ବାରଙ୍ଗ, କଟକ ଯିବା ପାଇଁ ବି ମୁଖ୍ୟମନ୍ତ୍ରୀଙ୍କୁ ବିମାନ ଲୋଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିନା ହେଲିକପ୍ଟରରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି। ବିମାନ ଚଢ଼ାରେ ମୁଖ୍ୟମନ୍ତ୍ରୀ ଏଭଳି ଅଭ୍ୟସ୍ତ ହୋଇପଡ଼ିଛନ୍ତି ଯେ ନିଜ ବାସଭବନ ‘ନବୀନ ନିବାସ’ରୁ ମାତ୍ର ୨୦-୩୦କିମି ଦୂର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆକାଶ ମାର୍ଗକୁ ଚୟନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଦାସିଧା ବେଶଭୂଷାକୁ ତାଙ୍କ ଦଳ ବିଜେଡି ବେଶ୍ ମାର୍କେଟିଂ କରୁଥିବାବେଳେ ସାଧାରଣ ଲୋକଙ୍କ ଟିକସ ଅର୍ଥରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିମାନ ଚଢ଼ାକୁ ନେଇ ସାଧାରଣରେ […]

u

u

Mihir Pattnayak
  • Published: Sunday, 17 February 2019
  • Updated: 17 February 2019, 08:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିନା ହେଲିକପ୍ଟରରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି। ବିମାନ ଚଢ଼ାରେ ମୁଖ୍ୟମନ୍ତ୍ରୀ ଏଭଳି ଅଭ୍ୟସ୍ତ ହୋଇପଡ଼ିଛନ୍ତି ଯେ ନିଜ ବାସଭବନ ‘ନବୀନ ନିବାସ’ରୁ ମାତ୍ର ୨୦-୩୦କିମି ଦୂର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆକାଶ ମାର୍ଗକୁ ଚୟନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଦାସିଧା ବେଶଭୂଷାକୁ ତାଙ୍କ ଦଳ ବିଜେଡି ବେଶ୍ ମାର୍କେଟିଂ କରୁଥିବାବେଳେ ସାଧାରଣ ଲୋକଙ୍କ ଟିକସ ଅର୍ଥରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିମାନ ଚଢ଼ାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜିି ରବିବାର ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଗୋଟିଏ କାର୍ଯ୍ୟକ୍ରମ ଭୁବନେଶ୍ୱର ଉପକଣ୍ଠ ରତାଗଡ଼(ବାରଙ୍ଗ) ନିକଟରେ ଥିବାବେଳେ ଅନ୍ୟଟି କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହୋଇଥିଲା। ପୂର୍ବାହ୍ନ ୧୧ଟାରେ ରତାଗଡ଼ରେ ଓଡ଼ିଶା ସରକାରଙ୍କ ସହଯୋଗରେ ସ୍ଥାପନ ହେବାକୁ ଥିବା ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ଶିଳାନ୍ୟାସ କାର୍ଯ୍ୟକ୍ରମ ଓ ଅପରାହ୍ନ ୫ଟାରେ କଟକ ବାଲିଯାତ୍ରା ପଡ଼ିଆରେ ବିଜୁ ଯୁବ ବାହିନୀ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଦୁଇଟି ଯାକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହେଲିକପ୍ଟରର ଉପଯୋଗ କରିଛନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଗତମାସ ୨୫ତାରିଖରେ ପୁରୀ ମାଳତୀପାଟପୁରରେ ‘କାଳିଆ’ ଚାଷୀ ସମାବେଶରେ ଯୋଗ ଦେବା ପାଇଁ ହେଲିକପ୍ଟର ବ୍ୟବହାର କରିଥିଲେ। ସେହିପରି ଏବେ ବିଭିନ୍ନ ଜିଲ୍ଲା ଗସ୍ତବେଳେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗୋଟିଏ ଏୟାରକ୍ରାଫ୍ଟ ଓ ଗୋଟିଏ ହେଲିକପ୍ଟର ମୁତୟନ ରହୁଛି। ଭୁବନେଶ୍ୱର ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଏୟାରକ୍ରାଫ୍ଟରେ ଯାଉଥିବାବେଳେ ଯେଉଁଠି ଅବତରଣ କରୁଛନ୍ତି ସେଠାରୁ କାର୍ଯ୍ୟକ୍ରମ ସ୍ଥଳକୁ ଏକ ହେଲିକପ୍ଟରରେ ଯାଉଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ଓ କଟକ ସହରରେ ବି ବିମାନ ସେବା ଯୋଗାଇ ଦିଆଯାଉଛି କି? ରାଜ୍ୟ ରାଜକୋଷ ଉପରେ କ୍ରମାଗତ ଭାବେ ଋଣବୋଝ ବଢ଼ି ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ନିଜ ସୁବିଧା ପାଇଁ ଲୋକଙ୍କ ଟିକସ ଅର୍ଥକୁ ଏଭଳି ବେପରୁୱା ଭାବେ ନିଜର ବିମାନ ଗସ୍ତ ପାଇଁ କିଭଳି ଉପଯୋଗ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଚାହିଁଲେ ସଡ଼କ ମାର୍ଗରେ ଯାଇ କଟକ-ପୁରୀ ଓ ଭୁବନେଶ୍ୱର ସହର ମଧ୍ୟରେ ଯେକୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତେ। ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀ ଏସବୁ ସହରରେ ହେଉଥିବା କାର୍ଯ୍ୟକ୍ରମକୁ ସଡ଼କ ମାର୍ଗରେ ଯାଇ ସାମିଲ ହେଉଥିଲେ। ଏବେ କେଉଁ ବାଧ୍ୟବାଧକତା ମୁଖ୍ୟମନ୍ତ୍ରୀଙ୍କୁ ଏବେ ଲୋକଙ୍କ ଟିକସ ଅର୍ଥକୁ ଏଭଳି ଅପବ୍ୟୟ କରାଇବାକୁ ବାଧ୍ୟ କରୁଛି ତାକୁ ନେଇ ଚର୍ଚ୍ଚା।

ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ଏବେ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବାବେଳେ ଯେଉଁ ଏୟାରକ୍ରାଫ୍ଟ ଉପଯୋଗ କରୁଛନ୍ତି ସେଥିପାଇଁ ସର୍ବନିମ୍ନ ଭଡ଼ା ୧୮ରୁ ୨୦ଲକ୍ଷ ଟଙ୍କା ଓ ହେଲିକପ୍ଟର ଭଡ଼ା ପିଛା ୫ରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସମୟ ଓ ଦୂରତ୍ୱ ଆଧାରରେ ଏହି ଦରରେ କମବେଶୀ ହୋଇପାରେ। ସରକାରୀ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ଏସବୁ ବିମାନ ସେବା ଉପଯୋଗ କରୁଥିବାରୁ ଏହି ଅର୍ଥ ରାଜ୍ୟ ରାଜକୋଷରୁ ଭରଣା ହେଉଛି । କାର୍ଯ୍ୟବସ୍ତତା ଯୋଗୁ ମୁଖ୍ୟମନ୍ତ୍ରୀ ଦୂର ଜିଲ୍ଲାକୁ ଯିବାବେଳେ ବିମାନ ସେବା ଉପଯୋଗ କରିଥାନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯେଉଁ ରିକ୍ୱିଜିସନ୍ ପଠାଏ ତାହା ଉପରେ ପଦକ୍ଷେପ ନେବାକୁ ଆଭିଏସନ୍ ନିର୍ଦ୍ଦେଶାଳୟ ବାଧ୍ୟ। ତେଣୁ କଟକ-ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଯାତାୟାତ ପାଇଁ କାହିଁକି ବିମାନର ଉପଯୋଗ ହେଉଛି, ତା’ର ଉତ୍ତର କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇପାରିବ ବୋଲି ସେ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରକୁ ଯିବାବେଳେ ତାଙ୍କ ପାଇଁ ଚାର୍ଟର୍ଡ ପ୍ଲେନ ଭଡ଼ାରେ ଅଣାଯାଉଥିବାବେଳେ ଏବେ ରାଜ୍ୟ ଭିତରେ ବୁଲାବୁଲି ପାଇଁ ଏୟାରକ୍ରାଫ୍ଟ ଓ ହେଲିକପ୍ଟରକୁ ରାଜ୍ୟ ସରକାର ଭଡ଼ାରେ ଆଣି ରଖିଛନ୍ତି। ତା’ଛଡ଼ା ରାଜ୍ୟ ଭିତରେ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ସରକାରୀ କାର୍ଯ୍ୟକ୍ରମକୁ ଯାଉଛନ୍ତି ସେଠାରେ ଯଥାସମ୍ଭବ କମ୍ ସମୟ ରହୁଛନ୍ତି ଓ ତାଙ୍କର ଭାଷଣ ମଧ୍ୟ ୮-୧୦ ଧାଡ଼ିରେ ଶେଷ ହେଉଛି। ଆଉ ତା’ ବଦଳରେ ପୂର୍ବରୁ ରେକର୍ଡ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆଧାରିତ ଭାଷଣକୁ ବଜାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିମାନ ପାଇଁ ସରକାରୀ ଅର୍ଥର ଏଭଳି ଅପଚୟ ଓ ସଭାରେ ସ୍ୱଳ୍ପ ଭାଷଣ ଏବେ ବାଧ୍ୟବାଧକତା ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ରାଜ୍ୟ ପାଇଁ ଅକ୍ଲାନ୍ତ ପରିଶ୍ରମ କରି ହାଲିଆ ହୋଇ ପଡ଼ିଛନ୍ତି, ତେଣୁ ଏବେ ଯୁଆଡ଼େ ଯାଉଛନ୍ତି ରାଜକୋଷ ଅର୍ଥରେ ବିମାନରେ ଯାଉଛନ୍ତି। ତେବେ ସେ ବିମାନରେ କେବେ ନବୀନ ନିବାସରୁ ସଚିବାଳୟ ଯିବେ ତାହା ଦେଖିବାର କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story