Advertisment

ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଯିବାକୁ କାହିଁକି ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦିବଂଗତ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ବିଜେପି ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ସାର୍ବଜନୀନ ଓ ସର୍ବଧର୍ମ ପ୍ରାର୍ଥନା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଆଜି ସନ୍ଧ୍ୟାରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ଓ ପ୍ରାର୍ଥନା ସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାହ୍ନ ୫ଟାରେ […]

ଅଦ୍ୟତନ ହୋଇଛି
୧୬୩ଟି ନଦୀରେ ହେବ ବାଜପେୟୀଙ୍କ ଅସ୍ଥି ବିସର୍ଜନ

vajpayee

Advertisment

ଭୁବନେଶ୍ୱର : ଦିବଂଗତ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ବିଜେପି ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ସାର୍ବଜନୀନ ଓ ସର୍ବଧର୍ମ ପ୍ରାର୍ଥନା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ଆଜି ସନ୍ଧ୍ୟାରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ଓ ପ୍ରାର୍ଥନା ସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାହ୍ନ ୫ଟାରେ ସାମିଲ ହୋଇ ପ୍ରାୟ ୨୦ମିନିଟ୍ ରହିବେ। ଗତକାଲି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ଓ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ତାଙ୍କୁ ନବୀନ ନିବାସରେ ଭେଟି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବିଜେପି ପକ୍ଷରୁ ସବୁ ଦଳର ନେତୃବୃନ୍ଦ ଓ ବିଧାୟକମାନଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ଏହି ପ୍ରାର୍ଥନା ସଭାକୁ ବିଜେଡି ଯିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା ।

Advertisment

ତେବେ ରାଜନୀତିକ ବିଶ୍ଲେଷକଙ୍କ ମତରେ, ବାଜପେୟୀଙ୍କ ଅସ୍ଥିକୁ ଆଜି ପୁରୀ ମହୋଦଧିରେ ବିସର୍ଜନ ପାଇଁ ନିଆଯିବା ସମୟରେ ଚନ୍ଦନପୁରଠାରେ ବିଜେପିର ଶୋଭାଯାତ୍ରା ଉପରକୁ କେହି ଜଣେ ଦୁର୍ବୃତ୍ତ  ଅଣ୍ଡାମାଡ଼ କରିଥିଲା। ବିଜୁ ଯୁବ ବାହିନୀର ଜଣେ କର୍ମୀ ଏହି ଅଣ୍ଡାମାଡ଼ କରିଥିବା ନେଇ ବିଜେପି ପକ୍ଷରୁ ଚନ୍ଦନପୁର ଥାନାରେ ଅଭିଯୋଗ କରାଯାଇଛି।

ବିଜେପି ଦ୍ୱାରା ଦେଶବ୍ୟାପୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ଚାଲିଥିବାବେଳେ ପ୍ରଥମଥର ପାଇଁ ଅଣ୍ଡାମାଡ଼ ଘଟଣା ହୋଇଛି। ଯାହା ବିଜେଡିକୁ ବ୍ୟାକ୍ଟ୍ ଫୁଟକୁ ଠେଲିଦେଇଛି। ଓଡ଼ିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସଙ୍ଗେ ସଙ୍ଗେ ବିଜେଡି ଦଳର ମୁଖ୍ୟ ମଧ୍ୟ । ଯଦି ସେ ବାଜପେୟୀଙ୍କ କାର୍ଯ୍ୟକ୍ରମକୁ ନଯିବେ ତା’ହେଲେ ଅଣ୍ଡାମାଡ଼ ଘଟଣା ପଛରେ ବିଜେଡିର ହାତ ଥିବାର ସନ୍ଦେଶ ଯିବ। ଯାହାକି ଉଭୟ ରାଜ୍ୟ ଓ ଜାତୀୟସ୍ତରରେ ନବୀନଙ୍କ ଭାବମୂର୍ତ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ରହିଥିଲା।

ଅନ୍ୟପକ୍ଷେ, ବାଜପେୟୀଙ୍କ ଭଳି ଜଣେ ଅତ୍ୟନ୍ତ ଲୋକପ୍ରିୟ ନେତାଙ୍କ ଚିତାଭସ୍ମ ବିସର୍ଜନ ଓ ସାର୍ବଜନୀନ ସ୍ମୃତିସଭା ଆୟୋଜନ କରି କାଳେ ବିଜେପି ଜନସାଧାରଣଙ୍କ ସହାନୁଭୁତି ସାଉଣ୍ଟିବା ସଙ୍ଗେ ସଙ୍ଗେ ନିର୍ବାଚନୀ ବର୍ଷରେ ଯଥେଷ୍ଟ ରାଜନୀତିକ ଫାଇଦା  ହାତେଇ ନେବ, ସେଭଳିକିଛି ଆଶଙ୍କା କରି ନବୀନ ଶେଷକୁ ସଭାରେ ଯୋଗଦାନ କରିବାକୁ ନିଷ୍ପତ୍ତି ନେଇଥିବା କଥା ଅନ୍ୟ କେତେକ ବିଶ୍ଳେଷକ ମତ ଦେଇଛନ୍ତି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାଜପେୟୀଙ୍କ ଭଳି ମହାନ ନେତାଙ୍କ ଶ୍ରଦ୍ଧାଞ୍ଜଳି ସଭା ଓ ଚିତାଭସ୍ମକୁ ମହୋଦଧିରେ ବିସର୍ଜନ କରିବା ଆଳରେ ବିଜେପିର ଉଦ୍ଦେଶ୍ୟ ଭିନ୍ନ ଭଳି ଜଣାପଡ଼ୁଛି । ବିଜେପିର ନେତାମାନେ ଉପରକୁ ଏହାକୁ ଦଳୀୟ କାର୍ଯ୍ୟକ୍ରମରୁ ଊଦ୍ଧ୍ୱର୍ରେ ବୋଲି କହୁଥିଲେ ମଧ୍ୟ ସେମାନେ ବାଜପେୟୀଙ୍କ ମୃତ୍ୟୁରୁ ରାଜନୀତିକ ଫାଇଦା ଉଠାଇବାକୁ ଚାହୁଁଥିବା ପ୍ରତୀୟମାନ ହେଉଛି। ତେଣୁ ଏଥିରେ ବ୍ରେକ୍ ଲଗାଇବାର ଆବଶ୍ୟକତା ଥିଲା।

"ବାଜପେୟୀଙ୍କ ପ୍ରତି ବିଜେଡି ଓ ବିଜେଡି ସୁପ୍ରିମୋଙ୍କର ଯଥେଷ୍ଟ ସମ୍ମାନ ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ଏହି ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମରେ ସାମିଲ ହେବେ। ତା’ଛଡ଼ା ବାଜପେୟୀଙ୍କୁ ବିଜେଡି ରାଜନୀତିଠୁ ଊଦ୍ଧ୍ୱର୍ରେ ରଖିବାକୁ ଚାହୁଁଛି । ଦିଲ୍ଲୀରେ ବାଜପେୟୀଙ୍କ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇସାରିଥିବାରୁ ଏଠି ସାମିଲ ହେବାରେ ସମସ୍ୟା ନାହିଁ" ବୋଲି ସେହି ସୂତ୍ର କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe