Advertisment

ଇଏ କି ପ୍ରହସନ ! ନବୀନ ପାଳିବେନି ନିଜ ଜନ୍ମଦିନ, କିନ୍ତୁ ବିଜେଡି ଜାକଜମକରେ ପାଳିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ଅକ୍ଟୋବର ୧୬, ମଙ୍ଗଳବାର) ୭୩ ବର୍ଷ ବୟସରେ ପଦାର୍ପଣ କରିବେ। କିନ୍ତୁ ପ୍ରଳୟଙ୍କରୀ ବାତ୍ୟା ‘ତିତ୍‌ଲି’ ଦ୍ଵାରା କ୍ଷତିଗ୍ରସ୍ତ ଲୋକଙ୍କ ପ୍ରତି ସମବେଦନା ଜଣାଇ ଚଳିତବର୍ଷ ନିଜ ଜନ୍ମଦିନକୁ ସେ ପାଳିବେ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି। କିନ୍ତୁ ବିଜେଡି ନିଜର ମୁଖିଆ (ନବୀନ ପଟ୍ଟନାୟକ)ଙ୍କ ଜନ୍ମଦିନକୁ ସମ୍ବାଦପତ୍ରରେ ବିଜ୍ଞାପନ ଓ ପ୍ରାୟୋଜିତ ଲେଖା ପ୍ରକାଶନ କରାଇ ପାଳିବାକୁ ଯାଉଛି। ଏଥିପାଇଁ […]

author-image
Amaresh Biswal
ଇଏ କି ପ୍ରହସନ ! ନବୀନ ପାଳିବେନି ନିଜ ଜନ୍ମଦିନ, କିନ୍ତୁ ବିଜେଡି ଜାକଜମକରେ ପାଳିବ

11

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ଅକ୍ଟୋବର ୧୬, ମଙ୍ଗଳବାର) ୭୩ ବର୍ଷ ବୟସରେ ପଦାର୍ପଣ କରିବେ। କିନ୍ତୁ ପ୍ରଳୟଙ୍କରୀ ବାତ୍ୟା ‘ତିତ୍‌ଲି’ ଦ୍ଵାରା କ୍ଷତିଗ୍ରସ୍ତ ଲୋକଙ୍କ ପ୍ରତି ସମବେଦନା ଜଣାଇ ଚଳିତବର୍ଷ ନିଜ ଜନ୍ମଦିନକୁ ସେ ପାଳିବେ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି। କିନ୍ତୁ ବିଜେଡି ନିଜର ମୁଖିଆ (ନବୀନ ପଟ୍ଟନାୟକ)ଙ୍କ ଜନ୍ମଦିନକୁ ସମ୍ବାଦପତ୍ରରେ ବିଜ୍ଞାପନ ଓ ପ୍ରାୟୋଜିତ ଲେଖା ପ୍ରକାଶନ କରାଇ ପାଳିବାକୁ ଯାଉଛି। ଏଥିପାଇଁ ବଡ଼ ଧରଣର ବଜେଟ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ତା ଛଡ଼ା, କିଛି ଖବରକାଗଜକୁ ନିଜ ଆଡୁ ନବୀନଙ୍କ ଗୁଣଗାନ କରି ଲେଖା ଛାପିବାକୁ ନିର୍ଦ୍ଦେଶ ଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସଚିବାଳୟରେ ରାଜ୍ୟବାସୀଙ୍କୁ ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ଅଭିନନ୍ଦନ ଜଣାଇବା ସହ ଆସନ୍ତାକାଲି ତାଙ୍କର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ତାଙ୍କ ଦଳ ବିଜେଡି ନିଜ ସୁପ୍ରିମୋଙ୍କ ଜନ୍ମଦିନକୁ ଭବ୍ୟ ରୂପରେ ପାଳନ କରିବା ପାଇଁ ବିଭିନ୍ନ ସମ୍ବାଦପତ୍ରରେ ପୃଷ୍ଠା ପୃଷ୍ଠା ଧରି ସଚିତ୍ର ନବୀନଙ୍କ ସଫଳତା ବଖାଣିବାକୁ ଯୋଜନା କରିଛି।

ସୂଚନା ଅନୁସାରେ, ବିଜେଡି ଆସନ୍ତାକାଲି ପ୍ରକାଶ ପାଇବାକୁ ଥିବା ରାଜ୍ୟର ପ୍ରମୁଖ ସମ୍ବାଦପତ୍ରରେ ଗୋଟିଏ ଅବା ଦୁଇଟି ପୃଷ୍ଠାକୁ ଆଗୁଆ ବୁକ୍ କରିଛି। ସମ୍ବାଦପତ୍ରର ଏହି ପୃଷ୍ଠାଗୁଡ଼ିକରେ କେବଳ ନବୀନଙ୍କ ସଫଳ କାହାଣୀକୁ ରଙ୍ଗିନ ଫଟୋ ସହ ପ୍ରକାଶ କରାଯିବ। ଏଥିପାଇଁ ଗତ ଦୁଇଦିନ ଧରି ଦଳର କିଛି ପ୍ରମୁଖ ନେତା ଓ ତୃତୀୟ ମହଲାର ଅଫିସର ମିଳିତ ଭାବେ କସରତ କରିଛନ୍ତି।

Advertisment

ରାଜ୍ୟର ୧ କୋଟି ୩୦ ଲକ୍ଷ ଲୋକଙ୍କ ମଧ୍ୟରୁ ୪୬ ଲକ୍ଷ ଲୋକ (ସରକାରୀ ହିସାବ ଅନୁଯାୟୀ) ପ୍ରଳୟଙ୍କକରୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ହଜାର ହଜାର ଏକର ଜମିରେ ଫସଲ ନଷ୍ଟ ହେବା ସହ ବହୁ ପଶୁ ଓ ଜନ୍ତୁ ଅକାଳରେ ପ୍ରାଣ ହରାଇଛନ୍ତି। ବାତ୍ୟା ଓ ବନ୍ୟା କଷ୍ଟରେ ରହିଥିବା ଲୋକଙ୍କ ପାଖରେ ଏବେବି ସରକାରୀ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନି। ଲୋକେ ଅତ୍ୟାବଶ୍ୟକ ସହାୟତା ପାଇଁ ଅନାଇ ବସିଛନ୍ତି।

ଏଭଳି ସ୍ଥିତିରେ ଶାସକ ବିଜେଡି ନିଜର କ୍ଷମତାର ଦୂରୁପଯୋଗ କରି ରାଜ୍ୟର ପ୍ରମୁଖ ସମ୍ବାଦପତ୍ରରେ ୧/୨ଟି ପୃଷ୍ଠାକୁ ବହୁ ଅର୍ଥ ବ୍ୟୟରେ ବୁକ୍ କରିବା କେଉଁ ମାନସିକତାର ପରିଚୟ ଦେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ରାଜ୍ୟରେ ବାତ୍ୟା ଓ ବନ୍ୟାର ତାଣ୍ଡବ ଲୀଳାର ପରିଣାମ ଲୋକେ ଭୋଗୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଭିଜନ ପରଦାରେ ‘କେବିସି’ ଭଳି ମନୋରଞ୍ଜନ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି। ଏପଟେ ତାଙ୍କ ଦଳ ତାଙ୍କୁ ଖୁସି କରିବାକୁ କୋଟିକୋଟି ଟଙ୍କାର ବିଜ୍ଞାପନ ଦେଉଛି। ଏହା ରାଜ୍ୟର ଲୋକଙ୍କ ସହ ହିପୋକ୍ରିସି ନୁହେଁ ତ ଆଉ କ’ଣ ? ବିଜେଡି ଓ ନବୀନଙ୍କ ଏଭଳି ଦ୍ୱୈତ ଚରିତ୍ରକୁ ସାଧାରଣରେ ନାପସନ୍ଦ କରାଯାଇଛି।