Advertisment

ନବୀନଙ୍କ କୃଷି ଓଡ଼ିଶା କାର୍ଯ୍ୟକ୍ରମ: ପିଟିଲେ କାଳିଆ ଢୋଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ଚାଲିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା। ଠିକ୍ ସେଇ ସମୟରେ ରାଜଧାନୀର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିଲା କୃଷି ଓଡ଼ିଶା କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପିଟିଥିଲେ ‘କାଳିଆ’ ଯୋଜନାର ଢୋଲ। ପଥରଚେପା ସମାବେଶରେ ମୋଦିଙ୍କ ଭାଷଣ ଚାଲିଥିବା ବେଳେ ନବୀନ ମଧ୍ୟ ଠିକ ସେହି ସମୟରେ ଚାଷୀଙ୍କ ଉଦ୍ଦେଶ୍ୟରେ ପଢ଼ିଥିଲେ ତାଙ୍କ ଅଭିଭାଷଣ। ମୋଦିଙ୍କ ସଭାକୁ କାଉଣ୍ଟର କରି ନବୀନ ପୁଣିଥରେ ଚାଷୀ କାର୍ଡ ଖେଳିଥିବା ଆଲୋଚନା ହେଉଛି। […]

ନବୀନଙ୍କ କୃଷି ଓଡ଼ିଶା କାର୍ଯ୍ୟକ୍ରମ: ପିଟିଲେ କାଳିଆ ଢୋଲ

bjd

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରରେ ଚାଲିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା। ଠିକ୍ ସେଇ ସମୟରେ ରାଜଧାନୀର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିଲା କୃଷି ଓଡ଼ିଶା କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପିଟିଥିଲେ ‘କାଳିଆ’ ଯୋଜନାର ଢୋଲ। ପଥରଚେପା ସମାବେଶରେ ମୋଦିଙ୍କ ଭାଷଣ ଚାଲିଥିବା ବେଳେ ନବୀନ ମଧ୍ୟ ଠିକ ସେହି ସମୟରେ ଚାଷୀଙ୍କ ଉଦ୍ଦେଶ୍ୟରେ ପଢ଼ିଥିଲେ ତାଙ୍କ ଅଭିଭାଷଣ।

Advertisment

ମୋଦିଙ୍କ ସଭାକୁ କାଉଣ୍ଟର କରି ନବୀନ ପୁଣିଥରେ ଚାଷୀ କାର୍ଡ ଖେଳିଥିବା ଆଲୋଚନା ହେଉଛି। ଏଥର ସେ ଫୋକସ୍‌ରେ ରଖିଥିଲେ ‘କାଳିଆ’ ଯୋଜନା। ଛୋଟ ଚାଷୀ ହୁଅନ୍ତୁ କି ଭାଗଚାଷୀ ଅବା କୃଷି ଶ୍ରମିକ, ସମସ୍ତେ ଏହି ଯୋଜନାର ଫାଇଦା ପାଇବା ସହ ବିନା ସୁଧରେ କୃଷିରଣ, ବୀମା ଓ ଜୀବିକା ସୁବିଧା ବ୍ୟବସ୍ଥା ଥିବା ନବୀନ ଚାଷୀଙ୍କୁ ଅବଗତ କରାଇଥିଲେ। ଚାଷୀ ବିଶେଷଜ୍ଞ ଓ ଅନ୍ୟମାନେ ମଧ୍ୟ ‘କାଳିଆ’ ଯୋଜନାକୁ ପ୍ରଶଂସା କରିଥିଲେ ସତ, ହେଲେ ଯୋଜନାର କାର୍ଯ୍ୟକାରିତା ଓ ପ୍ରକୃତ ହିତାଧିକାରୀ ଚିହ୍ନଟ ଏକ ଆହ୍ୱାନ ବୋଲି ମତ ଦେଇଥିଲେ।

ସେପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ବିଜେଡି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିଛି। ହେଲେ କମିଶନ୍‌ ଅଫ୍‌ ଏଗ୍ରିକଲଚର୍ କଷ୍ଟ ଆଣ୍ଡ ପ୍ରଡକସନ୍ (CACP) ର ଅଧ୍ୟକ୍ଷ ବିଜୟ ପାଲ ଶର୍ମା କହିଛନ୍ତି, ଓଡ଼ିଶାରେ ଧାନର ଉତ୍ପାଦନ ଖର୍ଚ୍ଚ ଅଧିକ ରହିଛି। ତେବେ ସର୍ବଭାରତୀୟ ସ୍ତରରେ ହିସାବକୁ ନେଇ ଏମ୍ଏସ୍‌ପି ଧାର୍ଯ୍ୟ କରାଯାଉଛି। କିନ୍ତୁ ଧାର୍ଯ୍ୟ ଦର ବି ଚାଷୀଙ୍କୁ ମିଳୁନଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷ।

Advertisment

ଗତ ୫ରେ ମୋଦିଙ୍କ ବାରିପଦା ଗସ୍ତ ବେଳେ ପୁରୀରେ ନବୀନ ଡାକିଥିଲେ ମହିଳା ସ୍ୱୟଂ ସହାୟକଙ୍କ ସମାବେଶ। ଆଜି ପୁଣି ବଲାଙ୍ଗିରରେ ମୋଦିଙ୍କ କାର୍ଯ୍ୟକ୍ରମ ବେଳେ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଥିଲେ ନବୀନ। ଫଳରେ ଖୋର୍ଦ୍ଧା କାର୍ଯ୍ୟକ୍ରମ ଭଳି ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଷ୍ଟେଜ୍ ଶେୟାର କରିବାକୁ ପଡ଼ିନଥିଲା। ତା’ସହ ଦୁଇ ନେତା ପରସ୍ପର ବିରୋଧରେ କୌଣସି ଆକ୍ରମଣାତ୍ମକ ମତ-ମନ୍ତବ୍ୟ ନଦେଇ ଉଭୟଙ୍କ ମଧ୍ୟରେ ଭିତିରି ସଂପର୍କ ରହିଛି ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାକୁ ଅଧିକ ଖୋରାକ୍ ଯୋଗାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe