ସରକାରୀ କାର୍ଯ୍ୟ ଆଳରେ ମନଇଚ୍ଛା ବିମାନ ଭଡ଼ାରେ ନେଇଛନ୍ତି ଓ ସେଥିପାଇଁ ରାଜ୍ୟ ରାଜକୋଷରୁ ୨୦୨୧ ମାର୍ଚ୍ଚରୁ ୨୦୨୩ ଫେବୃୟାରୀ ମଧ୍ୟରେ ମୋଟ ୩୧.୩୮କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବଧି ମଧ୍ୟରେ କଟକ ଓ ପୁରୀ ଯିବା ପାଇଁ ମଧ୍ୟ ହେଲକପ୍ଟର ଉପଯୋଗ କରିବାକୁ ପଛାଇ ନାହାନ୍ତି। ଆଉ ଦିଲ୍ଲୀ,ମୁମ୍ବାଇ, ହାଇଦ୍ରାବାଦ ଆଦି ସହରକୁ ଗସ୍ତବେଳେ ବି ରାଜ୍ୟବାସୀଙ୍କ ଟିକସ ଅର୍ଥରେ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ଧରି ଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଗତ ୨ବର୍ଷ ମଧ୍ୟରେ ଭଡ଼ାରେ ଆସିଥିବା ହେଲକପ୍ଟର ଓ ଏୟାରକ୍ରାପ୍ଟରେ ୬୪ଥର ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗତବର୍ଷ ରୋମ-ଇଟାଲୀ-ଦୁବାଇ ଗସ୍ତ ପାଇଁ ସରକାରୀ ତହବିଲରୁ ପ୍ରାୟ ୮୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଗତ ୨ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯେତିକି ଥର ବିମାନ ଉଡ଼ାଣ କରିଛନ୍ତି ସେତିକିଥର ସଚିବାଳୟ କିମ୍ବା ବିଧାନସଭାକୁ ଆସିବାକୁ ଆଗ୍ରହ ଦେଖାଇ ନଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସର୍ବାଧିକ ୨୧ଥର ବିମାନରେ ଉଡ଼ାଣ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ସମ୍ବେଦନ-ଶାଳୀନତା ଭୁଲିଯାଉଛି କି ବିଜେଡି: ସବୁ ସୀମା ଟପିଲେ ମୁଖପାତ୍ର, ପହଲଗାଁଓ ପୀଡ଼ିତାଙ୍କ ପ୍ରତି ଉପହାସ
ଦଳର ମୁଖପାତ୍ର ତଥା ସାଂସଦ ସୁଲତା ଦେଓ ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ଗଣମାଧ୍ୟମକୁ ଏଭଳି ବୟାନ ଦେଇଛନ୍ତି ଯାହାକି ବିଜେଡିର ସମ୍ବେଦନହୀନତା ଓ ଦେଶ ପ୍ରତି ଥିବା ଦାୟିତ୍ୱବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାସହିତ ଯେଉଁମାନେ ଘଟଣାସ୍ଥଳରେ ଉପସ୍ଥିତ ଥାଇ ନିଜ ଆଖି ଆଗରେ ପୁଅ-ସ୍ୱାମୀ ଅବା ସମ୍ପର୍କୀୟଙ୍କ ମୃତ୍ୟୁକୁ ଦେଖିଛନ୍ତି ସେମାନେ କହୁଥିବା କଥାକୁ ମଧ୍ୟ ବିଜେଡି ମୁଖପାତ୍ର ସୁଲତା ଦେଓ ଭୁଲ୍ ପ୍ରମାଣିତ କରାଇବାକୁ ପଛାଇନାହାନ୍ତି ।

Guest Column
ଲୋକଙ୍କୁ ବାଦ ଦେଇ ବିକାଶର ଆଶ୍ଵାସନା!
୨୦୨୩ ମସିହା ସେପ୍ଟେମ୍ବର ମାସ। ରାଜ୍ୟ ବିଧାନସଭା ଚାଲିଥିବା ସମୟର କଥା। ତତ୍କାଳୀନ ବାଚସ୍ପତି ବିଜେପିର ଦୁଇ ଜଣ ସଦସ୍ୟଙ୍କୁ ତାଙ୍କ ଉପରକୁ ‘ଡାଲି ଫିଙ୍ଗିଥିଲେ’ ବୋଲି ନିଲମ୍ବିତ କରିଥାନ୍ତି। ସେହି ଦୁଇ ସଦସ୍ୟ ଥିଲେ ଶ୍ରୀ ମୋହନ ମାଝୀ ଓ ଶ୍ରୀ ମୁକେଷ ମହାଲିଙ୍ଗ। ଏହାର ପ୍ରତିବାଦରେ ବିଜେପି ସେହି ଅଧିବେଶନକୁ ବର୍ଜନ କରିଥାଏ।

Politics
ବିଜୁବାବୁଙ୍କୁ ଭୁଲିଗଲା ବିଜେଡି: ଭୟରେ ଆତ୍ମସର୍ମପଣ, କାହିଁକି ସାମର୍ଥ୍ୟ ଦେଖାଇପାରିଲାନି ଦଳ
ରାଜ୍ୟର ସମସ୍ତ ୩୦ ଜିଲ୍ଲା ପରିଷଦ ଓ ୯୦ ପ୍ରତିଶତ ପଂଚାୟତସମିତି ଓ ୭୫ ପ୍ରତିଶତରୁ ଅଧିକ ପଂଚାୟତକୁ ନିଜ ଦଖଲରେ ରଖିଥିବା ବିଜେଡି ଗୁରୁବାର ସମ୍ପୂର୍ଣ୍ଣ ଭାବେ ବିଜେପି ସରକାର ପାଖରେ ଆତ୍ମସର୍ମପଣ କରିଛି । ବିଜୁଙ୍କ ଆଦର୍ଶ କଥା କହି ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ରହିଥିଲେ ମଧ୍ୟ ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥାରୁ ବିଜୁ ପଟ୍ଟନାୟକଙ୍କ ସବୁ ଛାପ ହଟାଇ ଦେବାକୁ ବିଜେପି ସରକାର କରିଥିବା ରଣନୀତିକୁ ଭେଦ କରିବାରେ ବିଜେଡି ସଫଳ ହୋଇପାରିନି । ଓଲଟା ଦଳ ଅଜଣା ଭୟରେ ଆତ୍ମସର୍ମପଣ କରିଦେଇଛି ।

Politics
ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ: ଏଣିକି ଅଙ୍ଗନୱାଡ଼ି ସୁପରଭାଇଜର ଚାକିରି ପାଇଁ ସ୍ନାତକ ଡିଗ୍ରୀ, ଅନୁସୂଚିତ ଜନଜାତି ବିଭାଗରେ ୨୪ଟି ନୂଆ ପଦବୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଅବକାରୀ ବିଭାଗର ୨ଟି ପ୍ରସ୍ତାବ ସମେତ ଜଳସମ୍ପଦ, ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ମହିଳା ଓ ଶିଶୁବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

Politics
ପାଣ୍ଡିଆନଙ୍କୁ ନେଇ ପୁଣି ଝଡ଼: ବବିଙ୍କ ‘ଡିଜାଷ୍ଟର’ ପ୍ଲାନ୍ , ବିବାଦରେ କୋର ଟିମ୍
ବିଜେଡିର ନିର୍ବାଚନୀ ପରାଜୟ ପରେ ପାଣ୍ଡିଆନ ଓ ତାଙ୍କ ଟିମ୍ (ବବି,ମାନସ ମଙ୍ଗରାଜ ଓ ଅଫିସର ଟିମ)ଙ୍କ ପ୍ରତି ଦଳୀୟ ମହଲରେ ତୀବ୍ର ଆକ୍ରୋଶ ଲାଗି ରହିବାରୁ ଦେବୀ ମିଶ୍ରଙ୍କୁ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା । ବିଗତ ୯ମାସ ଧରି ଦେବୀ ଦଳର ଆଗଧାଡ଼ିର ନେତା ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରତାପ ଦେବଙ୍କୁ ଧରି ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ନେତାମାନେ ଦଳର ବରିଷ୍ଠ ଓ ପୁରୁଖା ନେତାମାନଙ୍କ ସହ ସମନ୍ୱୟ ରକ୍ଷା କରି ଦଳକୁ ଏକଜୁଟ ରଖିବାକୁ ପ୍ରୟାସ କରୁଥିବାବେଳେ ପାଣ୍ଡିଆନ-ବବିଙ୍କ ‘ଡିଜାଷ୍ଟର’ ପ୍ଲାନ୍ ଯୋଗୁ ବିଜେଡିରେ ଅରାଜକତାର ମାହୋଲ୍ ଥମିବାର ନାଁ ଧରୁନି ।