Advertisment

ଖସୁଛି ନବୀନଙ୍କ ଲୋକପ୍ରିୟତା, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ୮ ନମ୍ବର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି। ୨୦୧୮ ଜାନୁୟାରୀ ମାସ ତୁଳନାରେ ଜୁଲାଇରେ ଏହି ହାର ୩ ପ୍ରତିଶତ କମିଛି। ସେହିପରି ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଏକଦା ଆୱାର୍ଡ ପାଇଥିବା ନବୀନ ଏବେ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ତାଲିକାର ଅଷ୍ଟମ ସ୍ଥାନକୁ ଖସି ଯାଇଛନ୍ତି। ‘ଇଣ୍ଡିଆ ଟୁଡେ’ ଓ ‘କାର୍ଭି ଇନ୍‌ସାଇଟସ୍’ ପକ୍ଷରୁ ହୋଇଥିବା ‘ମୁଡ୍ ଅଫ୍‌ ଦି ନେଶନ୍’ ସର୍ଭେରୁ ଜଣାପଡ଼ିଛି ଯେ, […]

ଅଦ୍ୟତନ ହୋଇଛି
ଖସୁଛି ନବୀନଙ୍କ ଲୋକପ୍ରିୟତା, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ୮ ନମ୍ବର

Naveen Patnaik

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି। ୨୦୧୮ ଜାନୁୟାରୀ ମାସ ତୁଳନାରେ ଜୁଲାଇରେ ଏହି ହାର ୩ ପ୍ରତିଶତ କମିଛି। ସେହିପରି ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଏକଦା ଆୱାର୍ଡ ପାଇଥିବା ନବୀନ ଏବେ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ତାଲିକାର ଅଷ୍ଟମ ସ୍ଥାନକୁ ଖସି ଯାଇଛନ୍ତି।

Advertisment

‘ଇଣ୍ଡିଆ ଟୁଡେ’ ‘କାର୍ଭି ଇନ୍‌ସାଇଟସ୍’ ପକ୍ଷରୁ ହୋଇଥିବା ‘ମୁଡ୍ ଅଫ୍‌ ଦି ନେଶନ୍’ ସର୍ଭେରୁ ଜଣାପଡ଼ିଛି ଯେ, କଂଗ୍ରେସ ସହ ଅଣବିଜେପି ମେଣ୍ଟର ନେତୃତ୍ୱ ନେବା କ୍ଷେତ୍ରରେ ନବୀନଙ୍କ ଲୋକପ୍ରିୟତା ୨୦୧୮ ଜାନୁୟାରୀ ମାସରେ ୫ ପ୍ରତିଶତ ଥିବାବେଳେ ଏବେ ଏହା ମାତ୍ର ୨%କୁ ହ୍ରାସ ପାଇଛି।

ସେହିପରି ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଞ୍ଚମ ସ୍ଥାନରେ ରହିଥିଲେ ମଧ୍ୟ ବାସ୍ତବରେ ଅଷ୍ଟମ ସ୍ଥାନରେ ଅଛନ୍ତି।

Advertisment

publive-image

ସର୍ଭେ ରିପୋର୍ଟ ଅନୁସାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଉଭୟ ୧୦ ପ୍ରତିଶତ ଭୋଟ୍ ସହ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି। ୟୁପିର ଯୋଗୀ ଆଦିତ୍ୟନାଥ(୯%), ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ(୭%), ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ(୫%), ମଧ୍ୟପ୍ରଦେଶ ଶିବରାଜ ସିଂହ ଚୌହାନ(୫%) ଶ୍ରେଷ୍ଠ ତାଲିକାର ୧ରୁ ୪ ସ୍ଥାନରେ ରହିଛନ୍ତି।

ତେବେ ପଞ୍ଚମ ସ୍ଥାନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(୪%) ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (୪%) ରହିଛନ୍ତି। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ(୩%) ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି.କୁମାରସ୍ୱାମୀ(୩%), ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ(୨%), ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍(୨%), ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର(୨%), ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର(୨%) ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ(୨%)ଙ୍କ ସପକ୍ଷରେ ଲୋକ ନିଜର ମତ ଦେଇଛନ୍ତି।

କେବଳ ସେତିକି ନୁହେଁ ସର୍ଭେ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ୪୯% ଲୋକ ମତ ଦେଇଥିବାବେଳେ ରାହୁଲ ଗାନ୍ଧିଙ୍କ ସପକ୍ଷରେ ୨୭%, ମମତା ବାନାର୍ଜୀଙ୍କ ନିମନ୍ତେ ୩% ଓ ଅରୁଣ ଜେଟଲୀଙ୍କ ସପକ୍ଷରେ ୨ପ୍ରତିଶତ ଭୋଟ୍ ମିଳିଛି।

ତେବେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ବିଏସପି ସୁପ୍ରିମୋ ମାୟାବତୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମାତ୍ର ୧ ପ୍ରତିଶତ ଲେଖାଏଁ ଲୋକ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ମନେ କରିଛନ୍ତି।

publive-image

ତେବେ ନିଜ ରାଜ୍ୟ ଓଡିଶାରେ ନବୀନ ପଟ୍ଟନାୟକ ଏବେ ବି ସର୍ବାଧିକ ଲୋକପ୍ରିୟ ନେତା ଭାବେ ନିଜ ସ୍ଥାନ ବଜାୟ ରଖିଥିବା ଏହି ସର୍ଭେ ରିପୋର୍ଟରେ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୧୦ ଏନ୍ଡିଟିଭି ଓପିନିଅନ୍ ପୋଲ୍-୨୦୧୦ରେ ନବୀନ ପଟ୍ଟନାୟକଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନିତ କରାଯାଇଥିଲା। ସେହିପରି ଇଣ୍ଡିଆଟୁଡେ- ଓଆରଜି ମାର୍ଗ ‘ମୁଡ୍ ଅଫ ନେସନ୍ ପୋଲ୍’-୨୦୧୦ରେ ଶ୍ରୀ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe