ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ପ୍ରଚାର ସରୁଛି। ଏପରି ସ୍ଥିତିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଦେଖିବାକୁ ମିଳିଛି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ। କାଳିଆ ଟଙ୍କା ଅଟକାଯିବା ନେଇ ସେ ଫେରାଦ ହୋଇଥିବା ଜଣାପଡ଼ିଛି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି-“କାଳିଆ ଯୋଜନାକୁ ଅଟକା ଯାଇଥିବା ପ୍ରସଙ୍ଗରେ ଆଲୋଚନା ପାଇଁ ଆସିଥିଲି। କାଳିଆ ଯୋଜନା ଟଙ୍କା ଅଟକାଯିବା ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଯୋଜନା ଚାଲୁଥିବା ବେଳେ କାଳିଆକୁ ଅଟକା ଯାଉଛି। ଚାଷୀଙ୍କ ପାଇଁ ଏହି ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାଳିଆ ନେଇ ବିଜେପି ଅଭିଯୋଗ କରିଥିବା ଶୁଣିଛି। ବିଜେପିକୁ ଚାଷୀମାନେ ଉପଯୁକ୍ତ ଜବାବ ଦେବେ।”
ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଏପରି ଆରୋପ ନେଇ ବିଜେପି କିମ୍ୱା କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ପାଣ୍ଡିଆନଙ୍କୁ ନେଇ ପୁଣି ଝଡ଼: ବବିଙ୍କ ‘ଡିଜାଷ୍ଟର’ ପ୍ଲାନ୍ , ବିବାଦରେ କୋର ଟିମ୍
ବିଜେଡିର ନିର୍ବାଚନୀ ପରାଜୟ ପରେ ପାଣ୍ଡିଆନ ଓ ତାଙ୍କ ଟିମ୍ (ବବି,ମାନସ ମଙ୍ଗରାଜ ଓ ଅଫିସର ଟିମ)ଙ୍କ ପ୍ରତି ଦଳୀୟ ମହଲରେ ତୀବ୍ର ଆକ୍ରୋଶ ଲାଗି ରହିବାରୁ ଦେବୀ ମିଶ୍ରଙ୍କୁ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା । ବିଗତ ୯ମାସ ଧରି ଦେବୀ ଦଳର ଆଗଧାଡ଼ିର ନେତା ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରତାପ ଦେବଙ୍କୁ ଧରି ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହି ନେତାମାନେ ଦଳର ବରିଷ୍ଠ ଓ ପୁରୁଖା ନେତାମାନଙ୍କ ସହ ସମନ୍ୱୟ ରକ୍ଷା କରି ଦଳକୁ ଏକଜୁଟ ରଖିବାକୁ ପ୍ରୟାସ କରୁଥିବାବେଳେ ପାଣ୍ଡିଆନ-ବବିଙ୍କ ‘ଡିଜାଷ୍ଟର’ ପ୍ଲାନ୍ ଯୋଗୁ ବିଜେଡିରେ ଅରାଜକତାର ମାହୋଲ୍ ଥମିବାର ନାଁ ଧରୁନି ।

Crime
ଓଡ଼ିଶାରେ ଅନଲାଇନ୍ ଗେମ: ୩ ବର୍ଷରେ ୮ରୁ ଅଧିକ ଆତ୍ମହତ୍ୟା!
୨୦୨୩ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ ୩୫.୭ ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର ୩୩ ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ ୧୯୫୫ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Sports
କେଉଁ ଅନଲାଇନ୍ ଗେମ୍ ବୈଧ?
ଭାରତରେ ଓ ଦେଶର ବିଭିନ୍ନ ରାଜ୍ୟ ଭିତରେ ଭିନ୍ନ ଭିନ୍ନ ଆଇନ ରହିଛି। ଗେମ୍ ଓ ଗାମ୍ବଲିଂ ବା ବେଟିଂ ଭିତରେ ଫରକ ରହିଛି।

Crime
ଅନଲାଇନ ଗେମ୍: କିଏ କୋଟିପତି, କିଏ କାଙ୍ଗାଳ!
2023ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ 35.7 ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର 33 ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ 1955ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Politics
ନବୀନ ନବମ ଥର ସଭାପତି: ‘ରାଜ୍ୟ କାର୍ଯ୍ୟକାରିଣୀ’କୁ ନେଇ ସସପେନ୍ସ, ପୁରୁଖାଙ୍କୁ ଡାକିଲେନି
ବିଜେଡି ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ନବମଥର ପାଇଁ ଦଳର ସଭାପତି ମନୋନୀତ ହୋଇଛନ୍ତି। ଶଙ୍ଖଭବନରେ ଦଳର ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନଙ୍କ ଉପସ୍ଥିତିରେ ଦଳର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ସଭାପତି ଭାବେ ନବୀନଙ୍କ ନାମ ଘୋଷଣା କରିଛନ୍ତି ।