Advertisment

କନ୍ଧମାଳ ଜିଲ୍ଲା କ.ନୂଆଗାଁରେ ନକ୍ସଲ ବ୍ୟାନର

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା କ .ନୂଆଗାଁ ଥାନା ଅନ୍ତର୍ଗତ କଞ୍ଜମେଣ୍ଡି ଛକର ୫୯ ଜାତୀୟ ରାଜପଥ କଡରେ ନକ୍ସଲ ବ୍ୟାନର ଦେଖିବାକୁ ମିଳିଛି। ସିପିଆଇ ନକ୍ସଲ କେକେବିଏନ ଡିଭିଜନ ତରଫରୁ ଏହି ବ୍ୟାନର ଲଗାଯାଇଛି। ଆସନ୍ତା ୧୮ରୁ ୨୪ ତାରିଖ ଯାଏ ନକ୍ସଲମାନେ ଦେଇଥିବା ବନ୍ଦ ଡାକରାକୁ ସଫଳ କରିବାକୁ ଏହି ବ୍ୟାନରରେ ଆହ୍ୱାନ ଦିଆଯାଇଛି। ଏହାସହିତ କମ୍ରେଡ୍‌ ରୂପେଶ, ଅରୁଣ, ମଣ୍ଟୁ, ମୁକେଶ, ଚାନ୍ଦିନୀଙ୍କୁ ଲାଲ ଜୁହାର ସହ ‘ସିପିଆଇ ନକ୍ସଲ ଜିନ୍ଦାବାଦ’ ବୋଲି […]

କନ୍ଧମାଳ ଜିଲ୍ଲା କ.ନୂଆଗାଁରେ ନକ୍ସଲ ବ୍ୟାନର

naxal

Advertisment

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା କ .ନୂଆଗାଁ ଥାନା ଅନ୍ତର୍ଗତ କଞ୍ଜମେଣ୍ଡି ଛକର ୫୯ ଜାତୀୟ ରାଜପଥ କଡରେ ନକ୍ସଲ ବ୍ୟାନର ଦେଖିବାକୁ ମିଳିଛି। ସିପିଆଇ ନକ୍ସଲ କେକେବିଏନ ଡିଭିଜନ ତରଫରୁ ଏହି ବ୍ୟାନର ଲଗାଯାଇଛି। ଆସନ୍ତା ୧୮ରୁ ୨୪ ତାରିଖ ଯାଏ ନକ୍ସଲମାନେ ଦେଇଥିବା ବନ୍ଦ ଡାକରାକୁ ସଫଳ କରିବାକୁ ଏହି ବ୍ୟାନରରେ ଆହ୍ୱାନ ଦିଆଯାଇଛି।

Advertisment

ଏହାସହିତ କମ୍ରେଡ୍‌ ରୂପେଶ, ଅରୁଣ, ମଣ୍ଟୁ, ମୁକେଶ, ଚାନ୍ଦିନୀଙ୍କୁ ଲାଲ ଜୁହାର ସହ ‘ସିପିଆଇ ନକ୍ସଲ ଜିନ୍ଦାବାଦ’ ବୋଲି ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଜୁଲାଇ ୭ ତାରିଖରେ ସିର୍ଲା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ପରେ ପ୍ରଥମ ଥର ଲାଗି ନକ୍ସଲ ବ୍ୟାନର ଲାଗିଛି। ଏନେଇ କ.ନୂଆଗାଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe