Advertisment

Politics: ନବୀନଙ୍କୁ ଭେଟିବାକୁ ଡାକିଥିଲେ, ନବୀନ ଦେଖାଦେଲେନି, ପାଣ୍ଡିଆନଙ୍କୁ ମୁଣ୍ଡିଆ ମାରି ଫେରିଲେ

ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି। ନବୀନ ୧ ନମ୍ବର ମୁଖ୍ୟମନ୍ତ୍ରୀ ନୁହନ୍ତି ବୋଲି ସେ କହିଛନ୍ତି।

author-image
Jitendra Garnayak
BJD

ଦିଲ୍ଲୀପ କହଁର

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର ବିଜେଡି ଛାଡ଼ି ଆଜି ବିଜେପିରେ ମିଶିଛନ୍ତି। ବ୍ରାହ୍ମଣୀଗାଁରେ ଆୟୋଜିତ ବିଜେପିର ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। 

Advertisment

ବିଜେପିରେ ଯୋଗ ଦେବା ପରେ ସେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି। ନବୀନ ୧ ନମ୍ବର ମୁଖ୍ୟମନ୍ତ୍ରୀ ନୁହନ୍ତି ବୋଲି ସେ କହିଛନ୍ତି।

ଦିଲ୍ଲୀପ କହିଛନ୍ତି, ବିଜେଡିରେ ଦୀର୍ଘ ବର୍ଷ ଧରି କାମ କରୁଥିବା ସତ୍ତ୍ୱେ ଆମକୁ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳି ନଥିଲା। ଥରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷଙ୍କୁ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଡାକରା ଆସିଥିଲା। ଡାକରା ପାଇ ଆମେ ଭୁବନେଶ୍ୱର ଯାଇଥିଲୁ। ହେଲେ ସେଠାରେ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ସୁଯୋଗ ମିଳି ନଥିଲା। ତାଙ୍କ ବଦଳରେ ସାକ୍ଷାତ ଦେଇଥିଲେ ଭି.କେ ପାଣ୍ଡିଆନ। ବ୍ଲକ ଅଧ୍ୟକ୍ଷମାନେ ପାଣ୍ଡିଆନଙ୍କୁ ମୁଣ୍ଡିଆ ମାରି ଫେରିଥିଲେ। ଏହି ଦୃଶ୍ୟ ଦେଖି ମୋତେ ବହୁତ ଦୁଃଖ ଲାଗିଥିଲା। ମୋ ଭଳି ଆଉ କିଛି ବ୍ଳକ ଅଧ୍ୟକ୍ଷ ମଧ୍ୟ ମନଦୁଃଖ କରିଥିଲେ। ସେତେବେଳେ ମୋ ମନରେ ଏକ ପ୍ରଶ୍ନ ଆସିଥିଲା- ଆମେ କାହା ପାଇଁ ଆସିଥିଲେ, ଆଉ କାହା ସହିତ ସାକ୍ଷାତ ହେଉଛି। ସେ ଦିନଠାରୁ ମୁଁ ଚିନ୍ତା କଲି ଯେ ଇଏ (ନବୀନ ପଟ୍ଟନାୟକ) ୧ ନମ୍ବର ମୁଖ୍ୟମନ୍ତ୍ରୀ ନୁହନ୍ତି। 

Advertisment

ଆଗାମୀ ଦିନରେ ବିଜେଡିର ଅନେକ ବ୍ଲକ ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ବିଜେପିରେ ଯୋଗ ଦେବେ ବୋଲି ଦିଲ୍ଲୀପ କହଁର କହିଛନ୍ତି। 

ଏହି ଅବସରରେ ଅନ୍ୟମାନଙ୍କ ସହିତ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝୀ ଉପସ୍ଥିତ ରହିଥିଲେ। ସେ କହିଛନ୍ତି, ଦିଲ୍ଲୀପ କହଁର ସ୍ୱଇଚ୍ଛାରେ ବିଜେପିରେ ସାମିଲ ହୋଇଛନ୍ତି। ସେ ଆମ ଦଳର ନୀତି, ଆଦର୍ଶ ଏବଂ ଏହାର କାର୍ଯ୍ୟଶୈଳୀକୁ ପସନ୍ଦ କରିଛନ୍ତି। ତାଙ୍କ ସହିତ ବହୁତ ସମିତି ସଭ୍ୟ ଓ ସରପଞ୍ଚ ସାମିଲ ହୋଇଛନ୍ତି। ଆଗକୁ ମଧ୍ୟ ଅନେକ ବ୍ଳକ ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ବିଜେପିରେ ଯୋଗ ଦେବେ।