Advertisment

ବିଧାୟିକାଙ୍କୁ ବିରୋଧ, ୧୮ରେ ନବୀନଙ୍କ ପାଟକୁରା ମନ୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ନପଶୁଣୁ ଚାଳ ବାଜିବା ଭଳି ପାଟକୁରାର ନବନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ କର୍ମୀଙ୍କ ତୀବ୍ର ବିରୋଧର ଶିକାର ହେବାକୁ ପଡ଼ିଛି। ପାଟକୁରା ନିର୍ବାଚନମଣ୍ଡଳୀର ଶତାଧିକ କର୍ମୀ ନବୀନ ନିବାସ ଆସି ଦଳର ବିଧାୟିକା ଶ୍ରୀମତୀ ଅଗ୍ରୱାଲ ଓ ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଫେରାଦ ହେବାପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୮ତାରିଖରେ ଏକ ବୈଠକ ଡାକିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବିଜେଡି ରାଜ୍ୟ […]

ବିଧାୟିକାଙ୍କୁ ବିରୋଧ, ୧୮ରେ ନବୀନଙ୍କ ପାଟକୁରା ମନ୍ଥନ

sabitree-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ନପଶୁଣୁ ଚାଳ ବାଜିବା ଭଳି ପାଟକୁରାର ନବନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ କର୍ମୀଙ୍କ ତୀବ୍ର ବିରୋଧର ଶିକାର ହେବାକୁ ପଡ଼ିଛି। ପାଟକୁରା ନିର୍ବାଚନମଣ୍ଡଳୀର ଶତାଧିକ କର୍ମୀ ନବୀନ ନିବାସ ଆସି ଦଳର ବିଧାୟିକା ଶ୍ରୀମତୀ ଅଗ୍ରୱାଲ ଓ ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଫେରାଦ ହେବାପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୮ତାରିଖରେ ଏକ ବୈଠକ ଡାକିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପାଟକୁରା ନିର୍ବାଚନମଣ୍ଡଳୀର ଆଗଧାଡ଼ିର ଦଳୀୟ କର୍ମୀ ଓ ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଳର ସବୁ ବର୍ଗ ଓ ଗୋଷ୍ଠୀ ନେତାମାନେ ଯୋଗ ଦେବେ। ପାଟକୁରା ନିର୍ବାଚନ ଦାୟିତ୍ୱରେ ଥିବା ଦଳର ବରିଷ୍ଠ ନେତାମାନେ ଯଥା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ ବୋଲି ଜଣାପଡ଼ିଛି।

ଗତ କିଛଦିନ ତଳେ ବିଧାୟିକା ଶ୍ରୀମତୀ ଅଗ୍ରୱାଲ ଓ ସ୍ଥାନୀୟ ସାଂସଦ ଶ୍ରୀ ମହାନ୍ତି ଡେରାବିଶରେ ଦଳର ସ୍ଥାନୀୟ ଅଞ୍ଚଳର ନିର୍ଦ୍ଦିଷ୍ଟ ଗୋଷ୍ଠୀର କର୍ମୀ ଓ ନେତାମାନଙ୍କୁ ଡାକି ବୈଠକ କରିଥିଲେ। ଯାହାକୁ ବିରୋଧ କରି ଡେରାବିଶ ବ୍ଲକର ଅଧିକାଂଶ ନେତା ନବୀନ ନିବାସ ଆସି ଫେରାଦ ହୋଇଛନ୍ତି। ନିର୍ବାଚନ ସରିବାର ମାସେ ନପୁରୁଣୁ ଦଳରେ କର୍ମୀ ଓ ନେତାମାନଙ୍କ ମଧ୍ୟରେ ବଢ଼ୁଥିବା ବିବାଦ ଓ ଏଭଳି ଅସନ୍ତୋଷକୁ ଦୂର କରିବା ପାଇଁ ନବୀନ ପଟ୍ଟନାୟକ ଏହି ବୈଠକ ଡାକିଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe