/odisha-reporter/media/post_attachments/uploads/2020/07/baliguda-1100.jpg)
baliguda
ବାଲିଗୁଡ଼ା(ଅଜିତ ନାୟକ): ପୁଣି ଥରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଶିର୍ଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ଆଉ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ନିହତ ନକ୍ସଲ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ଜଣାପଡ଼ିଛି। ଏହା ସହ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ମଧ୍ୟ ଜବତ ହୋଇଛି।
Advertisment
ଏବେ ବି ସିର୍ଲା ଅଞ୍ଚଳରେ ଏସଓଜି ଓ ଡିଭିଏଫ ଯବାନ ମିଳିତ ଭାବେ କୁମ୍ୱିଂକୁ ଜୋରଦାର ଚଳାଇଛନ୍ତି। ସୂଚନା ଯୋଗ୍ୟ, ଜୁଲାଇ ୫ ତାରିଖରେ ଶିର୍ଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ଜଣ ନକ୍ସଲ ନିହତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
