ନବୀନଙ୍କ ଚିଠିକୁ ନେଇ ଉଠିଲା ପ୍ରଶ୍ନ, ବିଜେଡିକୁ ପୁଣି ପାଣ୍ଠି ଅଭାବ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ୨୨ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବିଜେଡିକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଦଳୀୟ ପାଣ୍ଠି ବୃଦ୍ଧି ନିମନ୍ତେ ସହଯୋଗର ହାତ ବଢ଼ାଇବାକୁ ଦଳର ବିଧାୟକ ଓ ସାଂସଦଙ୍କୁ ଏକମାସର ଦରମା ଦାନ କରିବା ପାଇଁ ଅନୁରୋଧ କରିଛନ୍ତି। ବିଜେଡିର ଶୁଭେଚ୍ଛୁ ଓ ସମର୍ଥକମାନଙ୍କଠୁ ଅର୍ଥ ସହାୟତା ସଂଗ୍ରହ ନିମନ୍ତେ ଦଳର ଜିଲ୍ଲା ସଭାପତିମାନଙ୍କୁ ପ୍ରତି ସପ୍ତାହରେ ଥରେ ସମୀକ୍ଷା […]

naveen

naveen

Manoranjan Sial
  • Published: Monday, 24 December 2018
  • Updated: 24 December 2018, 06:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ୨୨ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବିଜେଡିକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଦଳୀୟ ପାଣ୍ଠି ବୃଦ୍ଧି ନିମନ୍ତେ ସହଯୋଗର ହାତ ବଢ଼ାଇବାକୁ ଦଳର ବିଧାୟକ ଓ ସାଂସଦଙ୍କୁ ଏକମାସର ଦରମା ଦାନ କରିବା ପାଇଁ ଅନୁରୋଧ କରିଛନ୍ତି। ବିଜେଡିର ଶୁଭେଚ୍ଛୁ ଓ ସମର୍ଥକମାନଙ୍କଠୁ ଅର୍ଥ ସହାୟତା ସଂଗ୍ରହ ନିମନ୍ତେ ଦଳର ଜିଲ୍ଲା ସଭାପତିମାନଙ୍କୁ ପ୍ରତି ସପ୍ତାହରେ ଥରେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିର୍ବାଚନୀ ବର୍ଷରେ ବିଜେଡି ପାଖରେ ସତରେ ପାଣ୍ଠି ଅଭାବ ରହିଛି ନା ଏବେଠୁ ବାହାନା ବନାଇ ଆଗାମୀ ଦିନରେ ବ୍ୟାପକ ଅର୍ଥ ଖର୍ଚ୍ଚ ପାଇଁ ମାର୍ଗ ପ୍ରଶସ୍ତ କରାଯାଉଛି, ତାକୁ ନେଇ ଚର୍ଚ୍ଚା।

ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ଛାମୁଆ ସଂଗଠନର ସଭାପତି, ବ୍ଲକ ଓ ନଗର ସଭାପତିମାନଙ୍କୁ ଚିଠି ଲେଖି ଦଳୀୟ ପାଣ୍ଠି ଓ ନୂଆ ସଭ୍ୟ ସଂଗ୍ରହ ନିମନ୍ତେ ଆହ୍ୱାନ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ ବିଜେଡି ୨୧ବର୍ଷ ପୂରଣ କରି ୨୨ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ସମସ୍ତଙ୍କ ସହଯୋଗ,ପ୍ରତିବଦ୍ଧତା ଓ ଶୃଙ୍ଖଳା ଯୋଗୁ ବିଜେଡି ସୁଦୃଢ଼ ହୋଇଛି। ରାଜ୍ୟବାସୀଙ୍କ ଭଲପାଇବା ଓ ସମର୍ଥନ ଦଳକୁ ଦୃଢ଼ ଆଞ୍ଚଳିକ ଦଳ କରାଇଛି। ରାଜ୍ୟ ଭିତରେ ଓ ବାହାରେ ରହିଥିବା ଅଜସ୍ର ଶୁଭେଚ୍ଛୁ ଓ ସମର୍ଥକ ହେଉଛନ୍ତି ଦଳର ସାମର୍ଥ୍ୟ। ରାଜ୍ୟବାସୀଙ୍କ ପ୍ରତି ବିଜେଡିର ରହିଥିବା ସାମାଜିକ ପ୍ରତିବଦ୍ଧତାକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ପଟ୍ଟନାୟକ ଚିଠିରେ ନିବେଦନ କରିଛନ୍ତି।

ଦଳର ସାଂସଦ ଓ ବିଧାୟକମାନଙ୍କୁ ନିଜର ଏକମାସର ଦରମା ଚେକ୍ ଆକାରରେ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଦଳକୁ ସହଯୋଗର ହାତ ବଢ଼ାଇବାକୁ ଚାହୁଁଥିବା ସମର୍ଥକଙ୍କଠୁ ଚେକ୍ ଓ ଅନଲାଇନ ମାଧ୍ୟମରେ ଯିଏ ଯେତେ ପରିମାଣର ଅର୍ଥ ସହାୟତା ଦେଇପାରିବେ ତାହା ସଂଗ୍ରହ କରିବାକୁ ଜିଲ୍ଲା ସଭାପତିମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ ସହାୟତା ଅର୍ଥ ଟିକସମୁକ୍ତ ଓ ଏହାର ରସିଦ୍ ମଧ୍ୟ ଦଳର କୋଷାଧ୍ୟକ୍ଷ ଯୋଗାଇଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଦଳୀୟ ପାଣ୍ଠି ସଂଗ୍ରହ ବ୍ୟତୀତ ସେ ପ୍ରତି ପଞ୍ଚାୟତ ଓ ସହରା଼ଞ୍ଚଳର ୱାର୍ଡରେ ଅତିକମରେ ୨୦୦ ନୂଆ ସଦସ୍ୟ ସଂଗ୍ରହ କରିବା ପାଇଁ ଜିଲ୍ଲା ସଭାପତିମାନଙ୍କୁ ସେ ଟାର୍ଗେଟ୍ ଦେଇଛନ୍ତି। ଏହା ସହିତ ‘ଜୀବନବିନ୍ଦୁ’ ମାଧ୍ୟମରେ ୩ଲକ୍ଷ ରକ୍ତଦାତା ରକ୍ତଦାନ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

ତେବେ ଦଳୀୟ ପାଣ୍ଠି ବୃଦ୍ଧି ପାଇଁ ନବୀନଙ୍କ ଗତ ୨୧ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ନିଜର ସାଂସଦ ଓ ବିଧାୟକଙ୍କ ଦରମା ଦାନ କରିବାକୁ କହିବାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି।ଏବେ ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରପୂର୍ଣ୍ଣ ଓ କୋଟି କୋଟି ଟଙ୍କା ବ୍ୟୟରେ ହେଉଥିବାବେଳେ ନବୀନ କେଉଁ ଉଦ୍ଦେଶ୍ୟରେ ଏବେ ଆର୍ଥିକ ସହଯୋଗ ଲୋଡ଼ିଛନ୍ତି ତାହା ବିଜେଡିପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ଅବଶ୍ୟ ବିଜେଡି ଗତ ୪ବର୍ଷ ହେଲା ନିଜର ବାର୍ଷିକ ଉପାର୍ଜନକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରିନି। ତେବେ ଦଳ ୧୯ବର୍ଷ ଧରି କ୍ଷମତାରେ ରହିବା ସତ୍ତ୍ୱେ ନିର୍ବାଚନ ଲଢ଼ିବା ପାଇଁ ଅର୍ଥାଭାବ ଦେଖାଦେଇଥିବା କହିବା କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଓଲଟା ଏହି ତଥାକଥିତ ପାଣ୍ଠି ସଂଗ୍ରହ ଅଭିଯାନକୁ ନେଇ ନାନା ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story