Advertisment

Murder: ନକ୍ସଲ ଅନ୍ୱେଷକୁ ମାରି ପୋତି ଦେଲା ନକ୍ସଲ ନେତା ଶୁକ୍ରୁ, ନିନ୍ଦା କଲେ ଆତ୍ମସମର୍ପଣ କରିଥିବା ନକ୍ସଲ

ନକ୍ସଲକୁ ହତ୍ୟା କଲା ନକ୍ସଲ। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲାରେ। ପୋଲିସ ପାଖରେ ଆତ୍ମ ସମର୍ପଣ କରିବାକୁ ଚାହୁଁଥିବା ଜଣେ ସାଥୀ ନକ୍ସଲକୁ ହତ୍ୟା କରି ମାଟିରେ ପୋତି ଦେଲା ନକ୍ସଲ ନେତା ଶୁକ୍ରୁ। ମୃତ ନକ୍ସଲ ନାଁ ଅନ୍ୱେଷ।

Anwesh

ମୃତ ଅନ୍ୱେଷ

Advertisment

ନକ୍ସଲକୁ ହତ୍ୟା କଲା ନକ୍ସଲ। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲାରେ। ପୋଲିସ ପାଖରେ ଆତ୍ମ ସମର୍ପଣ କରିବାକୁ ଚାହୁଁଥିବା ଜଣେ ସାଥୀ ନକ୍ସଲକୁ ହତ୍ୟା କରି ମାଟିରେ ପୋତି ଦେଲା ନକ୍ସଲ ନେତା ଶୁକ୍ରୁ। ମୃତ ନକ୍ସଲ ନାଁ ଅନ୍ୱେଷ ଓରଫ ରେଣୁ । ତାଙ୍କୁ ୩୧ ବର୍ଷ ହୋଇଥିଲା। ତା’ ଘର ଛତିଶଗଡ଼ର ସୁକୁମାରେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ସ୍ପଷ୍ଟ କରିଛନ୍ତି କନ୍ଧମାଳ ଏସ୍‌ପି ହରିଶ ବି. ସି।  

Advertisment

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ତରାବାଡ଼ି ଜଙ୍ଗଲରୁ ଏକ ଗଳିତ ଶବ ଠାବ କରାଯାଇଥିଲା। ଶବଟିକୁ ମାଟି ତଳୁ ବାହାର କରି ବ୍ୟବଚ୍ଛେଦ କରାଯାଇଥିଲା। ତାହା ନକ୍ସଲ ଅନ୍ୱେଷର ମୃତଦେହ ଥିଲା ବୋଲି କନ୍ଧମାଳ ଏସ୍‌ପି କହିଛନ୍ତି।

ଏସ୍‌ପି କହିଛନ୍ତି, ମୃତ ଅନ୍ୱେଷ CPI (ମାଓବାଦୀ) KKBN ଅଷ୍ଟମ କମ୍ପାନୀର DVCM ସଦସ୍ୟ ଥିଲା। ତାକୁ ଗତ ମାସ ୨୯ ତାରିଖରେ CPI (ମାଓବାଦୀ)ର SCM ଶୁକ୍ରୁ ଏବଂ ତାର ସାଥୀମାନେ ମିଶି ହତ୍ୟା କରି ପୋତି ଦେଇଥିଲେ। ଅନ୍ୱେଷ ପୁଲିସ ପାଖରେ ଆତ୍ମସମର୍ପଣ କରିବାକୁ ଚାହୁଁଥିବାରୁ ଶୁକ୍ରୁ ତାକୁ ହତ୍ୟା କରିଥିଲା। ପୁଲିସ ପାଖରେ ଆତ୍ମ ସମର୍ପଣ କରିବାକୁ ଚାହୁଁଥିବା ନକ୍ସଲଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଅନ୍ୱେଷକୁ ଶୁକ୍ରୁ ହତ୍ୟା କରିଥିଲା। 

Advertisment

ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ହତ୍ୟାକାରୀମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣାରେ ଭୟଭୀତ ନହୋଇ ନିର୍ଭୟରେ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ନକ୍ସଲମାନେ ପୁଲିସକୁ ଯୋଗାଯୋଗ କରିପାରିବେ ବୋଲି ଏସ୍‌ପି କହିଛନ୍ତି।

ଶୁକ୍ରୁର ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି ପୂର୍ବରୁ ଆତ୍ମସମର୍ପଣ କରିଥିବା ଛତିଶଗଡ଼ର କିଛି ନକ୍ସଲ। ଶୁକ୍ରୁକୁ ସେମାନେ ଗଦ୍ଦାର ବୋଲି କହିବା ସହିତ ସେମାନଙ୍କର ଯେଉଁ ସାଥୀମାନେ ଜଙ୍ଗଲରେ ଲୁଚି ରହିଛନ୍ତି, ସେମାନେ ପୁଲିସ ପାଖରେ ଆତ୍ମସମର୍ପଣ କରି ଦିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ସେମାନେ 7008638703 ମୋବାଇଲ ଫୋନ୍ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ଅତୀତରେ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଛତିଶଗଡ଼ର ଦୁର୍ଦ୍ଦାନ୍ତ ନକ୍ସଲ ନିତୁ, ଅନୁପା ଏବଂ ଚମ୍ପା।

ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe