କଟକ(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ମା’ଙ୍କ ନବରାତ୍ର ପୂଜା । ନବପତ୍ରିକା ସହିତ ଆଜି କଟକର ବିଭିନ୍ନ ଶକ୍ତୀ ପୀଠରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ମୁଖ୍ୟତଃ କଟକର ଦୁଇ ଆରାଧ୍ୟା ଦେବୀ ପୀଠ ମା’ କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଷୋଡଶ ଉପଚାର ପୂଜା ସହ ଚଣ୍ଡୀପାଠ ମଧ୍ୟ କରାଯାଉଛି ।
ନବରାତ୍ର ସମୟରେ ବିଶେଷ କରି ମହିଳାମାନେ ବ୍ରତ ରଖିଥାନ୍ତି । ତେଣୁ ଏହି ଦୁଇ ପ୍ରମୁଖ ପୀଠରେ ଶ୍ରଦ୍ଧଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମା’ଙ୍କ ପୂଜାର୍ଚ୍ଚନା କରି ବ୍ରତ ଧାରଣ କରି ମା’ଙ୍କୁ ଆରାଧନା କରିଛନ୍ତି । ୯ ଦିନ ଧରି ଚାଲିବ ମା’ଙ୍କ ଏହି ପୂଜାର୍ଚ୍ଚନା । ମା’ଙ୍କ ଅନନ୍ୟ ଓ ଅପୂର୍ବ ଷୋଡଶ ଉପଚାର ବେଶ ଦର୍ଶନ ପାଇଁ କଟକର ବିଭିନ୍ନ ଶକ୍ତପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଗତକାଲି ମା’ ଗଡଚଣ୍ଡି ବନଦୁର୍ଗା ବେଶରେ ଓ କଟକଚଣ୍ଡୀ ହରଚଣ୍ଡୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆଜି ମା’ କଟକ ଚଣ୍ଡୀ ଷୋଡ଼ଶୀ ଏବଂ ହରଚଣ୍ଡୀ ବଗଳାମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।