୮୦ ବିଧାୟକଙ୍କୁ ଧରି ଗ୍ରାଣ୍ଡ ସୋ’ ଅଭିମୁଖେ ନବୀନ, କାଲି କମ୍ପିବ କଳାହାଣ୍ଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) କଳାହାଣ୍ଡିରେ ହେବ ବିଜେଡି ସରକାରର ମେଗା ସୋ’ । କୋଭିଡ ପରେ ପ୍ରଥମ ଥର ପାଇଁ ଆସନ୍ତାକାଲି ଆୟୋଜନ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟକ୍ରମ । ଉପସ୍ଥିତ ରହିବେ ପ୍ରାୟ ୮୦ ଜଣ ଏମ୍ଏଲ୍ଏ । ମକର ସଂକ୍ରାନ୍ତିରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ଏଥିପାଇଁ କଳାହାଣ୍ଡି ଜୟପାଟଣା ବ୍ଲକ ମଙ୍ଗଳପୁରଠାରେ ଚାଲିଛି ଭବ୍ୟ ଆୟୋଜନ । ମୁଖ୍ୟମନ୍ତ୍ରୀ, ଦଳୀୟ ବିଧାୟକ ଓ ମନ୍ତ୍ରୀ ଏବଂ […]

70-12

Tapas Behera
  • Published: Wednesday, 13 January 2021
  • , Updated: 13 January 2021, 08:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) କଳାହାଣ୍ଡିରେ ହେବ ବିଜେଡି ସରକାରର ମେଗା ସୋ’ । କୋଭିଡ ପରେ ପ୍ରଥମ ଥର ପାଇଁ ଆସନ୍ତାକାଲି ଆୟୋଜନ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟକ୍ରମ । ଉପସ୍ଥିତ ରହିବେ ପ୍ରାୟ ୮୦ ଜଣ ଏମ୍ଏଲ୍ଏ । ମକର ସଂକ୍ରାନ୍ତିରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ଏଥିପାଇଁ କଳାହାଣ୍ଡି ଜୟପାଟଣା ବ୍ଲକ ମଙ୍ଗଳପୁରଠାରେ ଚାଲିଛି ଭବ୍ୟ ଆୟୋଜନ । ମୁଖ୍ୟମନ୍ତ୍ରୀ, ଦଳୀୟ ବିଧାୟକ ଓ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ପାଇଁ ନିର୍ମାଣ କରାଯାଉଛି ୩ଟି ଷ୍ଟେଜ୍ ।  RTPCR ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ହିଁ ଯାଇପାରିବେ ଏହି କାର୍ଯ୍ୟକ୍ରମକୁ । କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଲାଗିପଡ଼ିଛନ୍ତି ଦଳର ସ୍ଥାନୀୟ ନେତାଙ୍କ ସହ ଏକ ସ୍ୱତନ୍ତ୍ର ଟିମ୍ ଓ ଜିଲ୍ଲା ପ୍ରଶାସନ ।  ଜଳସେଚନ ହେବାକୁ ଥିବା ସବୁ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମର ହେବ ସିଧାପ୍ରସାରଣ । ସେସବୁ ପଞ୍ଚାୟତ ଗୁଡ଼ିକରେ ନିମନ୍ତ୍ରିତ ଦଳୀୟ ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ରହି ଲୋକଙ୍କୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବେ ।  କାରଣ ଲୋକାର୍ପିତ ହେବ ୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା କୋକସରା, ଧର୍ମଗଡ଼ ଓ ଜୟପାଟଣା ବ୍ଲକର ୮୭ଟି ଗାଁର ଚାଷୀ ଓ ସାଧାରଣ ଲୋକେ ଉପକୃତ ହେବେ ।

ତେବେ ଏହି କାର୍ଯ୍ୟକ୍ରମ ପଛର ଉଦ୍ଦେଶ୍ୟ ରହିଛି ଫୋକସ୍ ପଶ୍ଚିମ ଓଡିଶା । ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ କୃଷକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଏଭଳି ଉଦ୍ୟମ ଚଳାଇଥିବା କୁହାଯାଉଛି । ପଶ୍ଚିମ ଓଡିଶାରେ ୧୯  ନିର୍ବାଚନରେ ୫ରୁ ୫ଟି ଲୋକସଭା ଆସନ ଖସିଯାଇଥିଲା ବିଜେଡି ହାତରୁ । ଗତ ପଂଚାୟତ ନିର୍ବାଚନରେ ବି କଳାହାଣ୍ଡି ଜିଲ୍ଲାରେ ବିଜେଡି ସବୁଠୁ ଖରାପ ପ୍ରଦର୍ଶନ ବି କରିଥିଲା।  ଏପରିକି ମାତ୍ର ଗୋଟିଏ ଜିଲ୍ଲା ପରିଷଦ ସିଟ୍ ହାତେଇଥିଲା ବିଜେଡି । ଆଗକୁ ପଂଚାୟତ ଏବଂ ପୌର ନିର୍ବାଚନ ଥିବାରୁ ବିଜେଡି ସରକାରର ଏହା ମେଗା ଇଭେଣ୍ଟ । ତେବେ ମହାଙ୍ଗା ହତ୍ୟାକାଣ୍ଡରୁ ପରୀ ଇସ୍ୟୁ, ବିଜେପି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟରେ ଅଭିଯାନ ଚଳାଇଥିବାରୁ ଏହାକୁ କାଉଣ୍ଟର ପାଇଁ ଏହି ମେଗା ଇଭେଣ୍ଟ ନୁହେଁ ତ ? ଏବେ ଏମିତି ପ୍ରଶ୍ନ ଉଠିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ବିଜେଡ଼ିର ନେତା ଓ ମନ୍ତ୍ରୀଙ୍କୁ ଭବାନୀପାଟଣାରେ କଳାପତାକା ପ୍ରଦର୍ଶନ କରିଥିଲା କଂଗ୍ରେସ।  ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ।

କିଛି ଦିନ ପୂର୍ବରୁ ପୂବତନ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡିଶା ବିକାଷ ପରିଷଦର ଅଧ୍ୟକ୍ଷ ସହ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ମେଗା କାର୍ଯ୍ୟକ୍ରମ । ତେବେ ପଶ୍ଚିମ ଓଡ଼ିଶା କାର୍ଡ କେତେ କାମ ଦେଉଛି, ତାଉପରେ ନଜର ରହିଛି।

Related story