Advertisment

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ପ୍ରଚାର ସରୁଛି। ଏପରି ସ୍ଥିତିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଦେଖିବାକୁ ମିଳିଛି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ। କାଳିଆ ଟଙ୍କା ଅଟକାଯିବା ନେଇ ସେ ଫେରାଦ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି-“କାଳିଆ ଯୋଜନାକୁ ଅଟକା ଯାଇଥିବା ପ୍ରସଙ୍ଗରେ ଆଲୋଚନା ପାଇଁ ଆସିଥିଲି। କାଳିଆ ଯୋଜନା ଟଙ୍କା ଅଟକାଯିବା ଦୁର୍ଭାଗ୍ୟଜନକ। […]

ଅଦ୍ୟତନ ହୋଇଛି
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ନବୀନ

bjd

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ପ୍ରଚାର ସରୁଛି। ଏପରି ସ୍ଥିତିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଦେଖିବାକୁ ମିଳିଛି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ। କାଳିଆ ଟଙ୍କା ଅଟକାଯିବା ନେଇ ସେ ଫେରାଦ ହୋଇଥିବା ଜଣାପଡ଼ିଛି।

Advertisment

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି-“କାଳିଆ ଯୋଜନାକୁ ଅଟକା ଯାଇଥିବା ପ୍ରସଙ୍ଗରେ ଆଲୋଚନା ପାଇଁ ଆସିଥିଲି। କାଳିଆ ଯୋଜନା ଟଙ୍କା ଅଟକାଯିବା ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଯୋଜନା ଚାଲୁଥିବା ବେଳେ କାଳିଆକୁ ଅଟକା ଯାଉଛି। ଚାଷୀଙ୍କ ପାଇଁ ଏହି ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାଳିଆ ନେଇ ବିଜେପି ଅଭିଯୋଗ କରିଥିବା ଶୁଣିଛି। ବିଜେପିକୁ ଚାଷୀମାନେ ଉପଯୁକ୍ତ ଜବାବ ଦେବେ।”

ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଏପରି ଆରୋପ ନେଇ ବିଜେପି କିମ୍ୱା କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe