Advertisment

ମା’ କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

କଟକ(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ମା’ଙ୍କ ନବରାତ୍ର ପୂଜା । ନବପତ୍ରିକା ସହିତ ଆଜି କଟକର ବିଭିନ୍ନ ଶକ୍ତୀ ପୀଠରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ମୁଖ୍ୟତଃ କଟକର ଦୁଇ ଆରାଧ୍ୟା ଦେବୀ ପୀଠ ମା’ କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।  ଷୋଡଶ ଉପଚାର ପୂଜା ସହ ଚଣ୍ଡୀପାଠ ମଧ୍ୟ କରାଯାଉଛି । ନବରାତ୍ର ସମୟରେ ବିଶେଷ କରି ମହିଳାମାନେ ବ୍ରତ ରଖିଥାନ୍ତି  । ତେଣୁ […]

ଅଦ୍ୟତନ ହୋଇଛି
ମା’ କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

maa cuttack chandi

Advertisment

କଟକ(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଛି ମା’ଙ୍କ ନବରାତ୍ର ପୂଜା । ନବପତ୍ରିକା ସହିତ ଆଜି କଟକର ବିଭିନ୍ନ ଶକ୍ତୀ ପୀଠରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ମୁଖ୍ୟତଃ କଟକର ଦୁଇ ଆରାଧ୍ୟା ଦେବୀ ପୀଠ ମା’ କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।  ଷୋଡଶ ଉପଚାର ପୂଜା ସହ ଚଣ୍ଡୀପାଠ ମଧ୍ୟ କରାଯାଉଛି ।

Advertisment

ନବରାତ୍ର ସମୟରେ ବିଶେଷ କରି ମହିଳାମାନେ ବ୍ରତ ରଖିଥାନ୍ତି  । ତେଣୁ ଏହି ଦୁଇ ପ୍ରମୁଖ ପୀଠରେ ଶ୍ରଦ୍ଧଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମା’ଙ୍କ ପୂଜାର୍ଚ୍ଚନା କରି ବ୍ରତ ଧାରଣ କରି ମା’ଙ୍କୁ ଆରାଧନା କରିଛନ୍ତି  । ୯ ଦିନ ଧରି ଚାଲିବ ମା’ଙ୍କ ଏହି ପୂଜାର୍ଚ୍ଚନା । ମା’ଙ୍କ ଅନନ୍ୟ ଓ ଅପୂର୍ବ ଷୋଡଶ ଉପଚାର ବେଶ ଦର୍ଶନ ପାଇଁ କଟକର ବିଭିନ୍ନ ଶକ୍ତପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଗତକାଲି ମା’ ଗଡଚଣ୍ଡି ବନଦୁର୍ଗା ବେଶରେ ଓ କଟକଚଣ୍ଡୀ ହରଚଣ୍ଡୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆଜି ମା’ କଟକ ଚଣ୍ଡୀ ଷୋଡ଼ଶୀ ଏବଂ ହରଚଣ୍ଡୀ ବଗଳାମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ  ।

Advertisment
Dussehra 2021 Dussehra Updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe