ପୌର ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ପାହ୍ୟା କଥା ଉଠାଇ କେନ୍ଦ୍ରକୁ ଘେରିଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବ ଏବଂ ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି। କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବା କହିଛନ୍ତି ନବୀନ। ନିର୍ବାଚନ ବେଳେ ଉଭୟ ବିଜେପି ଓ କଂଗ୍ରେସ ଇସ୍ତାହାରରେ ସ୍ୱତନ୍ତ୍ର ପାହ୍ୟା କଥା କହିଥିଲେ। ହେଲେ ନିର୍ବାଚନ ପରେ ସବୁ କଥା ଭୁଲି ଯାଇଛନ୍ତି ବୋଲି ନବୀନ କହିଛନ୍ତି। ଭୌଗୋଳିକ ସ୍ଥିତି ନେଇ ଓଡ଼ିଶା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ […]

naveen

Subhransu Sekhar
  • Published: Friday, 18 December 2020
  • , Updated: 18 December 2020, 03:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବ ଏବଂ ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି। କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବା କହିଛନ୍ତି ନବୀନ। ନିର୍ବାଚନ ବେଳେ ଉଭୟ ବିଜେପି ଓ କଂଗ୍ରେସ ଇସ୍ତାହାରରେ ସ୍ୱତନ୍ତ୍ର ପାହ୍ୟା କଥା କହିଥିଲେ। ହେଲେ ନିର୍ବାଚନ ପରେ ସବୁ କଥା ଭୁଲି ଯାଇଛନ୍ତି ବୋଲି ନବୀନ କହିଛନ୍ତି।

ଭୌଗୋଳିକ ସ୍ଥିତି ନେଇ ଓଡ଼ିଶା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ଭୋଗୁଛି। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ସବୁବେଳେ ଲଢ଼େଇ ଜାରି ରଖିବ। ରାଜ୍ୟର ଏକମାତ୍ର ଆଞ୍ଚଳିକ ଦଳ ଭାବେ ବିଜେଡି ହିଁ ଓଡ଼ିଶା ଲୋକଙ୍କ ପାଇଁ ଲଢ଼ୁଛି। ବିଜେଡି ହିଁ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ। ରାଜ୍ୟର କଂଗ୍ରେସ ଦିଲ୍ଲୀର ରିମୋଟ କଣ୍ଟ୍ରୋଲ ଦ୍ୱାରା ଚାଲେ। ବିଜେପି ମଧ୍ୟ ଦିଲ୍ଲୀ ନିର୍ଦ୍ଦେଶରେ କାମ କରୁଛି ବୋଲି ନବୀନ କହିଛନ୍ତି। ଆମର ଦିଲ୍ଲୀରେ କେହି ମୁଖିଆ ନାହାନ୍ତି, ଆମ ମୁଖିଆ ଓଡ଼ିଶାବାସୀ ବୋଲି ନବୀନ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସହ ସମଦୂରତାର ନାରା ଦେଉଥିବା ନବୀନଙ୍କ ଦଳ ହଠାତ୍ ଏବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବା କଥା ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ବିଜେଡି-ବିଜେପି କୋଳାକୋଳି ବୋଲି କଂଗ୍ରେସ ବାରମ୍ୱାର ଅଭିଯୋଗ କରୁଛି। ଏହି ଦାଗକୁ ହଟାଇବା ପାଇଁ ଦୀର୍ଘ ବର୍ଷ ପରେ ନବୀନ ପୁଣିଥରେ କେନ୍ଦ୍ର ଅବହେଳା ଏବଂ ସ୍ୱତନ୍ତ୍ର ପାହ୍ୟା କଥା ଉଠାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଆସନ୍ତାବର୍ଷ ପୌର ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଛି। ଯାହାକି ବହୁ ପୂର୍ବରୁ ହେବାର ଥିଲା। ତତ୍‌ ପରବର୍ଷ ପଞ୍ଚାୟତ ନିର୍ବାଚନ। ତା’ ପୂର୍ବରୁ କେନ୍ଦ୍ର ଅବହେଳା ଓ ସ୍ୱତନ୍ତ୍ର ପାହ୍ୟା କଥା ଉଠାଇ ନବୀନ ଉଭୟ କଂଗ୍ରେସ ଓ ବିଜେପିକୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରିଛନ୍ତି।

ଅପରପକ୍ଷେ, ଯୁବ ବିଜେଡି କାର୍ଯ୍ୟକାରିଣୀରେ ନବୀନଙ୍କ ବକ୍ତବ୍ୟକୁ ଟାର୍ଗେଟ କରିଛନ୍ତି ପିସିସି ନିରଞ୍ଜନ ପଟ୍ଟନାୟକ। ବିଜେଡି-ବିଜେପି ରାଜନୈତିକ ସ୍ୱାର୍ଥ ପାଇଁ ଡ୍ରାମା କରୁଛନ୍ତି । ନିର୍ବାଚନ ପୂର୍ବରୁ ଦୋଷାରୋପ କରୁଥିଲେ।  ନିର୍ବାଚନ ସହ ଯାତ୍ରା ସରିଲା। ଏବେ ନୂଆ ଯାତ୍ରା, ନୂଆ ବହି ଆରମ୍ଭ ହେଲା ବୋଲି କହିଲେ ନିରଞ୍ଜନ।

ଏଥିସହ କହିଛନ୍ତି, ଏବେ ଭାବମୂର୍ତ୍ତି ରକ୍ଷା କରିବା ପାଇଁ ନବୀନ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି। ଲୋକଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ ବିଜେଡି, ବିଜେପି ଏକ ନୁହେଁ ବୋଲି।  କଂଗ୍ରେସ କିନ୍ତୁ ଏ ଡ୍ରାମାକୁ ଭ୍ରୁକ୍ଷେପ କରୁନି। ଦେଶ ଓ ରାଜ୍ୟର ସ୍ୱାର୍ଥ ପାଇଁ କାମ କରିବୁ ବୋଲି କହିଲେ ନିରଞ୍ଜନ।

Related story