Advertisment

Naxal Surrender: ଦୁର୍ଦ୍ଦାନ୍ତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ

ଫୁଲବାଣୀରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଓ କନ୍ଧମାଳ ଜିଲ୍ଲା ଏସ୍‌ପିଙ୍କ ପାଖରେ ଆଜି ଏକ ଦୁର୍ଦ୍ଦାନ୍ତ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ୨୦୧୮ରୁ ନକ୍ସଲ ସଂଗଠନରେ ସକ୍ରିୟ ଥିଲେ।

NAXAL
Advertisment

ଫୁଲବାଣୀରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଓ କନ୍ଧମାଳ ଜିଲ୍ଲା ଏସ୍‌ପିଙ୍କ ପାଖରେ ଆଜି ଏକ ଦୁର୍ଦ୍ଦାନ୍ତ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି।

Advertisment

ଆତ୍ମସମର୍ପଣ କରିଥିବା ନକ୍ସଲ ଦ୍ୱୟ ହେଉଛନ୍ତି, ଉଙ୍ଗା କାଲମୁ ଓରଫ କିଶୋର (୨୫) ଏବଂ ତାଙ୍କ ପତ୍ନୀ ମାସେ ମାଡଭୀ (୨୨)। ସେମାନଙ୍କ ଘର ଛତିଶଗଡ଼ର ସୁକମା ଜିଲ୍ଲାରେ।

ଉଙ୍ଗା ଓ ମାସେ ନକ୍ସଲ ସଂଗଠନର ବଂଶଧାରା-ଘୁମସର-ନାଗାବଳୀ ଡିଭିଜନରେ ପାର୍ଟୀ ମେମ୍ବର ଭାବେ କାର୍ଯ୍ୟ କରୁଥିଲେ। 
ଉଭୟ ୨୦୧୮ ମସିହାରୁ ସିପିଆଇ (ମାଓବାଦୀ)ରେ ସାମିଲ ହୋଇଥିଲେ। ସେମାନେ ଛତିଶଗଡ଼ ଓ ଓଡ଼ିଶାରେ ସଂଗଠିତ ଏକାଧିକ ନକ୍ସଲ ହିଂସାକାଣ୍ଡରେ ସଂପୃକ୍ତ ଥିଲେ। ସେମାନେ ସାଧାରଣ ଜୀବନଯାପନ କରିବା ପାଇଁ ଆତ୍ମସମର୍ପଣ କରିଛନ୍ତି।

Advertisment

ସେମାନେ କହିଛନ୍ତି ଯେ, ଗୋଟିଏ ପଟେ କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳଗୁଡ଼ିକରେ ନକ୍ସଲ ବିରୋଧୀ ଅଭିଯାନ ଜୋରଦାର ଚାଲିଥିବା ବେଳେ ଅନ୍ୟପଟରେ ନକ୍ସଲ ସଂଗଠନର ବେଆଇନ କାର୍ଯ୍ୟକଳାପରେ ସେମାନେ ବ୍ୟତିବ୍ୟସ୍ତ ହୋଇଯାଇଥିଲେ। ନକ୍ସଲ ସଂଗଠନରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ବେଳେ ଲୋକଙ୍କୁ ଧମକ ଦେଇ ଟଙ୍କା ଆଦାୟ କରାଯାଉଛି ଏବଂ ମିଛ ପ୍ରତିଶ୍ରୁତି ଦେଇ ଯୁବକଯୁବତୀମାନଙ୍କୁ ସଂଗଠନରେ ସାମିଲ କରାଯାଉଥିବା ଉଙ୍ଗା ଓ ମାସେ କହିଛନ୍ତି। ସେହିପରି ନକ୍ସଲ ସଂଗଠନର ବରିଷ୍ଠ ନେତାମାନେ ତଳତଳିଆ ସଦସ୍ୟଙ୍କ ସହିତ ଅତ୍ୟନ୍ତ କଦର୍ଯ୍ୟ ବ୍ୟବହାର କରୁଥିବା ସେମାନେ କହିଛନ୍ତି। ଏହା ସହିତ ଆଦିବାସୀମାନଙ୍କ ବିକାଶ ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପ୍ରେରିତ କରିଥିବା ସେମାନେ କହିଛନ୍ତି। 

ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ପ୍ରକାରେ କନ୍ଧମାଳ DVF ଟିମ ବାଲିଗୁଡ଼ା ଥାନା ପାଙ୍ଗୁରମିଲା ଜଙ୍ଗଲର ଏକ ସ୍ଥାନରୁ ବହୁ ନକ୍ସଲ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି। ସେମାନେ ଏସବୁ ସାମଗ୍ରୀକୁ ଏକ ସ୍ଥାନରେ ପୋତି ଦେଇଥିଲେ।

ଉଙ୍ଗା ଓ ମାସେଙ୍କ ଆତ୍ମସମର୍ପଣ ଅବସରରେ ଦକ୍ଷିଣାଞ୍ଚଳ ଆଇଜି ଅନ୍ୟ ନକ୍ସଲମାନଙ୍କୁ ଅସ୍ତ୍ର ତ୍ୟାଗ କରି ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe