Advertisment

ଏରିଆକୁ ଯାଉ ନାହାନ୍ତି ନବୀନ, ମ୍ୟାଡାମ୍ ଘୋଷଣା କରିଦେଲେ ମୁ ହିଞ୍ଜିଳି MLA

ଜଣେ ନେତା ବହୁଦିନ ଧରି ଏରିଆକୁ ନ ଗଲେ ଅନେକ ପ୍ରଭାବ ପଡ଼ିଥାଏ। ଲୋକେ ଆସ୍ତେ ଆସ୍ତେ ଭୁଲିବା ଆରମ୍ଭ କରି ଦିଅନ୍ତି। ଆଉ ତାର ଫାଇଦା ମଧ୍ୟ ଅନେକ ଲୋକ ଉଠାନ୍ତି। ଏବେ ହିଞ୍ଜିଳିରେ ସେହି କଥା ଦେଖିବାକୁ ମିଳିଛି।

Naveen
Advertisment
  • ଅଭିଯୋଗ ନିଜ ଏରିଆ ହିଞ୍ଜିଳିକୁ ଆଉ ଯାଉ ନାହାଁନ୍ତି ନବୀନ ପଟ୍ଟନାୟକ
  • ଆସ୍ତେ ଆସ୍ତେ ଲୋକ ସଂପର୍କ କଟିଗଲାଣି ବୋଲି ହେଉଛି ଅଭିଯୋଗ
  • ହିଞ୍ଜିଳିରେ ଏବେ ଚର୍ଚ୍ଚା ଜଣେ ମହିଳା ନିଜକୁ ଘୋଷଣା କରିଦେଲେ ସ୍ଥାନୀୟ MLA
  • ଗାଡ଼ିରେ ହିଞ୍ଜିଳି ବିଧାୟକ କହି ନାଲି ବୋର୍ଡ ମାରି ବୁଲୁଛନ୍ତି, ଅଫିସରଙ୍କୁ ଧମକାଉଛନ୍ତି
  • ରାଗି ଯାଇ ହିଞ୍ଜିଳି ବିଜେଡି ନେତା କଲେ ଥାନାରେ ଅଭିଯୋଗ, ତୁରନ୍ତ ବାନ୍ଧ ସେହି ମହିଳାଙ୍କୁ 
Advertisment

ଜଣେ ନେତା ବହୁଦିନ ଧରି ଏରିଆକୁ ନ ଗଲେ ଅନେକ ପ୍ରଭାବ ପଡ଼ିଥାଏ। ଲୋକେ ଆସ୍ତେ ଆସ୍ତେ ଭୁଲିବା ଆରମ୍ଭ କରି ଦିଅନ୍ତି। ଆଉ ତାର ଫାଇଦା ମଧ୍ୟ ଅନେକ ଲୋକ ଉଠାନ୍ତି। ଏଇ ଯେମିତି ଜଣେ ମ୍ୟାଡାମଙ୍କ କଥା ସାମ୍ନାକୁ ଆସିଛି। ମ୍ୟାଡାମ ସିଧା ସିଧା କହୁଛନ୍ତି ସେ ହିଞ୍ଜିଳି ବିଧାୟକ । ପ୍ରକୃତରେ ହିଞ୍ଜିଳି ବିଧାୟକ କିଏ ଆପଣମାନେ ଜାଣନ୍ତି। ସେ ହେଉଛନ୍ତି ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ତଥା ଏବେ ବିରୋଧୀ ଦଳ ନେତା ହୋଇଥିବା ନବୀନ ପଟ୍ଟନାୟକ। ହେଲେ ଏବେ ଏହି ମ୍ୟାଡାମ ଏକ କଳା ରଙ୍ଗର କାରରେ (ଓଡି 07ବିସି 8740)ରେ ଆସୁଛନ୍ତି ଓ ଏଥିରେ ନାଲି ବୋର୍ଡରେ ଲେଖା ଅଛି ହିଞ୍ଜିଳି ବିଧାୟକ, ନମ୍ବର 131 । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ହିଞ୍ଜିଳି ଅଞ୍ଚଳରେ ଭାରି ଚର୍ଚ୍ଚା କୁଆଡୁ ଆସିଲେ ଏହି ମ୍ୟାଡାମ। ଆମର ତ ବିଧାୟକ ନିଜେ ବିରୋଧୀ ଦଳ ନେତା ନବୀନ ବାବୁ, ଏହି ମ୍ୟାଡାମ ଜଣଙ୍କ କିଏ ବୋଲି ଲୋକେ ଆଲୋଚନା କରୁଛନ୍ତି। ଖାଲି ଏତିକି ନୁହେଁ, ବ୍ଲକଠୁ ଆରମ୍ଭ କରି ବିଭିନ୍ନ ଅଫିସ ଯାଏ ମ୍ୟାଡାମ ପଶିଯାଉଛନ୍ତି ଓ ନିଜକୁ ହିଞ୍ଜିଳି ବିଧାୟକ ବୋଲି କହୁଛନ୍ତି।  

ମ୍ୟାଡାମଙ୍କ ଏହି ଆଚରଣରେ କିଏ ପ୍ରତିକ୍ରିୟା ପ୍ରକାଶ କରୁ କି ନ କରୁ ହିଞ୍ଜିଳି ବିଜେଡି କିନ୍ତୁ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ହିଞ୍ଜିଳିରେ ନବୀନଙ୍କ ପ୍ରତିନିଧି ଥିବା ଦେବାନନ୍ଦ ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଦେବାନନ୍ଦ ବାବୁ ମହିଳାଙ୍କୁ ଗିରଫ କରିବା ପାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦେବାନନ୍ଦ କହିଛନ୍ତି ଯେ ନବୀନ ବାବୁ ଜଣେ ଜନନାୟକ। ଗତ ୨୦୦୦ ମସିହାରୁ ସେ ଏଠାରୁ ନିର୍ବାଚିତ ହୋଇ ଆସୁଛନ୍ତି। ତାଙ୍କ ଦେହେରେ ଟିକେ ବି କଳଙ୍କ ଲାଗିନି। ଆମେ ସୋସିଆଲ ମିଡିଆରେ ଦେଖିଲୁ ଜଣେ ମହିଳା କଳା ଗାଡିରେ ଆସି ଚାରିଆଡ଼େ ବୁଲି ବୁଲି କହୁଛନ୍ତି ସେ ହିଞ୍ଜିଳି ବିଧାୟକ । ଆମର କହିବାର ଉଦ୍ଦେଶ୍ୟ ହେଲା ନବୀନ ବାବୁ ଜଣେ ସାମ୍ବିଧାନିକ ପଦବୀରେ ଅଛନ୍ତି। ସମ୍ବିଧାନକୁ ରକ୍ଷା କରିବା ଦାୟିତ୍ୱ ପୁଲିସର। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ବିଧାନକୁ ରକ୍ଷା କରୁ ବୋଲି ଦେବାନନ୍ଦ ଦାବି କରିଛନ୍ତି।

ନବୀନ ବାବୁ ଜଣେ ଲୋକପ୍ରିୟ ନେତା । ତାଙ୍କ ଏରିଆରେ ଏମିତ ଜଣେ ମହିଳାନିଜକୁବିଧାୟକଦାବିକରିବା ଅନୁଚିତ। ପ୍ରଶାସନ ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ହିଞ୍ଜିଳିରୁ ମନୋଜ ମୁନିଙ୍କ ରିପୋର୍ଟ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe