ଅସମ୍ଭବ ଭିଡ଼ ଜମିଥିଲା। ଏଥିନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା।
ପାରମ୍ପାରିକ ନୃତ୍ୟଗୀତ ତଥା ଢୋଲ ବାଜାର ତାଳେ ତାଳେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ହାଇଡ୍ରୋଲିକ୍ ବସ୍ରେ ନବୀନ ନିବାସ ଅଭିମୁଖେ ପାଛୋଟି ନିଆଯାଇଥିଲା। ଏହି ସ୍ୱତନ୍ତ୍ର ବସ୍କୁ ଗତ ନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ବେଳେ ଏବେ ପୁଣି ଥରେ ରାସ୍ତାରେ ସେହି ବସ୍ରେ ସବାର୍ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଉକ୍ତ ବସ୍ରେ ଏୟାରପୋର୍ଟରୁ ନବୀନ ନିବାସ ଅଭିମୁଖେ ଯାଇଥିଲେ ମୁଖ୍ୟମନ୍ତ୍ରୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/Untitled-1-24.jpg)