ମହିଳାଙ୍କ ସିଟ୍‌ ସଂରକ୍ଷଣ ପ୍ରସଙ୍ଗ: ନବୀନଙ୍କ ଆଉଏକ ନିରର୍ଥକ ନାଟକବାଜି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ସଂସଦ ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଯେଭଳି ଅଭିଯାନ ଆରମ୍ଭ କରିଛନ୍ତି ତାହା ତାଙ୍କର ଅପରିପକ୍ୱତାକୁ ପଦାରେ ପକାଇଛି। ନିଜର ଦୁଇ ଦଶନ୍ଧିର ରାଜନୀତିକ କ୍ୟାରିୟରରେ ନବୀନ ଦ୍ୱିତୀୟଥର ପାଇଁ ଏଭଳି ନିରର୍ଥକ ଭେଳିକିରେ ମାତିଛନ୍ତି। ଏହାଦ୍ୱାରା ସେ କେବଳ ନିଜର ରାଜନୀତିକ ଅପରିପକ୍ୱତା ଦେଖାଇଛନ୍ତି ବୋଲି କୁହାଯାଉଛି। ମହିଳାଙ୍କ ୩୩% ସଂରକ୍ଷଣ ଲକ୍ଷ୍ୟକୁ ହାସଲ […]

1a

1a

Amaresh Biswal
  • Published: Thursday, 06 December 2018
  • Updated: 06 December 2018, 08:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ସଂସଦ ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଯେଭଳି ଅଭିଯାନ ଆରମ୍ଭ କରିଛନ୍ତି ତାହା ତାଙ୍କର ଅପରିପକ୍ୱତାକୁ ପଦାରେ ପକାଇଛି। ନିଜର ଦୁଇ ଦଶନ୍ଧିର ରାଜନୀତିକ କ୍ୟାରିୟରରେ ନବୀନ ଦ୍ୱିତୀୟଥର ପାଇଁ ଏଭଳି ନିରର୍ଥକ ଭେଳିକିରେ ମାତିଛନ୍ତି। ଏହାଦ୍ୱାରା ସେ କେବଳ ନିଜର ରାଜନୀତିକ ଅପରିପକ୍ୱତା ଦେଖାଇଛନ୍ତି ବୋଲି କୁହାଯାଉଛି।

ମହିଳାଙ୍କ ୩୩% ସଂରକ୍ଷଣ ଲକ୍ଷ୍ୟକୁ ହାସଲ ନୁହେଁ ବରଂ ଆତ୍ମପ୍ରଚାର ଓ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ନବୀନ ଏଭଳି ନିର୍ବାଚନୀ ଗୋଟିଚାଳନା କରୁଥିବା ଜଣାପଡ଼ିଛି। ନବୀନ ଯେତେବେଳେ ନିଜକୁ ଅସୁରକ୍ଷିତ ମଣିଛନ୍ତି ଓ ତାଙ୍କର ଭାବମୂର୍ତ୍ତି ଧୂମିଳ ହୋଇଛି, ସେତେବେଳେ ସେ ଏପରି ଅପରିପକ୍ୱ ରାଜନୀତିକ ଡ୍ରାମାକୁ ଆୟୁଧ କରିଥାନ୍ତି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ରାଜନୀତିକ ତଥ୍ୟାଭିଜ୍ଞଙ୍କ ମତରେ କେତେକ କାରଣ ଯୋଗୁ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ସପକ୍ଷରେ ନବୀନ ଏବେ ଅଭିଯାନ ଆରମ୍ଭ କରିଛନ୍ତି। ରାଜ୍ୟରେ ବିଜେଡି ସରକାର ବିରୁଦ୍ଧରେ ବୃଦ୍ଧି ପାଉଥିବା ଜନଆକ୍ରୋଶକୁ ପ୍ରଶମିତ କରିବା, ବିଜେପିର ପ୍ରଭାବ ବିସ୍ତାର ପାଇଁ ନରେନ୍ଦ୍ର ମୋଦି-ଅମିତ୍ ଶାହ ଯୋଡ଼ିର ରଣନୀତିକୁ କାଉଣ୍ଟର କରିବା ଏବଂ ଜାତୀୟସ୍ତରରେ ଚର୍ଚ୍ଚାରେ ରହିବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ଏଭଳି ମହିଳା କାର୍ଡ ଖେଳିଛନ୍ତି। ଆଉ ଏହା ଯେ ଏକ ନିରର୍ଥକ ଉଦ୍ୟମ ତାହା ନବୀନ ଓ ତାଙ୍କ ଉପଦେଷ୍ଟା ମଣ୍ଡଳୀ ବି ଭଲଭାବେ ଜାଣିଛନ୍ତି। ତଥାପି ମହିଳା କାର୍ଡ ମାଧ୍ୟମରେ ନବୀନ ଜାତୀୟ ଗଣମାଧ୍ୟମରେ ନିର୍ବାଚନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିବାର ଏକ ନୂଆ ନାଟକ ମଞ୍ଚସ୍ଥ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।

ବିଜେପି ଓ କଂଗ୍ରେସଠୁ ସମଦୂରତ୍ୱ ବଜାୟ ରଖିବାର ଆଳ ଦେଖାଇ ନବୀନ ଏପର୍ଯ୍ୟନ୍ତ ସୁବିଧାବାଦୀ ରାଜନୀତି କରିଆସିଛନ୍ତି ବୋଲି ଜାତୀୟ ରାଜନୀତିକ ମହଲ ତଥା ଗଣମାଧ୍ୟମରେ ଏକ ବଦ୍ଧମୂଳ ଧାରଣା ସୃଷ୍ଟି ହୋଇସାରିଛି। ଏଇଥିପାଇଁ ବାମଦଳ ଓ ଅନ୍ୟ ଆଞ୍ଚଳିକ ଦଳର ନେତୃତ୍ୱରେ ହୋଇଥିବା ସମସ୍ତ ପ୍ରକାରର ରାଜନୀତିକ ଓ ପ୍ରସଙ୍ଗଭିତ୍ତିକ ଅଭିଯାନରୁ ନବୀନ ଦୂରେଇ ରହିଛନ୍ତି ବୋଲି ମଧ୍ୟ ସମସ୍ତେ ଜାଣନ୍ତି।

ଠିକ୍ ଏଭଳି ଏକ ନାଟକ ନବୀନ ୨୦୧୨ ରାଷ୍ଟ୍ରପତି ନିର୍ବାଚନବେଳେ ମଞ୍ଚସ୍ଥ କରିଥିଲେ। ଯାହାକି ସେତେବେଳେ କେନ୍ଦ୍ରରେ କ୍ଷମତାରେ ଥିବା କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ସୁହାଇଥିଲା। ନିଶ୍ଚିତ ପରାଜୟ ଜାଣି ମଧ୍ୟ ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ପି.ଏ.ସାଙ୍ଗମାଙ୍କ ପ୍ରାର୍ଥୀତ୍ୱକୁ ନବୀନ ସମର୍ଥନ କରିଥିଲେ। ସେତେବେଳେ ପ୍ୟାରୀ ମହାପାତ୍ରଙ୍କ ସହ ବଢ଼ୁଥିବା ତିକ୍ତତା, ନବୀନଙ୍କ ଉତ୍ଥାନରେ ପ୍ୟାରୀଙ୍କ ଭୂମିକାକୁ ନେଇ ଚର୍ଚ୍ଚା, ଜାତୀୟ ଦଳଗୁଡ଼ିକର ସମର୍ଥନରେ ପ୍ୟାରୀଙ୍କ ନେତୃତ୍ୱରେ ବିଜେଡି ବିଭକ୍ତ ହେବାର ଆଶଙ୍କା ଭଳି ଘଟଣାକ୍ରମକୁ ନେଇ ନବୀନ ନିଜକୁ ଅସୁରକ୍ଷିତ ମଣିଥିଲେ। ସେଥିପାଇଁ ପରାଜୟ ସୁନିଶ୍ଚିତ ଜାଣି ସୁଦ୍ଧା ସାଙ୍ଗମାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେଇ ଏଭଳି ଏକ ବାଜି ଖେଳିଥିଲେ।

ଠିକ୍ ସେହି ଶୈଳୀରେ ଏବେ ନବୀନ ‘ମହିଳା ସଂରକ୍ଷଣ କାର୍ଡ’ ଖେଳିଛନ୍ତି। ମହିଳା ସଂରକ୍ଷଣ ବିଲକୁ ସଂସଦରେ ଗୃହୀତ କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ନେତୃତ୍ୱାଧୀନ ସରକାର ଚାହିଁ ଆସିଛନ୍ତି। କିନ୍ତୁ କେତେକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ପାଇଁ ସେହି ବିଲ୍ ଏପର୍ଯ୍ୟନ୍ତ ଉଭୟ ଗୃହର ଅନୁମୋଦନ ଲାଭ କରିପାରିନି। ୨୦୧୦ ମସିହାରେ ମହିଳା ବିଲ୍ କାହିଁକି ଅଟକିଥିଲା ତାହା ବି ନବୀନ ଓ ତାଙ୍କ ଉପଦେଷ୍ଟା ମଣ୍ଡଳୀ ଭଲଭାବେ ଜାଣନ୍ତି। ତା’ ସତ୍ତ୍ୱେ ନଭେମ୍ବର ତୃତୀୟ ସପ୍ତାହରେ ବିଧାନସଭାରେ ନିଜର ସଂଖ୍ୟାବଳ ଆଧାରରେ ଅଚାନକ ୩୩ପ୍ରତିଶତ ମହିଳା ସଂରକ୍ଷଣକୁ ନେଇ ଏକ ସଂକଳ୍ପ ଗୃହୀତ କରାଇ ନେଇଥିବା ନବୀନ ଗତ ୩ଦିନ ଧରି ସେହି ପ୍ରସଙ୍ଗକୁ ଉଜ୍ଜିବୀତ କରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତାହା କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିବାର ୨୪ଘଂଟା ନପୁରୁଣୁ ବିଜେଡି ନେତାମାନେ ଦେଶର ୨୨ଟି ରାଜନୀତିକ ଦଳର ସୁପ୍ରିମୋଙ୍କୁ ଭେଟିବା ସମର୍ଥନ ଯୋଗାଡ଼ କରିବା ନିଷ୍ପତ୍ତି ନେବା ଓ ଆଜି ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଅନୁରୋଧ ଜଣାଇବା ଦ୍ୱାରା କେବଳ ନିଜକୁ ଗଣମାଧ୍ୟମରେ ଚର୍ଚ୍ଚାରେ ରଖିବାକୁ ଚାହିଁଛନ୍ତି।

ମହିଳା ସଂରକ୍ଷଣ ପ୍ରସଙ୍ଗରେ ନିଜସ୍ୱ ରାଜନୀତିକ ଫାଇଦା ନଦେଖି ନବୀନଙ୍କୁ ସହଯୋଗର ହାତ ବଢ଼ାଇ ତାଙ୍କୁ ଜାତୀୟସ୍ତରରେ ‘ହିରୋ’ କରାଇବାର ସମ୍ଭାବନା ବି କ୍ଷୀଣ। ନବୀନଙ୍କ ସୁବିଧାବାଦୀ ରାଜନୀତି ସମ୍ପର୍କରେ ସବୁ ଦଳର ନେତୃବର୍ଗ ଅବଗତ ଅଛନ୍ତି। ତେଣୁ ବିଜେଡି ଓ ନବୀନଙ୍କର ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନ କେବଳ ଏକ ନିରର୍ଥକ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି।

ବିଶ୍ୱକପ୍ ହକି ହେଉ ଅବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ ଦେଶବିଦେଶର ଗଣମାଧ୍ୟମରେ ଚର୍ଚ୍ଚାରେ ରଖିବା ପାଇଁ ନବୀନଙ୍କ ଏହି କୌଶଳ କିନ୍ତୁ ଫଳପ୍ରଦ ହେଲାଭଳି ଲାଗୁନି। କାରଣ ବିଜେଡି ଜନ୍ମରୁ ଏପର୍ଯ୍ୟନ୍ତ ସୁବିଧାବାଦୀ ରାଜନୀତି କରି ଆସିଛି ଓ ନବୀନ ସର୍ବଦା ଏଭଳି ରାଜନୀତିକୁ ଗୁରୁତ୍ୱ ଦେଇ ଆସିଛନ୍ତି। ବିଜେଡି ଜନ୍ମରୁ କେନ୍ଦ୍ରରେ କ୍ଷମତାରେ ରହିବା ପରେ ୟୁପିଏ ସରକାରକୁ ଏକ ଦଶନ୍ଧି ଧରି ପ୍ରସଙ୍ଗଭିତ୍ତିକ ସମର୍ଥନ ଯୋଗାଇବା ଏବଂ ଏବେ ଏନଡିଏ ସରକାରକୁ ମଧ୍ୟ ଅନୁରୂପ ସମର୍ଥନ ଦେବା ଭଳି କାର୍ଯ୍ୟ ନବୀନଙ୍କ ଅସଲ ସ୍ୱରୂପକୁ ପଦାରେ ପକାଇ ସାରିଛି।

ଗତ ଦୁଇଦଶନ୍ଧି ଧରି ୟୁପିଏ ଓ ଏନ୍‌ଡିଏ ସରକାରକୁ ଖୁସି କରିବା ରଣନୀତିରେ ନବୀନ ନିଜ ପାଇଁ ସୁବିଧାଜନକ ମାର୍ଗ ବାଛିଥିଲେ। କିନ୍ତୁ ଏବେ ବିଜେପି ଜାତୀୟ ନେତୃତ୍ୱଙ୍କ ନଜର ଓଡ଼ିଶା ଉପରେ ପଡ଼ିଥିବାରୁ ନିଜର କୁର୍ସି ସୁରକ୍ଷିତ ରଖିବା ନିମନ୍ତେ ନବୀନ ଏଭଳି ଭେଳିକି କରିଚାଲିଛନ୍ତି। ସମସ୍ତ ରାଜନୀତିକ ଦଳର ମୁଖ୍ୟ ହୁଅନ୍ତୁ ଅବା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ହୁଅନ୍ତୁ ସେମାନେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ନିଜସ୍ୱ ରାଜନୀତିକ ଫାଇଦା ନଦେଖି ନବୀନଙ୍କୁ ସହଯୋଗର ହାତ ବଢ଼ାଇ ତାଙ୍କୁ ଜାତୀୟସ୍ତରରେ ‘ହିରୋ’ କରାଇବାର ସମ୍ଭାବନା ବି କ୍ଷୀଣ। ନବୀନଙ୍କ ସୁବିଧାବାଦୀ ରାଜନୀତି ସମ୍ପର୍କରେ ସବୁ ଦଳର ନେତୃବର୍ଗ ଅବଗତ ଅଛନ୍ତି। ତେଣୁ ବିଜେଡି ଓ ନବୀନଙ୍କର ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନ କେବଳ ଏକ ନିରର୍ଥକ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story